ଲଣ୍ଡନ: ସବୁ ବର୍ଷ ସଚୀନ ତେନ୍ଦୁଲକର ୱିମ୍ବଲଡନକୁ ମ୍ୟାଚ୍ ଦେଖିବାକୁ ଯାଆନ୍ତି। ଏବର୍ଷ ବି ସେ ଏଥିରୁ ବିରତ ହୋଇନାହାନ୍ତି। ଶୁକ୍ରବାର ତାଙ୍କୁ ଦେଖିବାକୁ ମିଳିଥିଲା ୱିମ୍ବଲଡନରେ। ନୋଭାକ ଜୋକୋଭିକ୍ ଓ ରିଚାର୍ଡ ଗାସକ୍ୟୁଏଟଙ୍କ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ପୁରୁଷ ସିଙ୍ଗିଲ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ ସେ। ସାଙ୍ଗରେ ଥିଲେ ପତ୍ନୀ ଅଞ୍ଜଳି। ସଚୀନଙ୍କ ସହିତ ଭାରତର ଟେଷ୍ଟ୍ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ବିରାଟଙ୍କ ସହିତ ତାଙ୍କ ବାନ୍ଧବୀ ଅନୁଷ୍କା ଶର୍ମା ବି ଥିଲେ। ସଚୀନ ଓ ଅଞ୍ଜଳିଙ୍କ ପାଖରେ ବସିଥିଲେ ବିରାଟ ଓ ଅନୁଷ୍କା।
ଏହି ମ୍ୟାଚଟି ଜିତିଥିଲେ ନୋଭାକ ଜୋକୋଭିକ୍। ଆଉ ଏହା ସହିତ ସେ ପୁରୁଷ ସିଙ୍ଗିଲ୍ ଫାଇନାଲରେ ପହଞ୍ଚି ଯାଇଛନ୍ତି।
ସୂଚନାଯୋଗ୍ୟ, ମହାନ କ୍ରିକେଟର ସଚୀନ ତେନ୍ଦୁଲକର ହେଉଛନ୍ତି ମହାନ ଟେନିସ୍ ତାରକା ରୋଜର ଫେଡେରରଙ୍କର ଜଣେ ବଡ଼ ପ୍ରଶଂସକ। ସେ ପ୍ରତିବର୍ଷ ୱିମ୍ବଲଡନକୁ ମ୍ୟାଚ୍ ଦେଖିବାକୁ ଆସନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।