ଗେଲ୍‌ ଓ ଆଝାରୁଦ୍ଦିନଙ୍କୁ ପଛରେ ପକାଇଲେ ବିରାଟ୍‌: ଜାଣନ୍ତୁ ଟପ୍‌-5 ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋହାନ୍ସବର୍ଗ ମ୍ୟାଚ୍‌ରେ ଭାରତକୁ ରୋକିଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଟିମ୍‌ ଚଳିତ ୬ଟିକିଆ ଦିନିକିଆ ସିରିଜର ପ୍ରଥମ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ ଯଦିଓ ଟିମ୍‌ ଇଣ୍ଡିଆ ହାରିଯାଇଛି କିନ୍ତୁ ବିରାଟ କୋହଲିଙ୍କ ଜଲ୍‌ବା ଏହି ମ୍ୟାଚ୍‌ରେ ବି ଦେଖିବାକୁ ମିଳିଛି। ବିରାଟ ଏହି ମ୍ୟାଚ୍‌ରେ ୭୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଏହାସହ ଦିନିକିଆରେ ସବୁଠୁ ଅଧିକ ରନ କରିଥିବା ଟପ୍‌-୫ ଭାରତୀୟଙ୍କ ତାଲିକାରେ ନିଜ ନା ସାମିଲ କରିଛନ୍ତି। […]

virat-kohli_1518362473

virat-kohli_1518362473

Ordigital Desk
  • Published: Sunday, 11 February 2018
  • Updated: 11 February 2018, 11:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋହାନ୍ସବର୍ଗ ମ୍ୟାଚ୍‌ରେ ଭାରତକୁ ରୋକିଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଟିମ୍‌ ଚଳିତ ୬ଟିକିଆ ଦିନିକିଆ ସିରିଜର ପ୍ରଥମ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ ଯଦିଓ ଟିମ୍‌ ଇଣ୍ଡିଆ ହାରିଯାଇଛି କିନ୍ତୁ ବିରାଟ କୋହଲିଙ୍କ ଜଲ୍‌ବା ଏହି ମ୍ୟାଚ୍‌ରେ ବି ଦେଖିବାକୁ ମିଳିଛି। ବିରାଟ ଏହି ମ୍ୟାଚ୍‌ରେ ୭୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଏହାସହ ଦିନିକିଆରେ ସବୁଠୁ ଅଧିକ ରନ କରିଥିବା ଟପ୍‌-୫ ଭାରତୀୟଙ୍କ ତାଲିକାରେ ନିଜ ନା ସାମିଲ କରିଛନ୍ତି। ଏହି ତାଲିକାରେ କୋହଲି ବିଶ୍ୱର ୧୬ ନମ୍ବର ସ୍ଥାନରେ ମଧ୍ୟ ପହଞ୍ଚିଛନ୍ତି। 

ଜୋହାନ୍ସବର୍ଗ ମ୍ୟାଚରେ ଯେତେବେଳେ ବିରାଟ ୪୬ ରନ କରିଥିଲେ ସେତେବେଳେ ସେ ପୂର୍ବ କ୍ରିକେଟର୍‌ ଆଝାରୁଦ୍ଦିନଙ୍କ ରେକର୍ଡ ଭାଙ୍ଗିଥିଲେ। ଆଝାରୁଦ୍ଦିନ ୩୦୮  ଇଂନିସରେ ୯୩୭୮ ରନ କରି ଭାରତର ୫ମ ସର୍ବାଧିକ ସ୍କୋରର ଥିଲେ ଏହି ଫର୍ମାଟରେ। ବିରାଟ ଏପର୍ଯ୍ୟନ୍ତ ୨୦୬ ମ୍ୟାଚ୍‌ରେ ୧୯୮ ଇଂନିସ ଖେଳି ୯୪୨୩ ରନ କରିଛନ୍ତି। ଦିନିକିଆରେ ସବୁଠୁ ଅଧିକ ରନ୍‌ କରିଥିବା ଖେଳାଳିଙ୍କ ତାଲିକାରେ ଭାରତର ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ଥିବା ବେଳେ, ଗାଙ୍ଗୁଲି ଦ୍ୱିତୀୟ, ଦ୍ରାବିଡ ତୃତୀୟ ଓ ଧୋନୀ ୪ର୍ଥ ସ୍ଥାନରେ ଅଛନ୍ତି।

ବିରାଟ ୱେଷ୍ଟଇଣ୍ଡିଜ କ୍ରିକେଟର୍‌ କ୍ରିସ ଗେଲ୍‌ଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ଗେଲ ପୂର୍ବରୁ ଦିନିକିଆରେ ୨୭୦ ଇଁନିସରୁ ୯୪୨୦ ରନ ସ୍କୋର କରି ବିଶ୍ୱର ୧୬ ନମ୍ବର ସ୍ଥାନରେ ଥିବାବେଳେ ବିରାଟ ୯୪୨୩ ରନ କରି ତାଙ୍କୁ ପଛରେ ପକାଇଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos