୧୫ ନଭେମ୍ବର, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କର ଆତ୍ମବିଶ୍ୱାସ ବଢ଼ିବ

zodaic

ମେଷ: ଆଜି ଦିନଟି ଆନନ୍ଦରେ ଅତିବାହିତ ହେବ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ସହକର୍ମୀ ତଥା ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ମନ ଭଲ ରହିବ ନାହିଁ। ହତାଶ ଅନୁଭବ କରିବେ। ପରିବାରରେ କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। କାହାକୁ ବାଧିଲା ପରି କଥା କୁହନ୍ତୁ ନାହିଁ।

ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ପ୍ରତ୍ୟେକ କାର୍ଯ୍ୟରେ ସଠିକ୍ ନିଷ୍ପତ୍ତି ନେବେ। କାହା ଉପରେ କ୍ରୋଧ କରିପାରନ୍ତି। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ସରକାରୀ କାର୍ଯ୍ୟରେ ଲାଭ ପାଇବେ।

କର୍କଟ: ସବୁ କାର୍ଯ୍ୟ ଭଲରେ ଭଲରେ ସମ୍ପନ୍ନ ହେବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ଘଟିବ। ଉଚ୍ଚ ପଦାଧିକାରୀ ଅବା ପରିବାରର କୌଣସି ସଦସ୍ୟଙ୍କ ଦ୍ୱାରା ଲାଭାନ୍ୱିତ ହେବେ।

ସିଂହ: ଆଜି ଯେକୌଣସି କାର୍ଯ୍ୟ କଲା ବେଳେ ସାମାନ୍ୟ ବାଧା ଉପୁଜି ପାରେ। ତେବେ ସବୁ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହେବ। ଦରକାର ହେଉଥିବା ଅର୍ଥ ସହଜରେ ପାଇପାରିବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ଆୟ ବଢ଼ିବ।

କନ୍ୟା: ଆଜି ଦିନଟି ବହୁତ ଭଲରେ କଟିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ।

ତୁଳା: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଅସୁସ୍ଥ ହୋଇପାରନ୍ତି। ବାଦ-ବିବାଦଠାରୁ ଦୂରରେ ରୁହନ୍ତୁ।

ବିଛା: ନକାରାତ୍ମକ ଚିନ୍ତା ମନକୁ କବଳିତ କରି ରଖିବ। ଅଳସୁଆ ଅନୁଭବ କରିବେ। ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜି ପାରେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ଧନୁ:  ପରିବାରରେ ଆନନ୍ଦ ଓ ଉତ୍ସାହର ବାତାବରଣ ରହିବ। ଆୟ ବଢ଼ିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିବେ।

ମକର: ନିଜ ଦିଜ୍ ଯୋଗୁଁ କାହା ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ।

କୁମ୍ଭ: ସଂପତ୍ତିକୁ ନେଇ ଘରେ କଳିଝଗଡ଼ା ହୋପାରେ। କୌଣସି କ୍ଷେତ୍ରରେ ଦେଖିଚାହିଁ ନିବେଶ କରନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ କରୁଥିବା ଲୋକେ ନୂଆ ଚୁକ୍ତି କରିପାରନ୍ତି।

ମୀନ:  କୌଣସି ସ୍ଥାନକୁ ଯାଇପାରନ୍ତି। ଅନ୍ୟମାନଙ୍କ ପ୍ରତି ବ୍ୟବହାର ଠିକ୍ ରଖନ୍ତୁ। ବନ୍ଧୁଙ୍କ ସହିତ ଦିନଟି କାଟି ପାରନ୍ତି। ଫୂର୍ତ୍ତି ଅନୁଭବ କରିବେ। ବ୍ୟବସାୟ ବଢ଼ିବ।

Previous ArticleNext Article

Send this to a friend