ଏହି କ୍ରିକେଟର୍‌ ଦିଅନ୍ତି କୋଟି କୋଟି ଟଙ୍କାର ଟ୍ୟାକ୍ସ

ନୂଆଦିଲ୍ଲୀ: ବଲିଉଡ ଓ ବଡ଼ ବିଜନେସ ମ୍ୟାନ୍‌ମାନେ କୋଟି କୋଟି ଟଙ୍କା ଟ୍ୟାକ୍ସ ଦେଇଥାନ୍ତି। ବଲିଉଡ଼ର ଷ୍ଟାରମାନେ ଏ କ୍ଷେତ୍ରରେ ବହୁତ ଆଗରେ। ହେଲେ ଆମ କ୍ରିକେଟ୍‌ମାନେ ମଧ୍ୟ କମ ଟ୍ୟାକ୍ସ ଦେଇ ନଥାନ୍ତି। ଏମାନଙ୍କ ଟ୍ୟାକ୍ସ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶେଷ କରି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦେଥିବା ଟ୍ୟାକ୍ସ ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ତେବେ ଆସନ୍ତୁ ଜାଣିବା କେଉଁ ଭାରତୀୟ କ୍ରିକେଟ୍‌ […]

cricket

cricket

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 10:02 PM IST

ନୂଆଦିଲ୍ଲୀ: ବଲିଉଡ ଓ ବଡ଼ ବିଜନେସ ମ୍ୟାନ୍‌ମାନେ କୋଟି କୋଟି ଟଙ୍କା ଟ୍ୟାକ୍ସ ଦେଇଥାନ୍ତି। ବଲିଉଡ଼ର ଷ୍ଟାରମାନେ ଏ କ୍ଷେତ୍ରରେ ବହୁତ ଆଗରେ। ହେଲେ ଆମ କ୍ରିକେଟ୍‌ମାନେ ମଧ୍ୟ କମ ଟ୍ୟାକ୍ସ ଦେଇ ନଥାନ୍ତି। ଏମାନଙ୍କ ଟ୍ୟାକ୍ସ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶେଷ କରି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦେଥିବା ଟ୍ୟାକ୍ସ ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ତେବେ ଆସନ୍ତୁ ଜାଣିବା କେଉଁ ଭାରତୀୟ କ୍ରିକେଟ୍‌ ଷ୍ଟାର ଟ୍ୟାକ୍ସ ଦେବାରେ ଆଗରେ ଅଛନ୍ତି।

dhoniମହେନ୍ଦ୍ର ସିଂହ ଧୋନି: ଟ୍ୟାକ୍ସ ଭରିବାରେ ଧୋନୀ କ୍ରିକେଟରଙ୍କ ମଧ୍ୟରେ ଏକ ନମ୍ବରରେ ରହିଛନ୍ତି। ସେ ବାର୍ଷିକ ୪୮ କୋଟି ଟଙ୍କା ଟ୍ୟାକ୍ସ ଭରିଥାନ୍ତି। ଧୋନି, ପେପସି, ଠିଭିଏସ୍‌, ରିବୋକ୍‌, ଏକ୍‌ସାଡ ପରି ବଡ଼ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି। ଏହି ବ୍ରାଣ୍ଡର ପ୍ରମୋସନ ପାଇଁ ଧୋନି ବିଜ୍ଞାପନରେ କାମ କରି କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି।

viratବିରାଟ କୋହଲି: ସବୁଠାରୁ ଅଧିକ ଟ୍ୟାକ୍ସ ଦେଉଥିବା କ୍ରିକେଟ୍‌ରଙ୍କ ମଧ୍ୟରେ ଦ୍ୱିତୀୟରେ ଅଛନ୍ତି ଅଧିନାୟକ ବିରାଟ କୋହଲି। ବିରାଟ ବାର୍ଷିକ ୪୨ କୋଟି ଟଙ୍କା ଟ୍ୟାକ୍ସ ଦେଉଛନ୍ତି। ବିରାଟଙ୍କ ଅଧିକାଂଶ ରୋଜଗାର ବିଭିନ୍ନ ବ୍ରାଣ୍ଡର ପ୍ରମୋସନରୁ ହୋଇଥାଏ।

sachinସଚିନ ତେନ୍ଦୁଲକର: ସବୁ ପ୍ରକାର କ୍ରିକେଟ୍‌ରୁ ଅବସର ନେଇ ସାରିଥିବା ମାଷ୍ଟର ବ୍ଲାଷ୍ଟରଙ୍କର କ୍ରେଜ୍‌ କିଛି କମ ହୋଇନାହିଁ। ଆଉ ପଡ଼ିଆରେ ସିନା ତାଙ୍କ ବ୍ୟାଟ କଥା କହୁନାହିଁ। ହେଲେ ଆଜିବି ବିଞ୍ଜାପନ ଇଣ୍ଡଷ୍ଟ୍ରିରେ ତାଙ୍କ ଚାହିଦା କିଛି ବି କମିନାହିଁ। ଏବେ ବି ସଚିନ ବିଭିନ୍ନ କମ୍ପାନୀର ବ୍ରାଣ୍ଡ ପ୍ରମୋସନ କରୁତିବା ଦେଖିବାକୁ ମିଳୁଛି। ଏଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ସଚିନ ବାର୍ଷିକ  ୧୯ କୋଟି ଟଙ୍କା ଟ୍ୟାକ୍ସ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos