ଭାରତରେ ଲଞ୍ଚ୍‌ ହେଲା ଦୁନିଆର ସବୁଠୁ ଶସ୍ତା ମୋବାଇଲ୍‌ ଫୋନ୍, ଦାମ୍ ମାତ୍ର ୨୯୯ ଟଙ୍କା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜିଓ ଫୋନ୍‌ ପରେ ଡିଟେଲ୍‌ ନାମକ କମ୍ପାନୀ ଭାରତରେ ଲଞ୍ଚ୍ କରିଛି ଦୁନିଆର ସବୁଠୁ ଶସ୍ତା ମୋବାଇଲ୍‌ ଫୋନ୍। ଫୋନ୍‌ଟିର ଦାମ ମାତ୍ର ୨୯୯ ଟଙ୍କା। ଏହି ଫୋନ୍‌ର ବୁକିଂ ଅନଲାଇନ୍‌ରେ କମ୍ପାନୀର ୱେବ୍‌ସାଇଟ୍‌ detel-india.com ରେ କରାଯାଉଛି। ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ବୁକିଂ କରିବାର ୮ରୁ ୧୦ ଦିନ ମଧ୍ୟରେ ଗ୍ରାହକଙ୍କ ନିକଟରେ ଫୋନ୍ ପହଞ୍ଚିଯିବ। ଏହି ଫୋନରେ୧.୪୪ ଇଞ୍ଚର ମନୋକ୍ରୋମ୍ ଡିସ୍‌ପ୍ଲେ ରହିଛି। ଏଥିରେ କେବଳ ଗୋଟିଏ ସିମ୍‌ […]

detel

detel

Rakesh Mallick
  • Published: Sunday, 20 August 2017
  • Updated: 13 September 2017, 04:06 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜିଓ ଫୋନ୍‌ ପରେ ଡିଟେଲ୍‌ ନାମକ କମ୍ପାନୀ ଭାରତରେ ଲଞ୍ଚ୍ କରିଛି ଦୁନିଆର ସବୁଠୁ ଶସ୍ତା ମୋବାଇଲ୍‌ ଫୋନ୍। ଫୋନ୍‌ଟିର ଦାମ ମାତ୍ର ୨୯୯ ଟଙ୍କା।

ଏହି ଫୋନ୍‌ର ବୁକିଂ ଅନଲାଇନ୍‌ରେ କମ୍ପାନୀର ୱେବ୍‌ସାଇଟ୍‌ detel-india.com ରେ କରାଯାଉଛି। ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ବୁକିଂ କରିବାର ୮ରୁ ୧୦ ଦିନ ମଧ୍ୟରେ ଗ୍ରାହକଙ୍କ ନିକଟରେ ଫୋନ୍ ପହଞ୍ଚିଯିବ।

ଏହି ଫୋନରେ୧.୪୪ ଇଞ୍ଚର ମନୋକ୍ରୋମ୍ ଡିସ୍‌ପ୍ଲେ ରହିଛି। ଏଥିରେ କେବଳ ଗୋଟିଏ ସିମ୍‌ ରହୁଛି। ଏଥିରେ 650mAHର ବ୍ୟାଟେରୀ ଦିଆଯାଇଛି। ଏହା ସହିତ ଫୋନ୍‌ରେ ଟର୍ଚ୍ଚ, ଫୋନ୍‌ବୁକ୍‌, ଏଫ୍‌ଏମ୍‌ ରେଡିଓ ଏବଂ ସ୍ପିକର ସହିତ ଭାଇବ୍ରେସନ୍ ମୋଡ୍ ଦିଆଯାଇଛି। ତେବେ ଏହି ଫୋନ୍ ଜିଓ ଫୋନ୍‌କୁ ଟକ୍କର ଦେଇ ପାରିବ ନାହିଁ। କାରଣ ଏଥିରେ 4G ସପୋର୍ଟ ଦିଆଯାଇ ନାହିଁ। ଯେଉଁମାନେ ଆଦୌ ଫୋନ୍ ବ୍ୟବହାର କରୁ ନାହାନ୍ତି, ସେମାନଙ୍କ ପାଇଁ ଏହା ଠିକ୍ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos