ସୁନା ପାଇଁ କୋର୍ଟକୁ ଓହ୍ଲାଇବେ ୩ ଭାରତୀୟ କୁସ୍ତିଯୋଦ୍ଧା

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ବି ଖୁସି ଖବର ଆସିପାରେ। କାରଣ ଆଜି ଏକାଧିକ ଭାରତୀୟ ଖେଳାଳି ପଦକ ପାଇଁ ମଇଦାନକୁ ଓହ୍ଲାବେ। ଖାସକରି କୁସ୍ତି ଉପରେ ସମସ୍ତଙ୍କର ନଜର ରହିଛି। ଆଜି ୩ ଜଣ ଭାରତୀୟ କୁସ୍ତିଯୋଦ୍ଧା ସ୍ୱର୍ଣ୍ଣ ପାଇଁ ଲଢିବେ। ସେହିପରି ଏହି ବିଭାଗରେ ଆଉ ଜଣେ ଭାରତୀୟ ବ୍ରୋଞ୍ଜ ପଦକ ପାଇଁ ମଧ୍ୟ ଲଢେଇ କରିବେ। ଗତକାଲି ଶେଷ ସୁଦ୍ଧା ଭାରତ ୧୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୮ଟି କାଂସ୍ୟ […]

shushil

shushil

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 12:27 PM IST

Sports

Latest News

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ବି ଖୁସି ଖବର ଆସିପାରେ। କାରଣ ଆଜି ଏକାଧିକ ଭାରତୀୟ ଖେଳାଳି ପଦକ ପାଇଁ ମଇଦାନକୁ ଓହ୍ଲାବେ। ଖାସକରି କୁସ୍ତି ଉପରେ ସମସ୍ତଙ୍କର ନଜର ରହିଛି। ଆଜି ୩ ଜଣ ଭାରତୀୟ କୁସ୍ତିଯୋଦ୍ଧା ସ୍ୱର୍ଣ୍ଣ ପାଇଁ ଲଢିବେ। ସେହିପରି ଏହି ବିଭାଗରେ ଆଉ ଜଣେ ଭାରତୀୟ ବ୍ରୋଞ୍ଜ ପଦକ ପାଇଁ ମଧ୍ୟ ଲଢେଇ କରିବେ। ଗତକାଲି ଶେଷ ସୁଦ୍ଧା ଭାରତ ୧୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୮ଟି କାଂସ୍ୟ ପଦକ ସହ ତୃତୀୟ ସ୍ଥାନରେ ରହିଛି। ଭାରତୀୟ ସମୟ ଅପରାହ୍ନ ୧୨.୩୦ରୁ କୁସ୍ତିର ଫାଇନାଲ ରାଉଣ୍ଡ ଆରମ୍ଭ ହେବ। ଆସନ୍ତୁ ଜାଣିବା କେଉଁ ଭାରତୀୟ କୁସ୍ତିଯୋଦ୍ଧା ଆଜି ସୁନା ପାଇଁ କୋର୍ଟକୁ ଓହ୍ଲାବେ।

୧. ବବିତା କୁମାରୀ ମହିଳା ଫ୍ରି ଷ୍ଟାଇଲ ୫୩ କେଜି ବର୍ଗରେ କାନାଡାର ଡାୟନା ବିକାରଙ୍କୁ ଭେଟିବେ।

୨. ରାହୁଲ ଅୱାରେ ପୁରୁଷ ଫ୍ରି ଷ୍ଟାଇଲ୍‌ ୫୭ କେଜି ବର୍ଗରେ କାନାଡାର ଷ୍ଟିବନ ତାକାହାଶୀଙ୍କୁ ଭେଟିବେ।

୩. ଭାରତର ଷ୍ଟାର କୁସ୍ତିଯୋଦ୍ଧା ସୁଶୀଲ କୁମାର ପୁରୁଷ ଫ୍ରି ଷ୍ଟାଇଲ୍‌ ୭୪ କେଜି ବର୍ଗରେ ଦକ୍ଷିଣ ଆଫ୍ରିକାର ଜୋହାନେସ ବୋଥାଙ୍କୁ ଭେଟିବେ।

କାଂସ୍ୟ ଲଢ଼େଇ

ଆଜି କାଂସ୍ୟ ପଦକ ପାଇଁ ଭାରତ ପକ୍ଷରୁ କିରଣ ମହିଳା ଫ୍ରି ଷ୍ଟାଇଲ୍‌ ୭୬ କେଜି ବର୍ଗରେ ମରିଶସର କେ. ପରିଧାୱାନଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos