୧୩ ଜୁନ୍, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆର୍ଥିକ ସଂକଟର ସମ୍ମୁଖୀନ ହେବେ

rashi

ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। କାର୍ଯ୍ୟଭାର ବଢ଼ିପାରେ। ଘରେ କାହା ସହିତ ମତଭେଦ ହୋଇପାରେ।

ବୃଷ: ଦିନଟି ଭଲରେ କଟିବ। ବିଦେଶରୁ ଶୁଭ ସମାଚାର ପାଇବେ। ଧନଲାଭ ହୋଇପାରେ। ତୀର୍ଥ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସଂକଟର ସମ୍ମୁଖୀନ ହୋଇପାରନ୍ତି। ଅଫିସ୍‌ରେ ଅବା ପରିବାରରେ କାହା ସହିତ ବିବାଦ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ। ଆଶା ମୁତାବକ ଅର୍ଥ ପାଇବେ। ମନୋରଞ୍ଜନରେ ସମୟ ବିତିବ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ।

ସିଂହ: ମନ ଅଶାନ୍ତ ରହିବ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଅଟକି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଉଦ୍ୟମ କରିବେ, କିନ୍ତୁ ସଫଳତା ମିଳି ନ ପାରେ। ଅପରାହ୍ନରେ କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବ୍ୟବସାୟିକ ଅବା ଅଫିସ୍ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ କରିବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଭାଗ୍ୟର ସହଯୋଗ ମିଳିବ। ବିରୋଧୀମାନେ ଦବି ରହିବେ। ଖର୍ଚ୍ଚ ବଢ଼ିବ, କିନ୍ତୁ ଅର୍ଥଲାଭ ଯୋଗ ବି ରହିଛି।

ଧନୁ: ପରିବାରରେ ଅଶାନ୍ତି ଦେଖା ଯାଇପାରେ। ଅଯଥା ଅର୍ଥ ବ୍ୟୟ ହେବ। ଆଶା ମୁତାବକ କାର୍ଯ୍ୟ ସଂପନ୍ନ ହେବ ନାହିଁ। କୌଣସି ବନ୍ଧୁ ସହାୟତାର ହାତ ବଢ଼ାଇ ପାରନ୍ତି।

ମକର: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। କାହାଠାରୁ ଉପହାର ପାଇପାରନ୍ତି। ଉଭୟ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ।

କୁମ୍ଭ: ଅର୍ଥ ନେଣ-ଦେଣ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାହା ସହିତ ମତଭେଦ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଦିନଟି ଶୁଭଫଳ ପ୍ରଦାନ କରିବ। ଆୟ ବଢ଼ିବ। ବାପାମାଆଙ୍କ ତରଫରୁ ଆପଣଙ୍କୁ ଲାଭ ମିଳିପାରେ। ନୂଆ ସାଙ୍ଗ ବନାଇବେ। ଭାଗ୍ୟର ସହଯୋଗ ମିଳିବ।

Previous ArticleNext Article

Send this to a friend