୧୦ ଡିସେମ୍ୱର, ରବିବାର: ଜାଣନ୍ତୁ ଆଜି କେଉଁ ରାଶି ଲୋକଙ୍କର ହଠାତ୍ ଖର୍ଚ୍ଚ ବଢ଼ିବ

zodaicimage

ମେଷ:  ଖୁସିରେ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସୁସ୍ଥ ରହିବେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ଆତ୍ମବିଶ୍ୱାସର ସହ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ। ପିଲାଙ୍କ ପାଇଁ ଖର୍ଚ୍ଚ ବଢ଼ିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହି ପାରନ୍ତି।

ମିଥୁନ: ଯାତ୍ରା କରି ପାରନ୍ତି। ଧନ ପ୍ରାପ୍ତିର ଯୋଗ ରହିଛି। ନୂତନ ବନ୍ଧୁ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟୀ ହେବେ।

କର୍କଟ: ନକାରାତ୍ମକ ଚିନ୍ତା କରନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ଆଖିରେ ଯନ୍ତ୍ରଣା ହୋଇପାରେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରି ପାରନ୍ତି। ବାପାଙ୍କ ଠାରୁ ଲାଭବାନ ହେବେ। ନିଜର ଆତ୍ମବିଶ୍ୱାସ ବଢ଼ିବ। ମାନ-ସମ୍ମାନ ମିଳିବ।

କନ୍ୟା: ପରିବାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପାଚନ କ୍ରିୟାରେ ସମସ୍ୟା ଦେଖାଦେଇ ପାରେ। ଚିନ୍ତାରେ ରହି ପାରନ୍ତି। ହଠାତ୍ ଖର୍ଚ୍ଚ ବଢ଼ିବ।

ତୁଳା: ଦିନଟି ଭଲ ରହିଛି। ଆୟ ବୃଦ୍ଧି ହେବ। ବନ୍ଧୁଙ୍କଠାରୁ  ଲାଭବାନ ହେବେ। ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇ ଖୁସି ଅନୁଭବ କରିବେ।

ବିଚ୍ଛା: ଅଧିକ କାର୍ଯ୍ୟ କରି ପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ମାନ-ସମ୍ମାନ ମିଳିବ। ପରିବାରରେ ଖୁସିର ବାତାବରଣ ରହିବ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଯାତ୍ରା କରନ୍ତୁ ନାହିଁ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ି ପାରେ। ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ବାଦ-ବିବାଦ ହୋଇପାରେ।

ମକର: ହଠାତ୍ ଖର୍ଚ୍ଚ ବଢ଼ିବ। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ସଂଯମ ରଖନ୍ତୁ।

କୁମ୍ଭ: ସମସ୍ତ କାର୍ଯ୍ୟ ଆତ୍ମବିଶ୍ୱାସର ସହ କରିବେ। ସ୍ୱାଦିଷ୍ଟ ଖାଦ୍ୟ ଓ ନୂତନ ପୋଷାକ ମିଳିପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଦୁର୍ଘଟଣାର ଯୋଗ ରହିଛି।  ସତର୍କ ରୁହନ୍ତୁ। ସୁସ୍ଥ ରହିବେ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

Previous ArticleNext Article

Send this to a friend