ବିରାଟଙ୍କ ବ୍ୟବହାର ଉପରେ ନଜର ରଖିଛି ବିସିସିଆଇ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବ୍ୟବହାର ଉପରେ ନଜର ରଖିଛି ବିସିସିଆଇ। ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏ କଥା କହିଛନ୍ତି ବିସିସିଆଇ ସଭାପତି ଜଗମୋହନ ଡାଲମିଅାଁ। ଟେଷ୍ଟ କ୍ରିକେଟରୁ ଧୋନି ଅବସର ନେଇ ଯିବା ପରେ ଏହି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ବିରାଟ କୋହଲି। କିନ୍ତୁ ଧୋନିଙ୍କ ଭଳି ସେ କୁଲ୍ ଖେଳାଳି ନୁହନ୍ତି। ପଡ଼ିଆ ଭିତରେ ସେ ଖୁବଶୀଘ୍ର ନିଜ ଉପରୁ ନିୟନ୍ତ୍ରଣ ହରାଇ ଥାଆନ୍ତି। ବିପକ୍ଷ ଖେଳାଳିଙ୍କ ସହିତ ଯୁକ୍ତିତର୍କ […]

ViratKohli

ViratKohli

Rakesh Mallick
  • Published: Saturday, 25 April 2015
  • Updated: 25 April 2015, 12:28 PM IST

Sports

Latest News

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବ୍ୟବହାର ଉପରେ ନଜର ରଖିଛି ବିସିସିଆଇ। ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏ କଥା କହିଛନ୍ତି ବିସିସିଆଇ ସଭାପତି ଜଗମୋହନ ଡାଲମିଅାଁ।

ଟେଷ୍ଟ କ୍ରିକେଟରୁ ଧୋନି ଅବସର ନେଇ ଯିବା ପରେ ଏହି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ବିରାଟ କୋହଲି। କିନ୍ତୁ ଧୋନିଙ୍କ ଭଳି ସେ କୁଲ୍ ଖେଳାଳି ନୁହନ୍ତି। ପଡ଼ିଆ ଭିତରେ ସେ ଖୁବଶୀଘ୍ର ନିଜ ଉପରୁ ନିୟନ୍ତ୍ରଣ ହରାଇ ଥାଆନ୍ତି। ବିପକ୍ଷ ଖେଳାଳିଙ୍କ ସହିତ ଯୁକ୍ତିତର୍କ ବି କରନ୍ତି। ସେମିତି ନିକଟ ଅତୀତରେ ପଡ଼ିଆ ବାହାରେ ସେ ନିଜ ରାଗକୁ ନିୟନ୍ତ୍ରଣ କରିନପାରି ବେଶ୍ ସମାଲୋଚିତ ହୋଇଥିଲେ। ବିଶ୍ୱକପ୍ ବେଳେ ଅଷ୍ଟେଅଲିଆର ପର୍ଥଠାରେ ଜଣେ ଭାରତୀୟ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ତାଙ୍କୁ ମହଙ୍ଗା ପଡ଼ିଥିଲା। ଏଥିପାଇଁ ବିସିସିଆଇ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲା।

କିଛି ଦିନ ତଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱାଗ କହିଥିଲେ ଯେ କୋହଲି ନିଜ ଆବେଗ ଉପରେ ନିୟନ୍ତ୍ରଣ ରଖିବା ଉଚିତ। ଏ କଥାଟି ସେ ଧୋନିଙ୍କଠାରୁ ଶିଖିବା ଉଚିତ। ସେହିପରି କୋହଲିଙ୍କୁ ଆହୁରି ପରିପକ୍ୱ ହେବାକୁ ପଡ଼ିବ। ଅଧିନାୟକ ହେଲେ ଚମକୁ ଟିକେ ମୋଟା କରିବାକୁ ହୁଏ। ସବୁ କଥାକୁ ଦେହକୁ ନିଆଯାଏ ନାହିଁ। ଏଥିପାଇଁ ଟିକେ ଦୃଢ଼ ମନା ହେବାକୁ ପଡ଼ିବ। ଆଉ ଏ କ୍ଷେତ୍ରରେ ସେ ଧୋନିଙ୍କୁ ହିଁ ଅନୁକରଣ କରିବା ଉଚିତ। ସମାଲୋଚନାକୁ କିପରି ଏଡ଼ାଇ ଯିବାକୁ ହୁଏ ଓ ପଡ଼ିଆ ବାହାରେ ଏବଂ ଭିତରେ ବିଭିନ୍ନ ପରିସ୍ଥିତି ସତ୍ତ୍ୱେ ନିଜକୁ ନିୟନ୍ତ୍ରଣରେ ରଖିବାରେ ଧୋନି ଖୁବ୍ ମାହିର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos