ଚହଲ ଧୋନିଙ୍କୁ କହିଲେ ‘ମାହି ସାର’, ଧୋନିଙ୍କ ଉତ୍ତର ଥିଲା ଏମିତି

ନୂଆଦିଲ୍ଲୀ: ଭାରତୀୟ ଦଳର ଲେଗ୍‌ ସ୍ପିନର  ୟଜୁବେନ୍ଦ୍ର ଚହଲ ନିକଟରେ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ସେ ଯେତେବେଳେ ପ୍ରଥମ ଥର ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସାକ୍ଷତ କରିଥିଲେ। ସେତେବେଳେ ସେ  ତାଙ୍କୁ  ‘ମାହି ସାର’ କହି ଡାକିଥିଲେ। ଆଉ ଧୋନିଙ୍କ ପ୍ରତିକ୍ରିୟା ଥିଲା ଏମିତି। ଯାହା ପଢିଲେ ଧୋନିଙ୍କ ପ୍ରତି ଆପଣଙ୍କ ସମ୍ମାନ ମଧ୍ୟ ବଢିଯିବ। କଥା ହେଉଛି ସେ ସମୟର, […]

bhai

bhai

Rakesh Mallick
  • Published: Sunday, 03 June 2018
  • Updated: 04 June 2018, 10:41 AM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଦଳର ଲେଗ୍‌ ସ୍ପିନର  ୟଜୁବେନ୍ଦ୍ର ଚହଲ ନିକଟରେ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ସେ ଯେତେବେଳେ ପ୍ରଥମ ଥର ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସାକ୍ଷତ କରିଥିଲେ। ସେତେବେଳେ ସେ  ତାଙ୍କୁ  ‘ମାହି ସାର’ କହି ଡାକିଥିଲେ। ଆଉ ଧୋନିଙ୍କ ପ୍ରତିକ୍ରିୟା ଥିଲା ଏମିତି। ଯାହା ପଢିଲେ ଧୋନିଙ୍କ ପ୍ରତି ଆପଣଙ୍କ ସମ୍ମାନ ମଧ୍ୟ ବଢିଯିବ।

କଥା ହେଉଛି ସେ ସମୟର, ଯେତେବେଳେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଦଳର ଅଧିନାୟକ ଥିଲେ।  ୨୦୧୬ରେ ସେମାନେ ଖେଳିବାକୁ ଜିମ୍ବାୱେ ଯାଇଥିଲେ ।  ସେହି ସିରିଜ୍‌ରେ ଲେଗ୍‌ ସ୍ପିନର  ୟଜୁବେନ୍ଦ୍ର  ଚହଲ ଧୋନୀଙ୍କ ଅଧିନାୟକତ୍ୱରେ  ନିଜ ୱାନ୍‌ଡେ ଡେବ୍ୟୁ କରିଥିଲେ।  କେବଳ ଏତିକି ନୁହେଁ ଧୋନୀ ଚହଲଙ୍କ ଡେବ୍ୟୁରେ ତାଙ୍କୁ ୱାନ୍‌ଡେ କ୍ୟାପ୍‌ ବି ଦେଇଥିଲେ।

କିନ୍ତୁ ସେତେବେଳେ ଏମିତି ଏକ ଘଟଣା ଘଟିଥିଲା  ଯାହା ଚହଲଙ୍କୁ ଆଜି ବି ମନେ ଅଛି।  ଏକ ଚାର୍ଟ ଶୋ’ରେ  ଚହଲ ସେହି କଥା ଖୁଲାସା କରିଛନ୍ତି। ସେ କହିଛନ୍ତି ‘‘ ମୁଁ ସବୁବେଳେ ତାଙ୍କୁ ମାହି ସାର୍‌ କହି ଡାକିଥାଏ। ଯାହା କି ଧୋନୀଙ୍କୁ ଆଦୌ ଭଲ ଲାଗେନି। ତା’ପରେ ଦିନେ ସେ ମୋତେ ଡାକି  କହିଲେ ମୋତେ ଧୋନୀ, ମହେନ୍ଦ୍ର ସିଂହ ଧୋନୀ କି ଭାଇ କହିକି ଡାକିପାର କିନ୍ତୁ ସାର ଡାକିବନି।’’ ଯାହା ଚହଲଙ୍କ ହୃଦୟ ଚହଲାଇ ଦେଇଥିଲା।

ଚହଲ କହିଥିଲେ, ପ୍ରଥମ ଥର ଏମ୍‌ଏସ୍‌ ଧୋନିଙ୍କୁ ଦେଖିଲେ କେହି ବି କ୍ରିକେଟର ନର୍ଭସ ହୋଇ ପାରନ୍ତି। କିନ୍ତୁ ସେ ଆଦୌ ସେମିତି ନୁହନ୍ତି।  କାହିଁକି ନା ସେ ଖୁବ୍‌ ଶାନ୍ତ ସ୍ୱଭାବର।  ଧୋନି ସମସ୍ତଙ୍କର ଆଦର୍ଶ।  ସେ ପ୍ରାୟ ସବୁ ଖେଳାଳିଙ୍କ ଆଦର୍ଶ। ତାଙ୍କୁ ସମସ୍ତେ  ବହୁତ ସମ୍ମାନ କରନ୍ତି।

ଏହା ପୂର୍ବରୁ  ଭାରତୀୟ ଦଳର ବୋଲର  ଲୋକେସ୍‌  ରାହୁଲ୍‌ ଧୋନୀଙ୍କ ପ୍ରଶଂସା କରି କହିଥିଲେ। ‘ମୋତେ  ସବୁବେଳେ ମାହି ଭାଇଙ୍କ ବ୍ୟାଟିଂ ଦେଖିବାକୁ ଭଲ ଲାଗେ ଓ ମଜା ଲାଗେ।  ଯେଉଁଭଳି ସେ ମ୍ୟାଚ୍‌ ଜିତାନ୍ତି ତାହା ଖୁବ୍‌ ପ୍ରଶଂସନୀୟ।’ ରାହୁଲ୍‌ ଆହୁରି କହିଥିଲେ, ମାହି ଭାଇଙ୍କୁ ପୁଣି ଥରେ  ଆଇ.ପି.ଏଲ୍‌ରେ ବ୍ୟାଟିଂ କରିବାର ଦେଖି ଖୁବ୍‌ ଖୁସି ଲାଗିଲା। ଆଉ ଏକ ବଡ଼ କଥା ହେଉଛି ସେ ଆଇପିଏଲ୍‌ର ବିଜେତା ମଧ୍ୟ ହୋଇଛନ୍ତି। ଜଣେ ଭଲ ମଣିଷ ଓ ଟିମ୍‌ର ନେତା ଭାବେ ସେ ନିଜକୁ ସବୁବେଳେ ପ୍ରମାଣିତ କରି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos