ଗୋଟିଏ ଇଂନିସ୍‌ରେ ଏତେ ରନ୍‌! ଇତିହାସ ରଚିଲା ବିହାର

bihar

ପାଟଣା: ବିଜୟ ମର୍ଚ୍ଚାଣ୍ଡ ଟ୍ରଫି ୧୬ ବର୍ଷରୁ କମ ମୁକାବିଲାରେ ଅରୁଣାଚଳ ପ୍ରଦେଶକୁ ଗୋଟେ ଇଂନିସ୍‌ ଓ ୮୭୦ ରନ୍‌ରେ ହରାଇ ବିହାର ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛି। ଏହା କ୍ରିକେଟ୍‌ ଇତିହାସରେ ସବୁଠାରୁ ବଡ଼ ବିଜୟ। ବିହାର ୭ ୱିକେଟ୍‌ ହରାଇ ୧୦୦୭ ରନ୍‌ରେ ଇଂନିସ୍‌ ଘୋଷଣା କରିବା ପରେ ଅରୁଣାଚଳ ପ୍ରଦେଶ ଦ୍ୱିତୀୟ ଇଂନିସ୍‌ରେ ମାତ୍ର ୫୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଏହା ପୂର୍ବରୁ ଅରୁଣାଚଳ ଟିମ୍‌ ପ୍ରଥମ ଇଂନିସ୍‌ରେ ୮୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

Untitledପ୍ରଥମ ଇଂନିସ୍‌ରେ ଅରୁଣାଚଳ ପ୍ରଦେଶର ୭ ୱିକେଟ୍‌ ନେଇଥିବା ରେଶୁ ରାୟ ଦ୍ୱିତୀୟ ଇଂନିସ୍‌ରେ ୬ଟି ୱିକେଟ୍‌ ଅକ୍ତିଆର କରିଥିଲେ। ବିହାରର ବଲଜିତ ସିଂହ ବିହାରୀ ୩୮୦ ବଲ୍‌ ଖେଳି ଅପରାଜିତ ୩୫୮ ରନ୍‌ କରିଥିଲେ। ଏଥିରେ ୩୬ଟି ଚୌକା ସାମିଲ ଅଛି। ସେହିପରି ପ୍ରକାଶ ବାବୁ ୨୨୦ ଏବଂ ଅଧିନାୟକ ଅର୍ଣ୍ଣବ କିଶୋର ୧୬୯ ରନ୍‌ର ଧୂଆଁଧାର ଇଂନିସ୍‌ ଖେଳିଥିଲେ।

ପୂର୍ବରୁ କ୍ରିକେଟ୍‌ରେ ସବୁଠାରୁ ବଡ଼ ବିଜୟ ରେକର୍ଡ ପାକିସ୍ତାନ ରେଲୱେ ପାଖରେ ଥିଲା। ୧୯୬୪ରେ ପାକିସ୍ତାନ ରେଲୱେ ଲାହୋରରେ ଡେରା ଇସ୍ମାଇଲ ଖାନ୍‌ ଟିମ୍‌କୁ ଗୋଟିଏ ଇଂନିସ୍‌ ଓ ୮୫୧ ରନ୍‌ରେ ହରାଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ରେଲୱେ ପ୍ରଥମେ ଖେଳି ୯୧୦ ରନ୍‌ କରିଥିଲା। ଡେରା ଟିମ୍‌ ପ୍ରଥମ ଇଂନିସ୍‌ରେ ୩୨ ଓ ଦ୍ୱିତୀୟ ଇଂନିସ୍‌ରେ ୨୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Previous ArticleNext Article

Send this to a friend