ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଭୁଲିଯାଉଛୁ। ଏମିତିକି ମୁଣ୍ଡବ୍ୟଥା, ବାନ୍ତିହେବା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟାକୁ ଛୋଟ ସମସ୍ୟା କହି ଅବହେଳା କରିଦେଉଛୁ। ଏଭଳି ଅବହେଳା କରିବା ଆଦୌ ଠିକ୍ ନୁହେଁ। କାରଣ ଏହା ବ୍ରେନ୍ଟ୍ୟୁମରର ଲକ୍ଷଣ ହୋଇପାରେ। ଏହିସବୁ ଲକ୍ଷଣ ସହିତ ବ୍ରେନ୍ଟ୍ୟୁମର ରୋଗର ଆହୁରି ଅନେକ ଲକ୍ଷଣ ରହିଛି। ଆସନ୍ତୁ ସେସବୁକୁ ଜାଣିବା।
ବ୍ରେନ୍ ଟ୍ୟୁମରର ଲକ୍ଷଣ:
୧.ଶରୀର କୌଣସି ଅଙ୍ଗ ହଠାତ୍ ଅଚଳ ଜଣାପଡ଼ିବା ବ୍ରେନ୍ଟ୍ୟୁମର ଏକ ବଡ଼ ଲକ୍ଷ୍ୟଣ ହୋଇପାରେ। ଯଦି ଆପଣଙ୍କଠାରେ ଏପରି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
୨.ହଠାତ୍ ମୁଣ୍ଡରେ ବିଜୁଳି ଚଡ଼କ ମାରିଲା ଭଳି ଅନୁଭବ ହେବା ଓ ବେହୋଶ ହୋଇଯିବା ବ୍ରେନ୍ଟ୍ୟୁମରର ଲକ୍ଷଣ। ଏହି ଲକ୍ଷଣକୁ 'ସିଜର' କୁହାଯାଏ। ଏଭଳି ପରିସ୍ଥିତିରେ ଶରୀରର ଅଙ୍ଗ ଜଡ଼ ପାଲଟି ଯାଏ କିମ୍ବା କୌଣସି ଅଙ୍ଗ ମୋଡ଼ି ହୋଇ ବଙ୍କା ହୋଇଯାଏ।
୩. ବାନ୍ତି ଲାଗିବା କିମ୍ବା ମଥା ଝୁଙ୍କି ପଡ଼ିବା ଭଳି ସମସ୍ୟା ବାରମ୍ବାର ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏହା ବ୍ରେନ୍ ଟ୍ୟୁମରର ସଙ୍କେତ।
୪. ଯଦି ଆପଣ ବାରମ୍ବାର ଛୋଟ ଛୋଟ କଥା ଭୁଲିଯାଉଛନ୍ତି, ଶରୀରକୁ ନିୟନ୍ତ୍ରଣରେ ରଖିପାରୁ ନାହାଁନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ।
୫. ଯଦି ହଠାତ୍ ଆପଣଙ୍କ ଆଖିର ଦୃଶ୍ୟ ବଦଳି ଯାଉଥାଏ, ଯଥା ଆଖିରେ ଧୁଆଁଳିଆ ଦେଖା ହେବା କିମ୍ବା କୌଣସି ବସ୍ତୁ ଦୁଇଟା ଭଳି ଦେଖା ହେବା ଭଲ ଲକ୍ଷଣ ନୁହେଁ। ଏପରି ଦେଖା ହେବା ସହିତ ଯଦି ମୁହଁର ଆକୃତି ବଦଳିଯାଉଛି ତାହେଲେ ଥରେ ଡାକ୍ତରଙ୍କ ପରାମର୍ଶ କରିଦେଲେ ଭଲ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।