ଦକ୍ଷିଣ ଆଫ୍ରିକାରେ ନୂଆବର୍ଷ ପାଳିଲେ ବିରାଟ ଓ ଅନୁଷ୍କା

ନୂଆଦିଲ୍ଲୀ: ବିବାହ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ନୂଆବର୍ଷ ପାଳିଛନ୍ତି। ତାହା ପୁଣି ଦକ୍ଷିଣ ଆଫ୍ରିକାରେ। ନୂଆ ବର୍ଷ ପାଳନ ଅବସରରେ ବିରାଟ୍‌ ଓ ଶିଖର ଧାୱନ ଭାଙ୍ଗଡ଼ା ନାଚି ଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ବିରାଟ ଓ ଅନୁଷ୍କା ରେଷ୍ଟୁରାଣ୍ଟରେ ଖାଉଥିବାର ଏକ ଫଟୋ ମଧ୍ୟ ଭାଇରାଲ ହୋଇଛି।

ଆସନ୍ତା ୫ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ଏଥିରେ ବିରାଟ ଖେଳିବେ। ବିବାହ ପରେ ଏହା ତାଙ୍କର ପ୍ରଥମ ମ୍ୟାଚ୍‌ ହେବ।

Previous ArticleNext Article

Send this to a friend