ଭୁବନେଶ୍ୱରଙ୍କ ଥ୍ରୋ ମୁଣ୍ଡରେ ବାଜି ଅମ୍ପାୟାର ରାଇଫେଲ୍‌ ଆହତ

Reiffel

ମୁମ୍ବାଇ: ଭାରତ-ଇଂଲଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ପଲ୍‌ ରାଇଫେଲ୍‌ ଆହତ ହୋଇଛନ୍ତି। ଭାରତୀୟ ଫାଷ୍ଟ ବୋଲର ଭୁବନେଶ୍ୱର କୁମାରଙ୍କ ଏକ ଥ୍ରୋ ରାଇଫଲଙ୍କ ପଛପଟ ମୁଣ୍ଡରେ ବାଜିବାରୁ ସେ ଆହତ ହୋଇଛି।

ଡିପ୍‌ ସ୍କୟାର ଲେଗରେ ଫିଲ୍ଡିଂ କରୁଥିବା ଭୁବନେଶ୍ୱର କୁମାର ଚେତେଶ୍ୱର ପୂଜାରାଙ୍କ ପାଖକୁ ଏକ ଥ୍ରୋ କରିଥିଲେ। ହେଲେ ବଲ୍‌ଟି ରାଇଫେଲ୍‌ଙ୍କ ପଛପଟ ମୁଣ୍ଡରେ ବାଜିବାରୁ ସେ ପଡିଆରେ ଚେତାଶୂନ୍ୟ ହୋଇଯାଇଥିଲେ। ପଡିଆରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଡ୍ରେସିଂ ରୁମ୍‌କୁ ନିଆଯାଇଥିଲା।

ଏଥିପାଇଁ ୧୦ରୁ ୧୨ ମିନିଟ୍‌ ଖେଳ ବନ୍ଦ ରହିଥିଲା। ତୃତୀୟ ଅମ୍ପାୟାର ମାରାଇସ୍‌ ଏରାସମସ୍‌ ପଡିଆକୁ ଆସି ଖେଳ ପରିଚାଳନା କରିଥିଲେ।

Previous ArticleNext Article

Send this to a friend