ଜାନୁଆରୀ ୨୫, ଗୁରୁବାର: ଜାଣନ୍ତୁ କେଉଁ ରାଶି ଲୋକଙ୍କର ଆଜି କାର୍ଯ୍ୟରେ ମନ ଲାଗିବ ନାହିଁ

ମେଷ: ପ୍ରତ୍ୟେକ କାର୍ଯ୍ୟ ଉତ୍ସାହର ସହ କରିବେ। ଫୂର୍ତ୍ତି ଅନୁଭବ କରିବେ। ପରିବାରରେ ସୁଖ,ଶାନ୍ତିର ବାତାବରଣ ରହିବ। ବନ୍ଧୁଙ୍କ ମେଳରେ ଦିନ ବିତିବ। ବୃଷ: କଥା କଥାରେ ରାଗି ଯିବେ। ହତାଶ ଭାବ ମନକୁ କବଳିତ କରି ରଖିବ। ଦୁର୍ବଳ ଅନୁଭବ କରିବେ। ଅଧିକ ଖର୍ଚ୍ଚ ଯୋଗୁଁ ଚିନ୍ତିତ ରହିବେ। କାହାକୁ ଭୁଲ ବୁଝନ୍ତୁ ନାହିଁ। ମିଥୁନ: ପରିବାରରେ ଖୁସି ଓ ଆନନ୍ଦର ପରିବେଶ ରହିବ।  ଚାକିରି କିମ୍ବା ବ୍ୟବସାୟିକ କ୍ଷେତ୍ରରେ ଶୁଭ ଫଳ ମିଳିବ। ଅଫିସ୍‌ରରେ […]

zodaic

zodaic

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 07:39 AM IST

Sports

Latest News

ମେଷ: ପ୍ରତ୍ୟେକ କାର୍ଯ୍ୟ ଉତ୍ସାହର ସହ କରିବେ। ଫୂର୍ତ୍ତି ଅନୁଭବ କରିବେ। ପରିବାରରେ ସୁଖ,ଶାନ୍ତିର ବାତାବରଣ ରହିବ। ବନ୍ଧୁଙ୍କ ମେଳରେ ଦିନ ବିତିବ।

ବୃଷ: କଥା କଥାରେ ରାଗି ଯିବେ। ହତାଶ ଭାବ ମନକୁ କବଳିତ କରି ରଖିବ। ଦୁର୍ବଳ ଅନୁଭବ କରିବେ। ଅଧିକ ଖର୍ଚ୍ଚ ଯୋଗୁଁ ଚିନ୍ତିତ ରହିବେ। କାହାକୁ ଭୁଲ ବୁଝନ୍ତୁ ନାହିଁ।

ମିଥୁନ: ପରିବାରରେ ଖୁସି ଓ ଆନନ୍ଦର ପରିବେଶ ରହିବ।  ଚାକିରି କିମ୍ବା ବ୍ୟବସାୟିକ କ୍ଷେତ୍ରରେ ଶୁଭ ଫଳ ମିଳିବ। ଅଫିସ୍‌ରରେ ଉଚ୍ଚପଦସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ।

କର୍କଟ: ଘରର ସାଜସଜ୍ଜା ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ଘରକୁ ନୂଆ ଜିନିଷ କିଣି ଆଣିପାରନ୍ତି। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ସରକାରୀ ସ୍ତରରୁ ଲାଭବାନ ହୋଇପାରନ୍ତି।

ସିଂହ: ବିରକ୍ତି ଭାବ ମନକୁ କବଳିତ କରି ରଖିବ। ତେଣୁ କଥା କଥାରେ ଚିଡ଼ି ଉଠିବେ ଓ କାର୍ଯ୍ୟରେ ମନ ଲାଗିବ ନାହିଁ। ନିଜର ଅହଂ ପାଇଁ ବାଦ ବିବାଦରେ ପଡ଼ିପାରନ୍ତି।  କେହି ଆପଣଙ୍କ ଉପରେ ଅଶାନ୍ତି ପ୍ରକଟ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

କନ୍ୟା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବାହାର ଖାଦ୍ୟ ଖାଇବା କାରଣରୁ ଦେହ ଖରାପ ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ। ଜଗି ରଖି ଚଳନ୍ତୁ। ନିଆଁ ଓ ପାଣିଠାରୁ ଦୂରେଇ ରୁହନ୍ତୁ।

ତୁଳା: ଦିନଟି ଖୁସିରେ ଅତିବାହିତ ହେବ। ଯଶ ପ୍ରାପ୍ତି ହେବ।  ଭାଗୀଦାରୀ କାର୍ଯ୍ୟରୁ ଲାଭ ପାଇବେ। ନୂଆ ବସ୍ତ୍ର କିଣି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଚ୍ଛା: ପରିବାରରେ ଶାନ୍ତିର ବାତାବରଣ ରହିବ। ତେଣୁ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ। ସବୁ ପ୍ରକାର କାର୍ଯ୍ୟରେ ସଫଳତା ମିଳିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପାଇବେ। ଶତ୍ରୁମାନେ ପରାସ୍ତ ହେବେ।

ଧନୁ: ଆଜି କୌଣସି ସ୍ଥାନକୁ ଯାତ୍ରା ନକଲେ ଭଲ। କାର୍ଯ୍ୟରେ ସଫଳତା ମିଳିନପାରେ। ତେଣୁ ହତାଶ ଅନୁଭବ କରିବେ।  ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ବାଦ-ବିବାଦର ଫସି ପାରନ୍ତି।

ମକର: ଆଜି କେତେ କ୍ଷେତ୍ରରେ ବିରୋଧର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସମସ୍ୟା ମନକୁ ବ୍ୟଥିତ କରିବ। ମା’ଙ୍କ ସ୍ୱାସ୍ଥ୍ୟ ଚିନ୍ତା ଲାଗି ରହିବ। ସମ୍ମାନିତ ହୋଇପାରନ୍ତି, ଜଗି ରଖି ଚଳନ୍ତୁ। ମନକୁ ଶାନ୍ତ ରଖନ୍ତୁ।

କୁମ୍ଭ: ମନକୁ ଶାନ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଭାଇ-ଭଉଣୀ ଓ ପଡ଼ୋଶୀଙ୍କ ସହିତ ସମ୍ପର୍କ ଭଲ ରହିବ। ଘରକୁ କୁଣିଆ ଆସିବେ।

ମୀନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାହାର ଖାଇବା ପ୍ରତି ସାବଧାନ ରୁହନ୍ତୁ। ଦେହ ଖରାପ ହୋଇପାରେ। କାହା ସହିତ ଯୁକ୍ତିତର୍କ ଓ ଝଗଡ଼ା ହେବାର ଆଶଙ୍କା ରହିଛି। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos