ଆଇପିଏଲର ସର୍ବାଧିକ ୱିକେଟ୍‌ ନେଇଥିବା କ୍ରିକେଟର୍‌ଙ୍କ ମା’ ଆଜି ବି କପଡ଼ା ସିଲାଇ କରନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୧୧ ପାଇଁ ହୋଇଥିବା ନିଲାମୀରେ ଶ୍ରୀଲଙ୍କାର ଷ୍ଟାର ବୋଲର୍ ମାଲିଙ୍ଗାଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲେ। ଯଦିଓ ତାଙ୍କୁ କେହି କିଣିନଥିଲେ ତଥାବି ମାଲିଙ୍ଗାଙ୍କୁ  ୨୦୧୮ ଆଇପିଏଲରେ ଦେଖିବାକୁ ମିଳିବ। ସେ ଏଥର ଖେଳାଳି ଭାବେ ନୁହେଁ ବୋଲିଂ ମେଣ୍ଟର ଭାବେ ସାମ୍ନାକୁ ଆସିବେ। ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କୁ ବୋଲିଂ ମେଣ୍ଟର ଭାବେ ନିଯୁକ୍ତି ଦେଇଛି।ଏହି ଷ୍ଟାର୍‌ କ୍ରିକେଟର୍‌ ଆଇପିଏଲର ସବୁଠୁ ସଫଳ ବୋଲର୍‌ ଭାବେ ଜଣାଶୁଣା। ଆଇପିଏଲର ସବୁଠୁ ଅଧିକ ୱିକେଟ୍‌ ନେଇଥିବା ବୋଲର […]

malinga_1518102016

malinga_1518102016

Rakesh Mallick
  • Published: Friday, 09 February 2018
  • Updated: 09 February 2018, 09:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ-୧୧ ପାଇଁ ହୋଇଥିବା ନିଲାମୀରେ ଶ୍ରୀଲଙ୍କାର ଷ୍ଟାର ବୋଲର୍ ମାଲିଙ୍ଗାଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲେ। ଯଦିଓ ତାଙ୍କୁ କେହି କିଣିନଥିଲେ ତଥାବି ମାଲିଙ୍ଗାଙ୍କୁ  ୨୦୧୮ ଆଇପିଏଲରେ ଦେଖିବାକୁ ମିଳିବ। ସେ ଏଥର ଖେଳାଳି ଭାବେ ନୁହେଁ ବୋଲିଂ ମେଣ୍ଟର ଭାବେ ସାମ୍ନାକୁ ଆସିବେ। ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କୁ ବୋଲିଂ ମେଣ୍ଟର ଭାବେ ନିଯୁକ୍ତି ଦେଇଛି।ଏହି ଷ୍ଟାର୍‌ କ୍ରିକେଟର୍‌ ଆଇପିଏଲର ସବୁଠୁ ସଫଳ ବୋଲର୍‌ ଭାବେ ଜଣାଶୁଣା। ଆଇପିଏଲର ସବୁଠୁ ଅଧିକ ୱିକେଟ୍‌ ନେଇଥିବା ବୋଲର ଭାବେ ଏପର୍ଯ୍ୟନ୍ତ ତାଙ୍କ ରେକର୍ଡ ଅତୁଟ ରହିଛି।

ଏହି ଷ୍ଟାର୍‌ କ୍ରିକେଟର୍‌ ପତ୍ନୀ ଓ ପିଲାଙ୍କ ସହ କଲୋମ୍ବୋରେ ରହୁଛନ୍ତି। ମାଲିଙ୍ଗାଙ୍କ ମା, ବାପା ଗାଲେ ସହରରେ ଉପକଣ୍ଠରେ ଏକ ଗାଁରେ ରୁହନ୍ତି। ମାଲିଙ୍ଗାଙ୍କ ମା'ଙ୍କ ନାଁ ସ୍ୱର୍ଣ୍ଣ ଦେବୀ। ପ୍ରଥମେ ତାଙ୍କ ମା ବ୍ୟାଙ୍କ କର୍ମଚାରୀ ଥିଲେ କିନ୍ତୁ ବର୍ତ୍ତମାନ ସେ ଚାକିରୀ କରୁନାହାଁନ୍ତି। ମାଲିଙ୍ଗା ଏକ ଇଣ୍ଟର୍ଭ୍ୟୁରେ କହିଥିଲେ ଯେ ତାଙ୍କ ବାପା ଓ ମା ସହରର ଭିଡ଼ରେ ରହିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ଗାଁରେ ରହି ନିଜ ଘର କଥା ବୁଝିଥାନ୍ତି। ସମୟ ମିଳିଲେ ନିଜ ବଗିଚାରେ ସମୟ କାଟନ୍ତି। କେବଳ ଏତିକି ନୁହେଁ ମାଲିଙ୍ଗାଙ୍କ ମା ଅବସର ସମୟରେ ସେ ନିଜ ଘରର କପଡ଼ା ମଧ୍ୟ ସିଲାଇ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos