ସବୁଠୁ ଅଧିକ ବୋଲ୍ଡ କରିଥିବା ବୋଲରଙ୍କ ଲିଷ୍ଟରେ ଭାରତର ସ୍ଥାନ ନାହିଁ : ଜାଣନ୍ତୁ ଟପ୍‌-୫ରେ କେଉଁଦେଶ ଅଛି

aaaa

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ସାଉଥ ଆଫ୍ରିକା ଭାରତକୁ ହରାଇଥିବା ବେଳେ ଅନ୍ୟଟିରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ମାତ୍ ଦେଇଛି। ଏହି ଦୁଇଟି ମ୍ୟାଚ୍‌ରେ  ବୋଲର ମାନେ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡିଛନ୍ତି। ଏହି ଦୁଇଟି ମ୍ୟାଚରେ ବୋଲର ମାନେ ୬୭ ୱିକେଟ୍‌ ହାସଲ କରିଛନ୍ତି। ଏହି ୬୭ ୱିକେଟ୍‌ ମଧ୍ୟରୁ ମାତ୍ର ୬ଜଣ ବ୍ୟାଟ୍ସମ୍ୟାନ୍‌ ବୋଲ୍ଡ ହୋଇଥିଲେ।

 

ବିଶ୍ୱ କ୍ରିକେଟରେ ସବୁଠାରୁ ଅଧିକ ବୋଲ୍ଡ କରିଥିବା ବୋଲରଙ୍କ କଥା ଉଠିଲେ ଭାରତର ଅନିଲ କୁମ୍ବଲେ ଏହି ଲିଷ୍ଟିରେ ୧୦ ନମ୍ବର ସ୍ଥାନରେ ଆସିବେ। କୁମ୍ବଲେ ଟେଷ୍ଟ କ୍ରିକେଟରେ ମୋଟ୍‌ ୧୩୨ ଟି ମ୍ୟାଚ୍‌ ଖେଳି ୬୭୯ ଟି ୱିକେଟ୍‌ ନେଇଛନ୍ତି। ଏହା ମଧ୍ୟରୁ ସେ ୯୪ଟି ୱିକେଟ୍‌ ବୋଲ୍ଡ କରି ନେଇଛନ୍ତି।

ଟପ୍‌ ୫ ଲିଷ୍ଟରେ ଶ୍ରୀଲଙ୍କାର ମୁରଲିଧରନ ଏକ ନମ୍ବରରେ ଅଛନ୍ତି। ସେ ୧୩୩ଟି ମ୍ୟାଚ୍‌ ଖେଳି ୮୦୦ ୱିକେଟ୍‌ ହାସଲ କରିଛନ୍ତି। ଯେଉଁଥିରେ ସେ ୧୬୭ଜଣଙ୍କୁ ବୋଲ୍ଡ କରି ଆଉଟ୍‌ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ସେନ ୱାର୍ନ। ସେ ୧୪୫ ମ୍ୟାଚ୍‌ରେ ୭୦୮ ୱିକେଟ୍‌ ନେଇଥିବା ବେଳେ ୧୧୬ ଜଣଙ୍କୁ ବୋଲ୍ଡ କରି ଆଉଟ୍‌ କରିଛନ୍ତି। ୩ୟ ସ୍ଥାନରେ ଇଂଲଣ୍ଡର ଜେମ୍ସ ଏଣ୍ଡରସନ୍‌ ଅଛନ୍ତି। ସେ ୧୩୪ ମ୍ୟାଚରୁ ୫୨୩ଟି ୱିକେଟ୍‌ ନେବା ସହ ୧୦୫ ଜଣଙ୍କୁ ବୋଲ୍ଡ କରିଛନ୍ତି। ୪ର୍ଥରେ ଅଛନ୍ତି ଇଂଲଣ୍ଡ ଫ୍ରେଡ୍‌ ଟ୍ରୁମେନ୍‌। ୬୭ ମ୍ୟାଚ୍‌ରୁ ୩୦୭ ୱିକେଟ୍ ନେବାସହ ୧୦୩ ଜଣଙ୍କୁ ବୋଲ୍ଡ କରିଛନ୍ତି। ୫ମରେ ଅଛନ୍ତି ପାକିସ୍ତାନର ୱାସିମ ଆକ୍ରାମ। ସେ ୧୦୪ ମ୍ୟାଚ୍‌ ଖେଳି ୪୧୪ ୱିକେଟ୍‌ ନେଇଛନ୍ତି। ଯେଉଁଥିରେ ୧୦୨ ଜଣଙ୍କୁ ସେ ବୋଲ୍ଡ ଆଉଟ୍‌ କରିଛନ୍ତି। ହେଲେ ଟପ୍‌୫ରେ କୌଣସି ଭାରତୀୟ ବୋଲର ନାହାଁନ୍ତି।

Previous ArticleNext Article

Send this to a friend