ରାତି ପାହିଲେ ଫିଫା ବିଶ୍ୱକପ: ୩୨ ଟିମ୍‌, ୧୧ଟି ସହରରେ ଖେଳିବେ ୬୩ଟି ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆରମ୍ଭ ହେବ ଫୁଟବଲ ମହାକୁମ୍ଭ। ୪ ବର୍ଷ ପରେ ପୁଣି ଥରେ ଫେରିଛି ଫୁଟବଲ ଫିଭର। ଟାଇଟଲ ଟକ୍କରରେ ମଇଦାନକୁ ଓହ୍ଲାଇବେ ବିଶ୍ୱର ଶ୍ରେଷ୍ଠ ୩୨ ଟି ଦଳ। ଏଥି ପାଇଁ ପ୍ରସ୍ତୁତି ବି ଶେଷ ହୋଇଛି। ଆକ୍ସନ, ଇମୋସନ୍, ଲଭ, ଟ୍ରାଜେଡି ପୁଣି ଥରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିବ ଋଷିଆରେ। ଜୁନ୍ ୧୪ରେ ବାଜିବ ବିଗୁଲ, ଆରମ୍ଭ ହେବ ଫିଲ୍ଡ ଫାଇଟ୍‌। ପ୍ରତି ମ୍ୟାଚରେ ହେବ କାଣ୍ଟେ କା ଟକ୍କର। ଦୁର୍ବଳ ଟିମ୍ ବି ଚକ୍ମା ଦେଇପାରେ ଶକ୍ତିଶାଳୀକୁ। ଏମିତି ଏକ ରୋମାଞ୍ଚଭରା ପ୍ରତିଯୋଗିତା ଦେଖିବାକୁ ମଳିବ ଫିଫା ବିଶ୍ୱକପରେ। ଯେଉଁଥିରେ ୩୨ଟି ଟିମ୍ ୧୧ଟି ସହରର ୧୨ଟି ଷ୍ଟାଡିଅମରେ ଖେଳିବେ ୬୩ଟି ମ୍ୟାଚ। 

ବାଜି ମାରିବ କିଏ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ତେବେ ଫିଫା ଟାଇଟଲ ଦୌଡରେ, ଆଗରେ ଅଛନ୍ତି ବ୍ରାଜିଲ, ଆର୍ଜେଣ୍ଟିନା, ଜର୍ମାନୀ , ବେଲଜିୟମ, ପର୍ତ୍ତୁଗାଲ ଏବଂ ସ୍ପେନ୍ ଭଳି ଶକ୍ତିଶାଳୀ ଟିମ୍‌। ବ୍ରାଜିଲ ଦଳକୁ ନିଏମାର ଫେରିବା ପରେ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି। ତେବେ ଚିଳିତ ବର୍ଷର ଡାର୍କହର୍ସ ହେଉଛି ବେଲଜିୟମ୍। ଏହି ଦଳ ବିପକ୍ଷ ଦଳକୁ ପଡିଆରେ ମାତ୍ ଦେଇ ଜିତିବାର କ୍ଷମତା ରଖିଛି। ସେପଟେ ଦମ୍ ଦେଖାଇବାକୁ ଅଣ୍ଟା ଭିଡିଛି ଫ୍ରାନ୍ସ। ତେବେ ଡିଫେଣ୍ଡିଂ ଚମ୍ପିୟାନ୍ସ ଜର୍ମାନୀକୁ ଅନ୍ୟ ଦଳ ସହଜରେ ନେବା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ। ଲାଗାତର ଦ୍ୱିତୀୟ ଥର ବିଶ୍ୱବିଜେତା ହେବା ପାଇଁ ଦଳ ଏବେ ନିକଟରେ ସମସ୍ତ ସାମର୍ଥ୍ୟ ରହିଛି। 

ଚଳିତ ବର୍ଷ ପାନାମା ଏବଂ ଆଇସଲାଣ୍ଡ ଫିଫା ବିଶ୍ୱକପରେ ପଦାର୍ପଣ କରିଛନ୍ତି। ଦଳର ଡେବ୍ୟୁ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବା ପାଇଁ ଖେଳାଳି ପ୍ରସ୍ତୁତ। ସେପଟେ ଋଷିଆ ବିଶ୍ୱକପରୁ ବାଦ୍ ପଡିଛନ୍ତି ପ୍ରମୁଖ ଦଳ  ଇଟାଲି, ନେଦରଲାଣ୍ଡ, କାମେରୁନ, ଚିଲି ଏବଂ ଆମେରିକା।

Previous ArticleNext Article

Leave a Reply

Send this to a friend