ଇଂଲଣ୍ଡ୍‌ରେ ଆତ୍ମସମର୍ପଣ କରୁଛି ଟିମ୍‌ ଇଣ୍ଡିଆ!

ଲଣ୍ଡନ୍‌: ବିଶ୍ୱର ୧ ନମ୍ବର ଟେଷ୍ଟ୍ ଦଳ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ୍‌ରେ ମାଟି କାମୁଡ଼ିବା ଦଶା ଭୋଗୁଛି। ସିରିଜ୍ ଯେତେ ଆଗେଇ ଚାଲିଛି, ବିରାଟ୍‌ ବାହିନୀର ପ୍ରଦର୍ଶନ ସେତେ ନିମ୍ନଗାମୀ ହେବାରେ ଲାଗିଛି । କେହି କେହି କହୁଛନ୍ତି, ଇଂଲିଶ୍‌ କଣ୍ଡିସନ୍‌ରେ ଭାରତୀୟ ଟେଷ୍ଟ୍ ଟିମ୍‌ର ସବୁ ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଛି । ତେବେ, ଇଂଲଣ୍ଡ୍‌ରେ ଆଶାନୁସାରେ କାହିଁକି ପ୍ରଦର୍ଶନ କରିପାରୁ ନାହିଁ ଭାରତ ? ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଥିବା ଦଳ ବିଦେଶ […]

india-nets_ec7e6bc6-9ef2-11e8-8fb2-666c968f5d36 (1)

india-nets_ec7e6bc6-9ef2-11e8-8fb2-666c968f5d36 (1)

Ordigital Desk
  • Published: Monday, 13 August 2018
  • Updated: 13 August 2018, 07:18 PM IST

Sports

Latest News

ଲଣ୍ଡନ୍‌: ବିଶ୍ୱର ୧ ନମ୍ବର ଟେଷ୍ଟ୍ ଦଳ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ୍‌ରେ ମାଟି କାମୁଡ଼ିବା ଦଶା ଭୋଗୁଛି। ସିରିଜ୍ ଯେତେ ଆଗେଇ ଚାଲିଛି, ବିରାଟ୍‌ ବାହିନୀର ପ୍ରଦର୍ଶନ ସେତେ ନିମ୍ନଗାମୀ ହେବାରେ ଲାଗିଛି । କେହି କେହି କହୁଛନ୍ତି, ଇଂଲିଶ୍‌ କଣ୍ଡିସନ୍‌ରେ ଭାରତୀୟ ଟେଷ୍ଟ୍ ଟିମ୍‌ର ସବୁ ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଛି ।

ତେବେ, ଇଂଲଣ୍ଡ୍‌ରେ ଆଶାନୁସାରେ କାହିଁକି ପ୍ରଦର୍ଶନ କରିପାରୁ ନାହିଁ ଭାରତ ? ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଥିବା ଦଳ ବିଦେଶ ମାଟିରେ ଖାପଖୁଆଇବାର ବାହାନା ନେଇ ଏଭଳି ଶୋଚନୀୟ ପ୍ରଦର୍ଶନର ଦୋଷରୁ ଯେ ଖସି ଯାଇପାରିବ, ତାହା ମାନିବାକୁ କ୍ରିକେଟ୍ ବିଶେଷଜ୍ଞ ଏକଦମ୍ ନାରାଜ୍। ବରଂ ଏଭଳି ଦୟନୀୟ ପ୍ରଦର୍ଶନ ପାଇଁ ସେମାନେ ଦଳୀୟ ରଣନୀତିକୁ ଦାୟୀ କରୁଛନ୍ତି।

ଆସନ୍ତୁ ଜାଣିବା, ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ଟିମ୍ ଇଣ୍ଡିଆର କ୍ରମାଗତ ଖରାପ ପ୍ରଦର୍ଶନ ପାଇଁ କେଉଁସବୁ କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ।      

ଓପନର୍‌ ସମ୍ପୂର୍ଣ୍ଣ ବିଫଳ:

 ନୂଆ ବଲ୍‌କୁ ରଙ୍ଗ ଛାଡ଼ିବା ଯାଏ ଖେଳି ମଧ୍ୟକ୍ରମ ଉପରୁ ବୋଝ ହାଲ୍‌କା କରିବା ଦାୟିତ୍ୱ ଓପନର୍‌ଙ୍କର । କିନ୍ତୁ ଇଂଲିଶ୍‌ କଣ୍ଡିସନ୍‌ରେ ଟିମ୍ ଇଣ୍ଡିଆ ଓପନର୍‌ମାନେ ଏହି ଦାୟିତ୍ୱଟିକୁ ତୁଲାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପରିକି ଓପନିଂ ଯୋଡ଼ି ଚୟନରେ ଟିମ୍ ମ୍ୟାନେଜ୍‌ମେଣ୍ଟର୍ ସମସ୍ତ ପରୀକ୍ଷଣ ଏଯାଏ ଫେଲ୍ ମାରିଛି। ଦଳର ୧ ନମ୍ବର ଟେଷ୍ଟ୍ ଓପନର୍ ମାନ୍ୟତା ପାଇଥିବା ମୁରଲୀ ବିଜୟଙ୍କ ଫୁଟ୍‌ୱାର୍କ୍‌ ଦେଖିଲେ ଲାଗୁଛି, ସେ ପୂର୍ବ ଫର୍ମ ଓ ଲୟରେ ଆଦୌ ନାହାନ୍ତି । ଲର୍ଡସ୍‌ର ଦୁଇଟି ଯାକ ଇନିଂସରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରି ବିଜୟ ଦଳ ପାଇଁ ସଙ୍କଟର ରାସ୍ତାକୁ ଖୋଲି ଦେଇଛନ୍ତି। ସେହିପରି ଭଲ ଷ୍ଟାର୍ଟ୍‌ ସତ୍ତ୍ୱେ ୱିକେଟ୍‌କୁ ଫିଙ୍ଗି ଦେଉଥିବା କାରଣରୁ ଦ୍ୱିତୀୟ ଟେଷ୍ଟ୍‌ରେ ବେଞ୍ଚ୍‌ରେ ବସିଥିବା ଶିଖର୍‌ ଧୱନ୍‌ଙ୍କ ସ୍ଥାନରେ ଓପନିଂକୁ ଫେରିଥିବା ଲୋକେଶ୍ ରାହୁଲ୍ ତାଙ୍କ ଅସ୍ଥିର ପ୍ରଦର୍ଶନ ଜାରି ରଖିଛନ୍ତି ।

ମଧ୍ୟକ୍ରମରେ ନୈରାଶ୍ୟଜନକ ପ୍ରଦର୍ଶନ:

 ବଲ୍ ପୁରୁଣା ହେବା ପୂର୍ବରୁ ବ୍ୟାଟିଂର ଚ୍ୟାଲେଞ୍ଜ୍‌କୁ ଗସ୍ତର ଏଯାଏ ସଫଳ ମୁକାବିଲା କରିପାରିନାହିଁ ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡର୍। ପ୍ରଥମ ଟେଷ୍ଟ୍‌ରୁ ବାଦ୍ ପଡ଼ିବା ପରେ ଲର୍ଡସ୍‌ରେ ନିଜ ପ୍ରିୟ ସ୍ଥାନ ୩ ନମ୍ବରକୁ ଫେରିଥିବା ଚେତେଶ୍ୱର ପୂଜାରା ଇଂଲଣ୍ଡରେ ତାଙ୍କ ଦୁର୍ବଳ ପ୍ରଦର୍ଶନ ଦୋହରାଇ ଥିବାବେଳେ ଉପଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ କ୍ରାମଗତ ବିଫଳତା ମଧ୍ୟକ୍ରମର ଦୁର୍ବଳତାକୁ ସ୍ପଷ୍ଟ କରିଛି ।

୪ଟି ଇନିଂସରେ ଦୁର୍ବଳ ଶଟ୍ ଚୟନ ହିଁ ରାହଣେଙ୍କ ପାଇଁ ମହଙ୍ଗା ହୋଇଛି।

[caption id="attachment_263392" align="alignnone" width="1400"]  ସେହିପରି ଘରୋଇ କ୍ରିକେଟ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ଟେଷ୍ଟ ଟିମ୍‌କୁ ଆସିଥିବା ୱିକେଟ୍ କିପର ବ୍ୟାଟ୍‌ସମ୍ୟାନ୍‌ ଦୀନେଶ କାର୍ତ୍ତିକ ତାଙ୍କ ମନୋନୟନର ଯଥାର୍ଥତା ନେଇ ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି।[/caption]

ଅଲ୍‌ରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଟେଷ୍ଟ୍ ଟିମ୍‌ରେ ସ୍ଥାନ ପକ୍କା କରିବା ପାଇଁ ଆହୁରି ଯଥେଷ୍ଟ ପ୍ରମାଣ ଦେବାକୁ ବାକି ଅଛି। କେବଳ ଅଧିନାୟକ ବିରାଟ୍ କୋହଲି ଓ ଅଲ୍‌ରାଉଣ୍ଡର୍ ରବି ଅଶ୍ୱିନ୍‌ କିଛିଟା ସଫଳ ହୋଇଥିଲେ ହେଁ ନିଜ ମାଟିରେ ଘରୋଇ ଦଳକୁ ମାତ୍ ଦେବା ପାଇଁ ଏହା ଯଥେଷ୍ଟ ହୋଇନାହିଁ।

[caption id="attachment_263394" align="aligncenter" width="1400"]  [/caption]

ସ୍ଥିତି ଅନୁଯାୟୀ ଚୂଡ଼ାନ୍ତ ଟିମ୍ ଚୟନରେ ତ୍ରୁଟି:

ପାଣିପାଗ ଓ ପରିବେଶକୁ ଦେଖି ପିଚ୍‌କୁ ପଢ଼ିବା ଏବଂ ଏହି  ଅନୁସାରେ, ଚୂଡାନ୍ତ ଏକାଦଶ ବାଛିବାରେ ଟିମ୍ ଇଣ୍ଡିଆ ମ୍ୟାନେଜ୍‌ମେଣ୍ଟ୍‌ ଏକରକମ ବିଫଳ ହୋଇଛି। ବର୍ଷା ପରେ ଓଦା ପିଚ୍‌ରେ ଜଣେ ଦ୍ରୁତ୍ ବୋଲରୁଙ୍କୁ ବାଦ୍ ଦେଇ ଅତିରିକ୍ତ ସ୍ପିନରଙ୍କୁ ଖେଳାଇବା ଲର୍ଡସ୍‌ରେ ଟିମ୍ ଇଣ୍ଡିଆ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ସେହିପରି ବାରମ୍ବାର ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିବା କୁହାଯାଉଛି ।

ଏପରିକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଜଣେ ସ୍ପେଶାଲିଷ୍ଟ ବ୍ୟାଟ୍‌ସମ୍ୟାନ୍ ବା ବୋଲର୍‌ଙ୍କୁ ଚୟନ କରିବାକୁ ଚିନ୍ତା କରିବାର ସମୟ ଆସିଛି ବୋଲି କୁହାଯାଉଛି।

[caption id="attachment_263396" align="aligncenter" width="3500"]  [/caption]

ତେବେ ଏହିସବୁ ପ୍ରମୁଖ କାରଣ ବ୍ୟତୀତ ଭାରତୀୟ ଖେଳାଳି ମାତ୍ରାଧିକ ଟି ଟ୍ୱେଣ୍ଟି ଓ ଦିନିକିଆ ମ୍ୟାଚ୍ ଖେଳିବା ଟେଷ୍ଟ୍ ପ୍ରଦର୍ଶନକୁ ପ୍ରଭାବିତ କରିଥିବା ଆଉ କିଛି ବିଶେଷଜ୍ଞ କହୁଛନ୍ତି। ଧଳା ବଲ୍‌ରେ ଅଭ୍ୟସ୍ତ କାରଣରୁ ନାଲି ବଲ୍‌ ଖେଳିବାରେ ଭାରତୀୟ ଟେଷ୍ଟ୍ ବ୍ୟାଟିଂ ଲାଇନ୍ ଅପ୍ ସମସ୍ୟାରେ ପଡ଼ିବା ଅନ୍ୟ ଏକ କାରଣ ବୋଲି ମଧ୍ୟ କୁହାଯାଉଛି।

ତେବେ ଇଂଲିଶ କଣ୍ଡିସନ୍‌ରେ ଟେଷ୍ଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଗ୍ୟାଲେରୀରେ ଉପସ୍ଥିତ ରହୁଥିବା ଚୟନକର୍ତ୍ତାମାନେ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ ସହ ଦଳୀୟ ରଣନୀତି ସମ୍ପର୍କରେ ପ୍ରତିଦିନ ଆଲୋଚନା କରିବା ପାଇଁ କିମ୍ବଦନ୍ତୀ କ୍ରିକେଟର୍‌ ସନ୍ନି ଗାଭାସ୍କର ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos