୧ମ ଶ୍ରେଣୀ ଫର୍ମ ପୂରଣ ବେଳେ ଧର୍ମର ନାଁ ଉଲ୍ଲେଖ କଲେନି ଲକ୍ଷାଧିକ ଶିଶୁ

ଥିରୁଅନନ୍ତପୁରମ୍: “ସର୍ବଧର୍ମ ସମନ୍ୱୟର ଭାବରେ ଭାରତ ଭାଇଚାରା କାଏମ୍‌ ରହିଛି। କିନ୍ତୁ କେତେକ ସୁବିଧାବାଦି ବ୍ୟକ୍ତି ନିଜ ସୁବିଧା ପାଇଁ ଦେଶରେ ସର୍ବଦା ସମ୍ପ୍ରଦାୟିକତା ମଞ୍ଜି ବୁଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏବେ ସମୟ ଆସିଛି ସେମାନଙ୍କୁ ଠିକଣା ଜବାବ୍‌ ଦିଆଯିବ”। ଏହି ଚିନ୍ତାଧାରାକୁ ଫଳପ୍ରଶୁ କରିବା ପାଇଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ କେରଳରେ ଅୟମାରମ୍ଭ ହୋଇ ଏକ ଅଭିଯାନ୍‌। ସର୍ବଧର୍ମ ସମନ୍ୱୟ ପାଇଁ ଏମିତି ଏକ ପଦକ୍ଷେପ ନିଆଯାଇଛି ଯାହା […]

karnataka

karnataka

Rakesh Mallick
  • Published: Friday, 30 March 2018
  • Updated: 30 March 2018, 09:03 PM IST

ଥିରୁଅନନ୍ତପୁରମ୍: "ସର୍ବଧର୍ମ ସମନ୍ୱୟର ଭାବରେ ଭାରତ ଭାଇଚାରା କାଏମ୍‌ ରହିଛି। କିନ୍ତୁ କେତେକ ସୁବିଧାବାଦି ବ୍ୟକ୍ତି ନିଜ ସୁବିଧା ପାଇଁ ଦେଶରେ ସର୍ବଦା ସମ୍ପ୍ରଦାୟିକତା ମଞ୍ଜି ବୁଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏବେ ସମୟ ଆସିଛି ସେମାନଙ୍କୁ ଠିକଣା ଜବାବ୍‌ ଦିଆଯିବ"। ଏହି ଚିନ୍ତାଧାରାକୁ ଫଳପ୍ରଶୁ କରିବା ପାଇଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ କେରଳରେ ଅୟମାରମ୍ଭ ହୋଇ ଏକ ଅଭିଯାନ୍‌।

ସର୍ବଧର୍ମ ସମନ୍ୱୟ ପାଇଁ ଏମିତି ଏକ ପଦକ୍ଷେପ ନିଆଯାଇଛି ଯାହା ସମ୍ପର୍କରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କେରଳରେ ୧.୨ ଲକ୍ଷ ଛୋଟ ପିଲାଙ୍କୁ କ୍ଲାସ୍‌-୧ରେ ନାମ ଲେଖାଇବା ପାଇଁ ଫର୍ମ ଦିଆଯାଇଥିଲ। ଉକ୍ତ ଫର୍ମରେ  ଥିବା ଆବଶ୍ୟକୀୟ ସମସ୍ତ ଟେବୁଲ୍‌ ପୂରଣ ପାଇଁ ଥିଲା ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ମୁତାବକ ସମସ୍ତ ସ୍ଥାନ ପୂରଣ କରାଯାଇଥିବା ବେଳେ ଅଭିଭାବକମାନେ ସେଥିରେ ଥିବା ରିଲିଜିୟନ୍‌ ଓ କାଷ୍ଟ ଟେବୁଲ୍‌କୁ ଖାଲି ଛାଡ଼ି ଦେଇଥିଲେ। ଧର୍ମାନ୍ଧତାକୁ ଦୂରେଇ ଦେବାକୁ ଏମାନେ ଏପରି କରିଥିବା କହିଛନ୍ତି। ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି। ତେବେ ଏଭଳି ଘଟଣା କେରଳ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ରାଜ୍ୟର ଜଣେ ଫୁଟ୍‌ବଲ୍‌ ଖେଳାଳି ଏପରି କରି ଖୁବ୍‌ ପ୍ରଶଂସା ସାଉଁଟି ଥିଲେ। ସିକେ ବିନୀଥ୍‌ ନାମକ ଏହି ଖେଳାଳି ତାଙ୍କ ପିଲାର ଜନ୍ମ ପ୍ରମାଣପତ୍ରରେ ଥିବା ରିଲିଜିୟନ୍‌ ବିକଳ୍ପରେ 'ନିଲ୍‌' ବୋଲି ମାର୍କିଂ କରିଥିଲେ।

ଭାରତରେ ଧର୍ମାନ୍ଧତାକୁ ଦୂରେଇ ଦେବାକୁ ସିକେ ବିନୀଥ୍ ଓ କୁନି କୁନି ପିଲାମାନେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସତରେ ଖୁବ ପ୍ରଶଂସନୀୟ। ଯଦି ଏପରି ମନଭାବ ସମସ୍ତେ ପୋଷଣ କରନ୍ତି ତାହେଲେ ଦେଶର ଭବିଷ୍ୟତ ପିଢ଼ିକୁ ସମ୍ପ୍ରଦାୟିକତାର କଳଙ୍କି ନଷ୍ଟ କରିପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos