ଓଜନ ପାଇଁ ଚିନ୍ତିତ କି? ତେବେ ଏହି ୫ଟି ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ

ଆଜିକାଲି ସବୁଠୁ ବଡ଼ ସମସ୍ୟା ହେଉଛି ମଣିଷର ଓଜନ। ତେଣୁ ଓଜନ କମାଇବାକୁ ସମସ୍ତେ ଚାହାଁନ୍ତି। ଏଥିପାଇଁ ଲୋକମାନେ ଭିନ୍ନ ଭିନ୍ନ ଏକ୍ସରସାଇଜ କରୁଛନ୍ତି। କେବଳ ଏତିକି ନୁହେଁ ଓଜନ କମାଇବା ଚକ୍କରରେ ଲୋକେ ଖାଦ୍ୟ ଖାଇବା ମଧ୍ୟ ଛାଡ଼ି ଦିଅନ୍ତି। ହେଲେ ଆପଣ ଜାଣନ୍ତି କି  ଓଜନ କମାଇବା ପାଇଁ ନା’ ଖାଦ୍ୟ ଛାଡ଼ିବା ଦରକାର ନା ଏକ୍ସରସାଇଜର ଆବଶ୍ୟକ। ଏଥିପାଇଁ କିଛି ଉପାୟ ତଥା ନିର୍ଦ୍ଦିଷ୍ଟ କିଛି ଖାଦ୍ୟ ଖାଇବାକୁ ପଡ଼ିବ। ଆଜି ଆମେ […]

weightloss

weightloss

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 02:09 PM IST

Sports

Latest News

ଆଜିକାଲି ସବୁଠୁ ବଡ଼ ସମସ୍ୟା ହେଉଛି ମଣିଷର ଓଜନ। ତେଣୁ ଓଜନ କମାଇବାକୁ ସମସ୍ତେ ଚାହାଁନ୍ତି। ଏଥିପାଇଁ ଲୋକମାନେ ଭିନ୍ନ ଭିନ୍ନ ଏକ୍ସରସାଇଜ କରୁଛନ୍ତି। କେବଳ ଏତିକି ନୁହେଁ ଓଜନ କମାଇବା ଚକ୍କରରେ ଲୋକେ ଖାଦ୍ୟ ଖାଇବା ମଧ୍ୟ ଛାଡ଼ି ଦିଅନ୍ତି। ହେଲେ ଆପଣ ଜାଣନ୍ତି କି  ଓଜନ କମାଇବା ପାଇଁ ନା’ ଖାଦ୍ୟ ଛାଡ଼ିବା ଦରକାର ନା ଏକ୍ସରସାଇଜର ଆବଶ୍ୟକ।

ଏଥିପାଇଁ କିଛି ଉପାୟ ତଥା ନିର୍ଦ୍ଦିଷ୍ଟ କିଛି ଖାଦ୍ୟ ଖାଇବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ କିଛି ଏପରି ଖାଦ୍ୟ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ପେଟବି ପୂରିବ ଏବଂ ଓଜନ ମଧ୍ୟ କମିଯିବ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡ଼ିକ ସମ୍ପର୍କରେ।

ବ୍ରୋକୋଲି- ଓଜନ କମାଇବା ପାଇଁ ଖାଦ୍ୟ କଥା କହିଲେ ସବୁଠୁ ଆଗେ ଆସିବ ଫାଇବର କଥା। ଡାକ୍ତରଙ୍କ ଅନୁଯାୟୀ ମହିଳାମାନଙ୍କୁ ପ୍ରତି ଦିନ ୨୫ ରୁ ୩୦ ଗ୍ରାମ ଫାଇବରଯୁକ୍ତ ଖାଦ୍ୟ ଖାଇବା ଉଚିତ। ଆପଣ ଖାଦ୍ୟରେ ବ୍ରୋକୋଲିକୁ ସାମିଲ କରି ଉପଯୁକ୍ତ ପରିମାଣରେ ଫାଇବର ପାଇପାରିବେଏବଂ  ଓଜନ ମଧ୍ୟ କମାଇପାରିବେ। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ପେଟ ମଧ୍ୟ ଦିନ ସାରା ଭରା ଭରା ଲାଗିବ।

ଛତୁ- ଏକ ଗବେଷଣାରୁ ଜଣାପଡ଼ିଛି ଯେ, ରକ୍ତରେ ଶର୍କରାର ପରିମାଣକୁ ଛତୁ ନିୟନ୍ତ୍ରଣ କରିବା ସହ  ହରମୋନ୍‌କୁ ସନ୍ତୁଳିତ ରଖିଥାଏ। ଫଳରେ ଏହା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଏହା ଆପଣଙ୍କୁ ଲମ୍ବା ସମୟ ଯାଏଁ  ବ୍ୟାୟାମ କରିବାରେ ମଧ୍ୟ ସାହାଯ୍ୟ କରିବ।

କନ୍ଦମୂଳ- କନ୍ଦମୂଳରେ ପ୍ରୋଟିନ୍‌, ଷ୍ଟ୍ରାଚ୍‌, ଭିଟାମିନ ଓ ମିନେରାଲ୍ସ ଭରପୂର ପରିମାଣରେ ଥାଏ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଖାଦ୍ୟକୁ ପାଚନ କରିବା ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ। କନ୍ଦମୂଳରେ ଫାଇବର ପ୍ରଚୁର ପରିମାଣରେ ଥାଏ। ଯାହାକୁ  ଖାଦ୍ୟ ହଜମ କରାଇବାରେ ସହାୟକ ହୋଇଥାଏ। ମୋଟାପଣରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣ ମଧ୍ୟ କନ୍ଦମୂଳ ଖାଆନ୍ତୁ।

ସେଓ- ସେଓରେ ଥିବା ଫାଇବର ପାଚନ କ୍ରିୟା ସମୟରେ ପେଟରେ ଖେଳେଇହୋଇଯାଏ।  ଫଳରେ ଅନ୍ୟ ଖାଦ୍ୟ ପାଇଁ ପେଟରେ କମ୍‌ ସ୍ଥାନ ରହିଯାଏ। ଏଥିରେ ସୋଡ଼ିୟମର ମାତ୍ରା କମ୍‌ ଥିବାରୁ ଏହା ଶରୀରରୁ ଅତିରିକ୍ତ ପାଣିକୁ ବାହାର କରିଥାଏ।  ସେଓରେ କ୍ୟାଲୋରୀ ଓ ସୋଡ଼ିୟମର ମାତ୍ରା କମ୍‌ ଓ ଭିଟାମିନ୍‌, ମିନେରାଲ ଓ ଫାଇବର୍‌ର ପରିମାଣ ପ୍ରଚୁର ଥାଏ।  ଏ ସବୁ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଓଜନ କମାଇବା କାମ କରିଥାନ୍ତି।

ବିନସ୍‌- ବିନ୍‌ସରେ ଫାଇବର୍‌ ଓ ପ୍ରୋଟିନ୍‌ ଭରପୂର ଥାଏ। ଯାହାକୁ ଖାଇଲେ ଅନେକ ବିଳମ୍ବ ଯାଏଁ ଭୋକ ଲାଗେ ନାହିଁ।  ଏହାକୁ ଖାଇବା ଦ୍ୱାରା ମାଂସପେଶୀ ଟାଣ ହେବାରେ ସହାୟକ ହୋଇଥାଏ। ଯଦି ଆପଣ ଓଜନ କମାଇବାକୁ ଅନେକ ପ୍ରୟାସ ପରେ ବି ସଫଳ ହେଉ ନାହାଁନ୍ତି ତେବେ ଆଜିଠୁ ହିଁ ବିନସ୍‌ ଖାଇବା ଆରମ୍ଭ କରିଦିଅନ୍ତୁ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos