୧୮ ଏପ୍ରିଲ, ବୁଧବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଆଜି ମିଳିବେ ମନର ମଣିଷ

ମେଷ: ସ୍ୱାସ୍ଥ୍ୟ ଭଲ ଓ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଲେଖକଙ୍କ ଲାଗି ଦିନଟି ବିଶେଷ ଫଳଦାୟକ ରହିବ। ଆଜିର ଦିନରେ ଯେ କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ସଫଳ ହେବେ।

ବୃଷ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ । ବ୍ୟବସାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି।

ମିଥୁନ: ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଆପଣଙ୍କ ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ।

କର୍କଟ: ଆଜି ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ। ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ। ପ୍ରେମ ବ୍ୟାପାରରେ ସଫଳ ହେବେ।

ସିଂହ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଧର୍ମ ଚର୍ଚ୍ଚାରେ ଅଂଶଗ୍ରହଣ କରିବେ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସଂପର୍କ ମଜଭୁତ ହେବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ପ୍ରେମ ପାଇଁ ଦିନଟି ଖୁବ୍‌ ଭଲ।

କନ୍ୟା: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ। ଦରମା ବୃଦ୍ଧିର ସମ୍ଭାବନା ରହିଛି। ସତର୍କ ରୁହନ୍ତୁ, ଦୁର୍ଘଟଣା ଘଟିପାରେ।

ତୁଳା: ଆର୍ଥିକ ସମସ୍ୟାର ସମାଧାନ ହେବ। ଛୋଟ ବେପାରୀଙ୍କ ଲାଗି ସମୟ ଲାଭପ୍ରଦ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ଯୁବତୀମାନେ ମନର ମଣିଷଙ୍କ ସହ ସମୟ ବିତେଇବେ।

ବିଚ୍ଛା: ଆପଣଙ୍କ ବୀରତ୍ଵକୁ ବଳ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶତ୍ରୁଙ୍କୁ ପରାସ୍ତ କରିବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ।

ଧନୁ: ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ସଞ୍ଚୟ ଅର୍ଥ ବୃଦ୍ଧି ହେବ। ପ୍ରେମ ବ୍ୟବହାରରେ ସତେଜତା ଅନୁଭବ କରିବେ।

ମକର: ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। ବ୍ୟବସାୟରେ କୌଣସି ନିଷ୍ପତ୍ତି ତରବରିଆ ଭାବରେ ନିଅନ୍ତୁ ନାହିଁ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଜୀବିକା ସମ୍ବନ୍ଧିତ ଭଲ ଖବର ପାଇବେ। ଭୂସଂପତ୍ତି ମାମଲାର ବଡ଼ ଫଇସଲା ହୋଇପାରେ। ପରିବାରରେ ଖୁସିର ମାହୋଲ୍‌ ରହିବ।

ମୀନ: ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। କଳ୍ପନା ଦୁନିଆରେ ରହିବେ। ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ଅର୍ପଣ କରିବେ।

Previous ArticleNext Article

Send this to a friend