ଏହି ସବୁ ଉପାୟ ଆପଣେଇ ନର୍ମାଲ ଡେଲିଭରିକୁ କରନ୍ତୁ ସହଜ

ସମସ୍ତେ ଚାହାଁନ୍ତି, ସେମାନଙ୍କର ନର୍ମାଲ ଡେଲିଭରି ହେବ। ହେଲେ, ଆଜିକାଲି ନର୍ମାଲ ଡେଲିଭରି ହେବା ବହୁତ କମ୍‌ ଦେଖିବାକୁ ମିଳୁଛି। ଅଧିକାଂଶ ପିଲା ସିଜରିଂ ଦ୍ୱାରା ଜନ୍ମ ହେଉଛନ୍ତି। ସିଜରିଆନ ଡେଲିଭରି ପରେ ମା’ ଓ ଶିଶୁଙ୍କ ଯତ୍ନର ଆବଶ୍ୟକତା ଅଧିକ ପଡିଥାଏ। ଯଦି ସଠିକ୍‌ ଯତ୍ନ ନ ନିଆଯାଏ ତେବେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢିଯାଇଥାଏ। ସିଜରିଆନ୍‌ ଡେଲିଭରି ଦ୍ୱାରା ଶରୀରର କେତେକ ସ୍ଥାନରେ ଷ୍ଟ୍ରେଚ୍ ମାର୍କ ପଡିଥାଏ। ଏହାସହ ସିଜରିଆନ୍‌ ଡେଲିଭରି  ପରେ […]

11111111111111

11111111111111

Rakesh Mallick
  • Published: Friday, 23 February 2018
  • Updated: 23 February 2018, 10:32 AM IST

Sports

Latest News

ସମସ୍ତେ ଚାହାଁନ୍ତି, ସେମାନଙ୍କର ନର୍ମାଲ ଡେଲିଭରି ହେବ। ହେଲେ, ଆଜିକାଲି ନର୍ମାଲ ଡେଲିଭରି ହେବା ବହୁତ କମ୍‌ ଦେଖିବାକୁ ମିଳୁଛି। ଅଧିକାଂଶ ପିଲା ସିଜରିଂ ଦ୍ୱାରା ଜନ୍ମ ହେଉଛନ୍ତି। ସିଜରିଆନ ଡେଲିଭରି ପରେ ମା’ ଓ ଶିଶୁଙ୍କ ଯତ୍ନର ଆବଶ୍ୟକତା ଅଧିକ ପଡିଥାଏ। ଯଦି ସଠିକ୍‌ ଯତ୍ନ ନ ନିଆଯାଏ ତେବେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢିଯାଇଥାଏ। ସିଜରିଆନ୍‌ ଡେଲିଭରି ଦ୍ୱାରା ଶରୀରର କେତେକ ସ୍ଥାନରେ ଷ୍ଟ୍ରେଚ୍ ମାର୍କ ପଡିଥାଏ। ଏହାସହ ସିଜରିଆନ୍‌ ଡେଲିଭରି  ପରେ ଅନେକ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। ଏଥିଲାଗି ଅଧିକାଂଶ ଗର୍ଭବତୀ ମହିଳା ନର୍ମାଲ ଡେଲିଭରି କରିବାକୁ ପସନ୍ଦ କରିଥାନ୍ତି। ଆସନ୍ତୁ ଜାଣିବା ଗର୍ଭବତୀ କେଉଁ ସବୁ କଥା ଉପରେ ଧ୍ୟାନ ରଖିଲେ ସ୍ୱାଭାବିକ୍‌ ପ୍ରକିୟାରେ ପ୍ରସବ ସହଜ କରାଇପାରିବେ।

ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ

ଶିଶୁଟି ଜନ୍ମ ହେବା ସମୟରେ ଶରୀରକୁ ଅଧିକ କଷ୍ଟ ସହିବାକୁ ପଡିଥାଏ। ଶରୀର ଦୁର୍ବଳ ଓ ରକ୍ତର ଅଭାବ ଥିଲେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଂକଟ ଦେଖାଦେଇଥାଏ। ଏଥିପାଇଁ ଗର୍ଭାବସ୍ଥା ସମୟରେ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ଜରୁରୀ। ଏହାଦ୍ୱାରା ପ୍ରସବ ସମୟରେ ଅଧିକ ଅସୁବିଧା ହୋଇ ନଥାଏ।

ସଠିକ୍‌ ଖାଦ୍ୟ ଖାଆନ୍ତୁ

ଗର୍ଭାବସ୍ଥା ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଉଚିତ୍‌ ଖାଦ୍ୟ ଖାଆନ୍ତୁ। ନର୍ମାଲ ଡେଲିଭରି ସମୟରେ ଶରୀରରୁ ତିନିରୁ ଚାରିଶହ ଏମ୍‌ଏଲ୍‌ ରକ୍ତ ଯାଇଥାଏ। ଏଥିସକାଶେ ସଠିକ୍‌ ପୋଷଣ ଓ ବଳ ଲାଗି ଖାଇବାରେ ଅଧିକ ପୋଷଣ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଗର୍ଭାବସ୍ଥା ସମୟରେ ଆଇରନ୍‌ ଓ କ୍ୟାଲସିୟମ୍‌ର ଆବଶ୍ୟତା ଅଧିକ ପଡିଥାଏ। ତେଣୁ ଏହି ସବୁ ତତ୍ତ୍ୱ ଥିବା ଖାଦ୍ୟକୁ ନିଜ ଡାଏଟ୍‌ରେ ସାମିଲ କରନ୍ତୁ।

ଶରୀରରେ ପାଣିର ଅଭାବ ରଖନ୍ତୁ ନାହିଁ

ଗର୍ଭରେ ଶିଶୁଟି ତରଳ ପଦାର୍ଥର ଆବରଣ Amniotic fluid ରେ ରହିଥାଏ। ଏଥିପାଇଁ ନିୟମିତ ଭାବେ ୮ରୁ ୧୦ ଗିଲାସ ପାଣି ପିଇବା ବହୁତ ଜରୁରୀ।

ଚଲାବୁଲା କରନ୍ତୁ

ଗର୍ଭବତୀ ମହିଳାଙ୍କ ପାଇଁ ଆରାମ ଜରୁରୀ। କିନ୍ତୁ ଏହାର ଅର୍ଥ ନୁହେଁ କିଛି କାମ ନକରିବା ଗୋଟିଏ ଜାଗାରେ ବସି ରହିବେ। ଏହି ସମୟରେ କିଛି ବାଟ ଚାଲିବା, ଅଳ୍ପ ବ୍ୟାୟାମ କରିବା ମାଂସ ପେଶୀ ମଜଭୁତ ରହିଥାଏ। ପ୍ରସବ ସମୟରେ ମାଂସପେଶୀ ମଜଭୁତ ରହିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos