ବିଶ୍ୱ ହକି ଲିଗ୍ ପାଇଁ କାଉଣ୍ଟର୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ: ଇଷ୍ଟ ଷ୍ଟାଣ୍ଡ ଠାରୁ ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ୫ଗୁଣ ଅଧିକ

maxresdefault

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱ ହକି ଲିଗ୍ ଫାଇନାଲ୍‌ ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି। କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟରେ ଟିକେଟ ବିକ୍ରି ଚାଲିଛି। ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ହେଇଥିଲା। ତେବେ ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଇଷ୍ଟ ଷ୍ଟାଣ୍ଡ ଓ ୱେଷ୍ଟ ଷ୍ଟାଣ୍ଡରେ ଟିକେଟ୍‌ ବିକ୍ରି ଚାଲିଛି। ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍‌ର ମୂଲ୍ୟ ୫୦ ଟଙ୍କା ଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ ପାଇଁ ରହିଛି ଟିକେଟ୍‌ର ମୂଲ୍ୟ ୨୫୦ ଟଙ୍କା। ଆସନ୍ତା ଡିସେମ୍ବର ୧ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ହକି ଲିଗ୍। ଏହି ପ୍ରତିଯୋଗିତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଜର୍ମାନୀ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ନୂତନ ରଙ୍ଗରେ ସଜେଇ ହୋଇଛି।

Previous ArticleNext Article

Send this to a friend