୧ ଡିସେମ୍ବର, ଶୁକ୍ରବାର: ଜାଣନ୍ତୁ ଚାକିରିଆ ଲୋକଙ୍କର କେମିତି କଟିବ ଆଜିର ଦିନ

zodaic

ମେଷ:  ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ଘଟିବ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଆଜିର ଦିନଟି ଆପଣଙ୍କର ମାନ୍ଦାରେ ମାନ୍ଦାରେ କଟିବ। ଜୀବନସାଥିଙ୍କ ସହ ବଚସା ହୋଇପାରେ। ଘରୁ ବାହାରକୁ ଯିବା ବେଳେ ଦହି ଖାଇ ଯାଆନ୍ତ।

ମିଥୁନ:  ଆଜିର ଦିନଟି ଅପାଣଙ୍କର ଭଲରେ କଟିବ। ମାନସମ୍ମାନ ବଢିବ ଓ ଉପହାର ମିଳିବାର ଯୋଗ ରହିଛି। ପିଲାମାନଙ୍କଠାରୁ ଖୁସି ଖବର ପାଇବେ। ବିବାହ ଯୋଗ୍ୟ ପୁଅଝିଅଙ୍କ ସମସ୍ୟା ଦୂର ହେବ।

କର୍କଟ: ଚାକିରିରେ ପଦୋନ୍ନତି ମିଳିବ। ଆର୍ଥିକ ସ୍ଥିତିରେ ଲଭବାନ ହେବେ। କୌଣସି ବଡ଼ କାମ କରିପାରନ୍ତି।

ସିଂହ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଅଯଥା ଖର୍ଚ୍ଚାନ୍ତ ହେବେ। ପରିବାର ଲୋକଙ୍କ ସହଯୋଗରେ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ।

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂଆ କାମ ହାତକୁ ନିଅନ୍ତୁ ନାହିଁ। ଧଳା ମିଠା ଦାନ ଦିଅନ୍ତୁ, ସମସ୍ୟା ଦୂର ହେବ।

ତୁଳା: ଲାଗି ରହଇଥିବା ପାରିବାରିକ ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ବୃଦ୍ଧି ପାଇବାର ଯୋଗ ରହିଛି।

ବିଚ୍ଛା: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ନିଜ ଅଭ୍ୟାସରେ ସୁଧାର ଆଣନ୍ତୁ।

ଧନୁ: ଧନପ୍ରାପ୍ତିର ଯୋଗ ରହିଛି। ଘରେ କୌଣସି ମଙ୍ଗଳ କାର୍ଯ୍ୟ ହେବ। କୌଣସି ନିଷ୍ପତ୍ତି ନେବା ବେଳେ ଭାବିଚିନ୍ତି ନିଅନ୍ତୁ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଆର୍ଥିକ କ୍ଷତିରେ ପଡିବେ। ପିଲାମାନଙ୍କୁ ନେଇ ସମସ୍ୟାରେ ପଡିପାରନ୍ତି। ଚାକିରିରେ ବିବାଦ ଦେଖାଦେବାର ସମ୍ଭାବନା ରହିଛି।

କୁମ୍ଭ: ବ୍ୟବସାୟରେ ଲାଭ ମିଳିବ। ଲାଗି ରହିଥିବା ଜମିଜମା ବିବାଦର ସମାଧାନ ହୋଇଯିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି।

ମୀନ: ଚାକିରି କରିଥିବା ବ୍ୟକ୍ତିଙ୍କ ଜୀବନରେ ନୂଆ ସୁଯୋଗ ଆସିବ। ଶୁଭ ସମ୍ବାଦ ପାଇପାରନ୍ତି। ଖିଆପିଆର ଯତ୍ନ ନିଅନ୍ତୁ।

Previous ArticleNext Article

Send this to a friend