ଟାର୍ଡିଗ୍ରେଡ୍ ବା ଜଳଭାଲୁ: ଏକ ଅମର ଜୀବର କାହାଣୀ

ଆପଣ ଜାଣିଥିବେ, ପୌରାଣିକ କଥାରେ ଅସୁରମାନେ ବିଭିନ୍ନ ସମୟରେ କଠିନ ତପସ୍ୟା କରି ବ୍ରହ୍ମା, ବିଷ୍ଣୁ କିମ୍ବା ମହେଶ୍ୱରଙ୍କୁ ତୁଷ୍ଟ କରୁଥିଲେ ଓ ଆରାଧ୍ୟଙ୍କୁ ମାଗୁଥିଲେ ଅମର ବର। କିନ୍ତୁ କୌଣସି ଅସୁରଙ୍କୁ ଅମରବର ମିଳୁନଥିଲା। ଏହା ବଦଳରେ ସେମାନେ ଇଚ୍ଛା ମୁତାବକ ଅନ୍ୟ ବର ମାଗୁଥିଲେ। କିନ୍ତୁ ଏଭଳି ଏକ ଜୀବ ଅଛି, ଯାହାକୁ ମାରିବା ଅସମ୍ଭବ। ଜଳ, ସ୍ଥଳ, ଆକାଶ କଥା ଛାଡ଼ନ୍ତୁ, ଏହି ଜୀବ ଏଭଳି ଭୟଙ୍କର ପ୍ରତିକୂଳ ପରିବେଶରେ ବଞ୍ଚିରହିପାରେ, ଯେଉଁଠାରେ […]

Tardigrades3

Tardigrades3

Rakesh Mallick
  • Published: Monday, 23 April 2018
  • Updated: 23 April 2018, 11:31 AM IST

Sports

Latest News

sangramଆପଣ ଜାଣିଥିବେ, ପୌରାଣିକ କଥାରେ ଅସୁରମାନେ ବିଭିନ୍ନ ସମୟରେ କଠିନ ତପସ୍ୟା କରି ବ୍ରହ୍ମା, ବିଷ୍ଣୁ କିମ୍ବା ମହେଶ୍ୱରଙ୍କୁ ତୁଷ୍ଟ କରୁଥିଲେ ଓ ଆରାଧ୍ୟଙ୍କୁ ମାଗୁଥିଲେ ଅମର ବର। କିନ୍ତୁ କୌଣସି ଅସୁରଙ୍କୁ ଅମରବର ମିଳୁନଥିଲା। ଏହା ବଦଳରେ ସେମାନେ ଇଚ୍ଛା ମୁତାବକ ଅନ୍ୟ ବର ମାଗୁଥିଲେ। କିନ୍ତୁ ଏଭଳି ଏକ ଜୀବ ଅଛି, ଯାହାକୁ ମାରିବା ଅସମ୍ଭବ। ଜଳ, ସ୍ଥଳ, ଆକାଶ କଥା ଛାଡ଼ନ୍ତୁ, ଏହି ଜୀବ ଏଭଳି ଭୟଙ୍କର ପ୍ରତିକୂଳ ପରିବେଶରେ ବଞ୍ଚିରହିପାରେ, ଯେଉଁଠାରେ ମଣିଷ କିମ୍ବା ପୃଥିବୀର ଅନ୍ୟ କୌଣସି ଜୀବ ବଞ୍ଚିବାର କୌଣସି ସମ୍ଭାବନା ନାହିଁ। ଏହି ଅମର ଜୀବ ହେଉଛି, ଟାର୍ଡିଗ୍ରେଡ୍ (Tardigrade)। ଏହା ଆକୃତିରେ ଭାଲୁ ଭଳି ଦେଖାଯାଉଥିବାରୁ ଓ ଜଳଭାଗରେ ରହୁଥିବାରୁ ଏହାକୁ ଜଳଭାଲୁ ବା ଇଂରାଜୀରେ ୱାଟର୍ ବିଅର୍ କୁହାଯାଏ।

ଟାର୍ଡିଗ୍ରେଡ୍ ଏକ ଅତିକ୍ଷୁଦ୍ର ଜୀବ ଏବଂ ଏହାକୁ ସାଧାରଣ ଅଣୁବୀକ୍ଷଣ ଯନ୍ତ୍ର ବିନା ଖାଲି ଆଖିରେ ଦେଖିବା ଅସମ୍ଭବ। ଡାଇନୋସର୍ ସୃଷ୍ଟି ହେବାର ପ୍ରାୟ ପ୍ରାୟ ୩୦ କୋଟି ବର୍ଷ ପୂର୍ବରୁ ଏହି ଜୀବ ପୃଥିବୀରେ ରହିଆସିଛି ଏବଂ ଆଜି ବି ଏହାର ସ୍ଥିତି ସୁଦୃଢ଼ ରହିଛି। ଅନୁମାନ କରାଯାଉଛି ଯେ, ଅଦ୍ଭୁତ ଶକ୍ତିଧାରୀ ଜୀବ ପୃଥିବୀରେ ପୂର୍ବରୁ ଘଟିଥିବା ୪ଟି ଯାକ ମହାବିନାଶରେ ମଧ୍ୟ ତିଷ୍ଠି ରହିପାରିଛି। ୧୭୭୩  ମସିହାରେ ଆବିଷ୍କାର ହୋଇଥିବା ଏହି ଜଳଭାଲୁ ପୃଥିବୀର ପ୍ରାୟ ସମସ୍ତ ପ୍ରକାର ପରିବେଶରେ ଦେଖାଯାଏ। ଗିରିଶୃଙ୍ଗ ଠାରୁ ଆରମ୍ଭ କରି ଗଭୀର ସମୁଦ୍ର ପର୍ଯ୍ୟନ୍ତ, ବର୍ଷାବନ ଠାରୁ ଆରମ୍ଭ କରି ବରଫାବୃତ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ସବୁଠି ଏହି ଜୀବର ପ୍ରାୟ ୧୧୫୦ ପ୍ରକାର ପ୍ରଜାତିକୁ ଦେଖିବାକୁ ମିଳେ। ପ୍ରାପ୍ତ ବୟସ୍କ ଟାର୍ଡିଗ୍ରେଡର ଲମ୍ବ ୦.୫ ମିଲିମିଟର ବା ୦.୦୨ ଇଞ୍ଚ। ଏମାନଙ୍କର ୪ ଯୋଡ଼ା ବା ୮ଟି ଗୋଡ଼ ଥାଏ ଏବଂ ପ୍ରତ୍ୟେକ ଗୋଡ଼ରେ ୪ରୁ ୮ଟି ନଖପଞ୍ଝା ରହିଥାଏ। ଏଗୁଡ଼ିକ ସନ୍ତସନ୍ତିଆ ଅଞ୍ଚଳ ଓ ଗୁଳ୍ମ ଥିବା ସ୍ଥାନରେ ଅଧିକ ମାତ୍ରାରେ ଦେଖିବାକୁ ମିଳନ୍ତି ଏବଂ ଉଦ୍ଭିଦ କୋଷିକା, ଶୈବାଳ ଓ ସୂକ୍ଷ୍ମ ଅମେରୁଦଣ୍ଡି ପ୍ରାଣୀକୁ ଖାଆନ୍ତି।

ତେବେ ରୋଚକ କଥା ହେଉଛି, ସ୍ୱାଭାବିକ ଅବସ୍ଥାରେ ପ୍ରାୟ ୬୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ଏହି ଟାର୍ଡିଗ୍ରେଡ୍ ବା ଜଳଭାଲୁକୁ ଅନ୍ୟ କୌଣସି ଉପାୟରେ ମାରିବା ଏକପ୍ରକାର ଅସାଧ୍ୟ ବା ଅସମ୍ଭବ। ଏହା ଅତିଉଚ୍ଚ ତାପମାତ୍ରା, ଅତିନିମ୍ନ ତାପମାତ୍ରା, ଅତିଉଚ୍ଚ ଚାପ, ବାୟୁ କିମ୍ବା ଜଳ ନଥିବା ସ୍ଥାନ, ବିଷାକ୍ତ ରାସାୟନିକ ପଦାର୍ଥ ଥିବା ପରିବେଶ ଏପରିକି ଆଗ୍ନେୟଗିରି ଓ କ୍ଷତିକାରକ ରଶ୍ମୀ ବିକିରଣ ହେଉଥିବା ସ୍ଥାନରେ ମଧ୍ୟ ଜୀବିତ ରହିପାରେ। ଏହା ମହାକାଶରେ ମଧ୍ୟ ବଞ୍ଚିରହିପାରେ। ୧୪୮ଡିଗ୍ରୀ ସେଣ୍ଟିଗ୍ରେଡ୍ ଭଳି ଉଚ୍ଚ ତାପମାତ୍ରା କିମ୍ବା -୨୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଭଳି ନିମ୍ନ ତାପମାତ୍ରାରେ ଏହି ଜୀବ ବଞ୍ଚିରହିବା ଦେଖାଯାଇଛି। ବିନା ଖାଦ୍ୟ, ବିନା ଜଳ ଓ ବିନା ଅମ୍ଳଜାନରେ ଏହା ଦଶନ୍ଧି ଦଶନ୍ଧି ଧରି ବଞ୍ଚିରହିପାରେ। ମଣିଷ ଠାରୁ ୧୦୦୦ଗୁଣ ଅଧିକ ବିକିରଣ ବା ରେଡିଏସନ୍ ସହ୍ୟ କରିପାରେ ଟାର୍ଡିଗ୍ରେଡ୍।

ଟାର୍ଡିଗ୍ରେଡ୍ ଏଭଳି କଠିନ ପ୍ରତିକୂଳ ସ୍ଥିତିରେ ତିଷ୍ଠି ରହିପାରେ କିପରିଗବେଷକଙ୍କ ମତରେ, କ୍ରିପ୍ଟୋବାୟୋସିସ୍ ପ୍ରକ୍ରିୟା ଦ୍ୱାରା ଏଭଳି ହୋଇଥାଏ। ପ୍ରତିକୂଳ ସ୍ଥିତିରେ ଟାର୍ଡିଗ୍ରେଡ୍ ନିଜ ଶରୀରରୁ ସମସ୍ତ ଜଳୀୟ ଅଂଶ ବାହାର କରିଦିଏ ଏବଂ ସଂକୁଚିତ ହୋଇ ଏକ ଅତିକ୍ଷୁଦ୍ର ବଲ୍ ଭଳି ହୋଇଯାଏ, ଯାହାକୁ ଟନ୍ (tun) କୁହାଯାଏ। ଆଉ କିଛି ବୈଜ୍ଞାନିକ ମତ ଦିଅନ୍ତି, ସୁପ୍ତ ବା ନିଷ୍କ୍ରିୟ ଅବସ୍ଥାକୁ ଯିବାପରେ ଏହାର ଶରୀରରେ ଥିବା ପ୍ରୋଟିନ୍ କାଚ ଭଳି ଏକ ପ୍ରକାର ସ୍ଫଟିକରେ ପରିଣତ ହୁଏ। ଫଳରେ ଏହାର ଶରୀରର କୌଣସି କ୍ଷତି ହୁଏ ନାହିଁ। ଏହିଭଳି ଅବସ୍ଥାରେ ଜଳଭାଲୁ ୩୦ ବର୍ଷ ପର୍ଯ୍ୟନ୍ତ ରହିପାରେ ଏବଂ ଅନୁକୂଳ ପରିବେଶ ସୃଷ୍ଟି ହେଲେ ପୁଣିଥରେ ସକ୍ରିୟ ହୋଇ ସାଧାରଣ ଜୀବନ ଅତିବାହିତ କରେ।

ତେବେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିରହିବାର ଏହି ଦକ୍ଷତା ପାଇଁ ଟାର୍ଡିଗ୍ରେଡ୍ ଉପରେ ବୈଜ୍ଞାନିକ ମାନେ ଗବେଷଣା କରୁଛନ୍ତି। ଏହାର ପ୍ରୋଟିନକୁ ବ୍ୟବହାର କରି ଏକ୍ସ-ରେ ଭଳି ବିକିରଣ ପ୍ରତି ମଣିଷର ସହ୍ୟ ଶକ୍ତି କିପରି ବୃଦ୍ଧି କରାଯାଇପାରିବ ଏବଂ ଉଦ୍ଭିଦରେ ଏହାକୁ ପ୍ରୟୋଗ କରି ପ୍ରତିକୂଳ ପରିବେଶରେ ଫସଲ କିପରି ତିଷ୍ଠି ରହିବ, ସେଥିପାଇଁ ଚେଷ୍ଟା ଚାଲିଛି। ଟାର୍ଡିଗ୍ରେଡ୍ ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଥିବା କିଛି ଗବେଷକ ଅନୁମାନ କରୁଛନ୍ତି। ଆଉ କେତେଜଣ ଦାବି କରୁଛନ୍ତି ଯେ, ଭବିଷ୍ୟତରେ ପୃଥିବୀରେ ଅନ୍ୟ ସମସ୍ତ ଜୀବସତ୍ତା ଲୋପ ପାଇଯାଇପାରେ, ମାତ୍ର ସୂର୍ଯ୍ୟ ପୃଥିବୀକୁ ଗ୍ରାସ ନକରିବା ପର୍ଯ୍ୟନ୍ତ ଟାର୍ଡିଗ୍ରେଡ୍ ପୃଥିବୀରେ ବଞ୍ଚିରହିଥିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story