୧ ଜାନୁଆରୀ,ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ମିଶ୍ରି ଖାଇ ଘରୁ ବାହାରିବା ଉଚିତ

zodaic-

ମେଷ: ଦିନଟି ଶୁଭରେ କଟିବ। ବୁଲିବାକୁ ଯାଇ ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନର ଯୋଗ ରହିଛି।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସକାରାତ୍ମକ ଚିନ୍ତା କରିବେ। ଋଣ କରି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମିଥୁନ: ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି।

କର୍କଟ: ଘରେ ଖୁସିର ବାତାବରଣ ରହିବ। ଉଚ୍ଚ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ। ଖର୍ଚ୍ଚ ବଢ଼ିବ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ସିଂହ: ନୂତନ କାର୍ଯ୍ୟ କରିପାରନ୍ତି। ଖର୍ଚ୍ଚ ବଢ଼ିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପ୍ରେମ ସମ୍ପର୍କକୁ ନେଇ ଚିନ୍ତିତ ରହିବେ।

କନ୍ୟା: କ୍ୟାରିଅର୍‌ରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ପାଣି ଠାରୁ ଦୂରେଇ ରୁହନ୍ତୁ।

ତୁଳା: ଧନ ପ୍ରାପ୍ତିର ଯୋଗ ରହିଛି। ପିଲାଙ୍କୁ ନେଇ ଖୁସିରେ ରହିବେ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ।

ବିଚ୍ଛା:କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯାତ୍ରା କରି ପାରନ୍ତି। ଶରୀରରେ ଆଘାତ ଲାଗି ପାରେ । ସତର୍କ ରୁହନ୍ତୁ।

ଧନୁ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଯାତ୍ରା କରନ୍ତୁ ନାହିଁ।

ମକର: ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଚାକିରିକୁ ନେଇ ଚିନ୍ତିତ ରହିବେ। ନୂତନ କାର୍ଯ୍ୟ କରି ପାରନ୍ତି।

କୁମ୍ଭ: ଉପହାର ମିଳିବ। ମାନ-ସମ୍ମାନ ମିଳିବ। ଅଟକି ରହିଥିବା କାମ ଶେଷ କରିବେ। ପରିବାରରେ ଖୁସିର ବାତାବରଣ ରହିବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ।  ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧନହାନୀ ଠାରୁ ଦୂରେଇ ରୁହନ୍ତୁ।

Previous ArticleNext Article

Send this to a friend