ଦଲୀପ ଟ୍ରଫିରେ ବି ଯୁବରାଜ ବାଦ: ଇଣ୍ଡିଆ ବ୍ଲୁ’ରେ ରାଇନା ଅଧିନାୟକ   

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜରେ ବାଦ ପଡିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜଙ୍କୁ ଦଲୀପ ଟ୍ରଫିରେ ମଧ୍ୟ ସାମିଲ କରାଯାଇନାହିଁ। ଅନ୍ୟପଟେ ବହୁ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିବା ପରେ ପୁଣିଥରେ ସୁରେଶ ରାଇନା ପଡିଆକୁ ଫେରୁଛନ୍ତି। ସେ ଦଲୀପ ଟ୍ରଫିରେ ଇଣ୍ଡିଆ ବ୍ଲୁ ଟିମ୍‌ରେ ଅଧିନାୟକ ରହିବେ। ଦଲୀପ ଟ୍ରଫି ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି। ଯେଉଁଥିରେ ଇଣ୍ଡିଆ ରେଡ୍‌ରେ ଅଭିନଭ ମୁକୁନ୍ଦ ଅଧିନାୟକ […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 05:47 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜରେ ବାଦ ପଡିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜଙ୍କୁ ଦଲୀପ ଟ୍ରଫିରେ ମଧ୍ୟ ସାମିଲ କରାଯାଇନାହିଁ। ଅନ୍ୟପଟେ ବହୁ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିବା ପରେ ପୁଣିଥରେ ସୁରେଶ ରାଇନା ପଡିଆକୁ ଫେରୁଛନ୍ତି। ସେ ଦଲୀପ ଟ୍ରଫିରେ ଇଣ୍ଡିଆ ବ୍ଲୁ ଟିମ୍‌ରେ ଅଧିନାୟକ ରହିବେ। ଦଲୀପ ଟ୍ରଫି ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି। ଯେଉଁଥିରେ ଇଣ୍ଡିଆ ରେଡ୍‌ରେ ଅଭିନଭ ମୁକୁନ୍ଦ ଅଧିନାୟକ ରହିଥିବା ବେଳେ ଇଣ୍ଡିଆ ଗ୍ରୀନରେ ମୁରଲୀ ବିଜୟ ଓ ଇଣ୍ଡିଆ ବ୍ଲୁ’ ପାଇଁ ସୁରେଶ ରାଇନାଙ୍କ ନାଁ ଅଧିନାୟକ ପାଇଁ  ଘୋଷଣା ହୋଇଛି। ଦିଲୀପ ଟ୍ରଫି ପାଇଁ ଖେଳାଳିଙ୍କ ନାଁ ଘୋଷଣା ହେବା ପରେ ଯୁବରାଜଙ୍କ ପ୍ରଶଂସକଙ୍କୁ ବେଶ୍‌ ନିରାଶ କରିଛି। କାରଣ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଯୁବରାଜଙ୍କ ଖରାପ ଫର୍ମକୁ ନେଇ ସେ ଏବେ ଟିମ୍‌ରୁ ବାଦ ପଡିଛନ୍ତି। ଅନ୍ୟପଟେ ଆସନ୍ତା ମାସରେ ଟିମ୍‌ ଇଣ୍ଡିଆ ଗସ୍ତରେ ଅଷ୍ଟ୍ରେଲିଆ ଆସିବ। ଅଷ୍ଟ୍ରେଲିଆ ଏହି ଗସ୍ତରେ ୫ଟି ଦିନିକିଆ ସହ ୩ଟି ଟି-ଟୋଣ୍ଟି ଖେଳିବ। ହୁଏତ ଏହି ସିରିଜ ପାଇଁ ଯୁବରାଜଙ୍କୁ ଟିମ୍‌ରେ ସ୍ଥାନ ମିଳିପାରେ ଯେଉଁଥିପାଇଁ ତାଙ୍କୁ ଦଲୀପ ଟ୍ରଫିରେ ସ୍ଥାନ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos