୧୩ ଜାନୁଆରୀ, ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଚାକିରିରେ ପରିବର୍ତ୍ତନ କରିବା ଅନୁଚିତ

Rashi

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ନୁହେଁ। ଦୂରଯାତ୍ରା କରନ୍ତୁ ନାହିଁ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟହାନୀର ସମ୍ଭାବନା ରହିଛି।

ବୃଷ: ଆଜି ଆପଣଙ୍କ ମନ ଚଞ୍ଚଳ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଆଜି ଜମି କିଣିବାକୁ ଯୋଜନା ଥିଲେ, ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ।

ମିଥୁନ: ଆଜିର ଦିନଟି ଆପଣଙ୍କର ବହୁତ ଭଲରେ କଟିବ। ପରିବାର ସଦସ୍ୟଙ୍କ ସହଯୋଗ ପାଇବେ। ଦୂରଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ମିଳିବ।

କର୍କଟ: ଆଜିର ଦିନଟି ଆପଣଙ୍କୁ ମିଶ୍ର ଫଳ ଦେବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନହେଲେ ସମସ୍ୟାରେ ପଡ଼ି ପାରନ୍ତି। ସ୍ଥାନ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ଆତ୍ମବିଶ୍ୱାସ ଅଧିକ ରହିବ। ଚାକିରିରେ ମାନସମ୍ମାନ ବୃଦ୍ଧି ପାଇବା ସହ ଉଚ୍ଚ ପଦ ହାସଲ କରିବେ। ଘରେ ପିଲାମାନଙ୍କ ସମସ୍ୟା ଦୂର ହେବ।

କନ୍ୟା: ଯାନବାହାନ କିଣିବାର ଯୋଗ ରହିଛି। ଜୀବନସାଥୀ ସହ ବିବାଦ ହେବାର ଆଶଙ୍କା ରହିଛି। ବୁଝି ବିଚାରି କାମ କରନ୍ତୁ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ଧାରକରଜରୁ ମୁକ୍ତି ମିଳିବ। ଅଟକି ରହିଥିବା କାମ ହୋଇଯିବ।

ବିଚ୍ଛା: ଦୁର୍ଘଟଣାର ଯୋଗ ରହିଛି। ଦେଖିଚାହିଁ ଘରୁ ବାହାରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ୟା ଲାଗି ରହିବ।

ଧନୁ: ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାନସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା କମ ହୋଇଯିବ।

ମକର: ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ବିବାହକୁ ନେଇ ତିକ୍ତତା ବଢିପାରେ। ଧର୍ଯ୍ୟର ସହ କାମ କରନ୍ତୁ।

କୁମ୍ଭ: ଲାଗି ରହିଥିବା ମକଦ୍ଦମା ସମାଧାନ ପାଇଁ ସହମତିର ବାଟ ଫିଟିବ। ଜୀବନରେ ମଧୁରତା ଆସିବ। ବ୍ୟବସାୟରେ ଲାଭ ମିଳିବ।

ମୀନ: ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଗାଡି ଚଲାନ୍ତୁ ନାହିଁ। ଆଖି ସମସ୍ୟାରେ ପଡ଼ି ପାରନ୍ତି।

Previous ArticleNext Article

Send this to a friend