ସବଡିଭିଜନ ମାନ୍ୟତା ଦାବିରେ ୧୨ଘଣ୍ଟିଆ ଆସିକା ବନ୍ଦ

ଆସିକା: ଆସିକାକୁ ସବଡିଭିଜନ ମାନ୍ୟତା ଦାବିରେ ଓକିଲ ସଂଘ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଆସିକା ବନ୍ଦ ପାଳନ କରାଯାଇଛି। ବଡ଼ ନଦୀ ଓ ଋଷିକୁଲ୍ୟା ବ୍ରିଜ୍ ଉପରେ ଏନ୍ଏଚ୍-୫୯ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିଭଳି ଆସିକାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ପ୍ରତିଷ୍ଠାନ ବନ୍ଦ ରହିଛି। ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଥିବା ବେଳେ ଜୀବନଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି।

Previous ArticleNext Article

Send this to a friend