୨୯ ନଭେମ୍ୱର, ବୁଧବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଯନ୍ତ୍ରପାତି ଓ ନିଆଁ ପ୍ରତି ସତର୍କ ରହିବା ଉଚିତ

zodaic

ମେଷ: କାହାଠାରୁ କିଛି ଆଶା କରନ୍ତୁ ନାହିଁ। ବ୍ୟବସାୟରେ ସାମାନ୍ୟ ଚାପ ରହିବ। କଥା କହିବା ବେଳେ କଡ଼ା ଶବ୍ଦ ବ୍ୟବହାର କରନ୍ତୁ ନାହିଁ।  କୁ-ସଙ୍ଗରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ।

ବୃଷ: ଯାତ୍ରା ଓ ନିବେଶ ପାଇଁ ଦିନଟି ଅନୁକୂଳ ଅଛି।  ଚାକିରିଆଙ୍କ ପାଇଁ ମଧ୍ୟ ଦିନଟି ବେଶ୍ ଭଲ ଅଛି। ଅଟକି ଥିବା ଧନ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହେବ।

ମିଥୁନ: ଯୋଜନା ସଫଳ ହେବ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଦିନସାରା ବ୍ୟସ୍ତ ରହିବେ। ଧନ ପ୍ରାପ୍ତିର ସୁଯୋଗ ରହିଛି। ଶତ୍ରୁମାନେ ଶାନ୍ତ ରହିବେ। ପୁରୁଣା ରୋଗ ପୁଣି ଦେଖାଯାଇପାରେ।

କର୍କଟ: ଆଜି ସସସ୍ତ ବାଧାବିଘ୍ନ ଦୂର ହେବ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଧନଲାଭ ଯୋଗ ରହିଛି। ବିବାଦରୁ ଦୂରେଇ ରୁହନ୍ତୁ। ସହଜରେ ଋଣ ମିଳିବ। ଦିନଟି ଭଲରେ କଟିବ।

ସିଂହ: ସତର୍କ ରୁହନ୍ତୁ। ଶତ୍ରୁମାନେ ହାନି ପହଞ୍ଚାଇ ପାରନ୍ତି। ଯାନବାହାନ, ଯନ୍ତ୍ରପାତି ଓ ନିଆଁ ପ୍ରତି ସତର୍କ ରୁହନ୍ତୁ। ଆଜି କୌଣସି ବିପଜ୍ଜନକ କାର୍ଯ୍ୟ କରନ୍ତୁ ନାହିଁ।

କନ୍ୟା: ଜୀବନସାଥୀଙ୍କ ଠାରୁ ସହଯୋଗ ମିଳିବ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଅଫିସ୍‌ରେ ସମସ୍ତଙ୍କ ବିଶ୍ୱାସଭାଜନ ହେବେ। ଧନଲାଭର ଯୋଗ ରହିଛି।

ତୁଳା: ସଂପତ୍ତି ସହିତ ଜଡ଼ିତ କାର୍ଯ୍ୟରେ ସଫଳତା ପାଇବେ। ରୋଜଗାରର ନୂଆ ବାଟ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବିଛା: କୌଣସି ଆନନ୍ଦୋତ୍ସବରେ ଯୋଗ ଦେଇ ପାରନ୍ତି। ଲେଖାଲେଖିରେ ସଫଳତା ମିଳିବ। ବ୍ୟବସାୟରେ ଭଲ ଲାଭ ମିଳିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କାର୍ଯ୍ୟ ସିଦ୍ଧି ହେବା ପୂର୍ବରୁ ଯୋଜନା ସଂପର୍କରେ କାହାକୁ ଜଣାନ୍ତୁ ନାହିଁ।

ଧନୁ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ନାହିଁ। ଶୋକ ସମାଚାର ମିଳିପାରେ। ବିବାଦକୁ ଆଉ ବଢ଼ାନ୍ତୁ ନାହିଁ। ଦିନସାରା ଦୌଡ଼ାଦୌଡ଼ି ଲାଗି ରହିବ।

ମକର: ପରିଶ୍ରମର ଫଳ ମିଳିବ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଧନପ୍ରାପ୍ତିର ଯୋଗ ରହିଛି । ମନ ପ୍ରଫୁଲ୍ଲ ରହିବ। କାହା ସହିତ ଝଗଡ଼ା କରନ୍ତୁ ନାହିଁ। ଆପଣଙ୍କ ପାଇଁ ନିଆଯାଇଥିବା ନିଷ୍ପତ୍ତି ବେଶ୍‌ ଭଲ ଫଳ ଦେବ।

କୁମ୍ଭ: ଉତ୍ସାହିତ କଲା ଭଳି ଖବର ପାଇବେ। ବନ୍ଧୁଙ୍କଠାରୁ ପ୍ରେରଣା ମିଳିପାରେ। ଭାଗ୍ୟୋନ୍ନତିର ଯୋଗ ରହିଛି।  ମାନସମ୍ମାନ ବୃଦ୍ଧି ହେବା ସହିତ ଧନ ଲାଭର ଯୋଗ ରହିଛି।

ମୀନ: କେହି ଆପଣଙ୍କୁ ଉପହାର ଦେଇପାରନ୍ତି। କାର୍ଯ୍ୟସ୍ଥଳର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହିବେ। ମନ ଶାନ୍ତ ରହିବ। ଆଜି ଆପଣ କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିପାରିବେ।

 

Previous ArticleNext Article

Send this to a friend