ବିରାଟ୍‌ ଓ ସଚିନ୍‌ ନୁହଁନ୍ତି ସନ୍ନିଙ୍କ ଷ୍ଟାର୍‌: କେଉଁ କ୍ରିକେଟରଙ୍କୁ ଭଲ ପାଆନ୍ତି ପର୍ଣ୍ଣଷ୍ଟାର୍‌

kohli-leone-sachin

ମୁମ୍ବାଇ: କୁହାଯାଏ କ୍ରିକେଟ୍‌କୁ ଭାରତୀୟମାନେ ଧର୍ମ ବୋଲି ମାନନ୍ତି। ସାରାଦେଶ କ୍ରିକେଟ୍‌କୁ ନେଇ ଦିୱାନା। ଭାରତରେ କ୍ରିକେଟ୍‌ରଙ୍କୁ ଭଗବାନଙ୍କ ସହ ମଧ୍ୟ ତୁଳନା କରାଯାଏ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ଅଭିନେତା ସମସ୍ତେ କ୍ରିକେଟ୍‌ ଓ କ୍ରେକଟ୍‌ରଙ୍କ ଫ୍ୟାନ୍‌। ନିକଟରେ ବଲିଉଡ ଅଭିନେତ୍ରୀ ସନି ଲିଓନି ମଧ୍ୟ କ୍ରିକେଟ୍‌ ଓ କ୍ରିକେଟ୍‌ରଙ୍କ ଜଣେ ବଡ୍‌ ଫ୍ୟାନ୍‌ ବୋଲି ଜାଣିବାକୁ ମିଳିଛି।  ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ କେଉଁ ଟିମ୍‌ ଓ କ୍ରିକେଟ୍‌ର ତାଙ୍କର ସବୁଠାରୁ ଅଧିକ ପସନ୍ଦ। ଟ୍ୱିଟ୍‌ ମାଧ୍ୟମରେ ଫଟାଫଟ୍‌ ଏହାର ଉତ୍ତର ରଖିଥିଲେ ସନି। ଯାହା ସମସ୍ତଙ୍କୁ ଚକିତ କରିଛି। ତାଙ୍କ ପସନ୍ଦର ଟିମ୍‌ ଭାରତୀୟ ଟିମ୍‌ ହୋଇଥିବା ବେଳେ ପସନ୍ଦର ଖେଳାଳି ସଚିନ ତେନ୍ଦୁଲକର କିମ୍ବା ବିରାଟ କୋହଲି ନୁହନ୍ତିଁ। ତାଙ୍କର ପସନ୍ଦର ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀଙ୍କର ନାଁ କହିଥିଲେ। ଏହାସହ ସନି ଲିଓନି ଜଣାଶୁଣା କମେଡିଆନ୍‌ ସୁନିଲ ଗ୍ରୋଭରଙ୍କ ସହ ନିକଟରେ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିଛି।

Previous ArticleNext Article

Send this to a friend