ଡ୍ରେନ୍‌ରେ ଡେଡ୍‌ବଡି: କୁନି ପୁଅକୁ ମାରିଲା କିଏ?

Sambalpur1

ସମ୍ବଲପୁର: ତିନି ଦିନ ତଳେ ସମ୍ବଲପୁରର ବାହାଲପଡ଼ାରୁ ନିଖୋଜ ହୋଇଥିବା ଏକ ୬ ବର୍ଷର ଶିଶୁର ମୃତଦେହକୁ ଆଜି ଠାବ କରାଯାଇଛି। ସହରର ଏନ୍‌.ଗୁହା ଲେନ୍ ଅଞ୍ଚଳରେ ଏକ ଡ୍ରେନ୍ ଭିତରୁ ତା’ ମୃତଦେହକୁ ଉଦ୍ଧାର କରାଯାଇଛି। ତା ନାଁ କାଦିର ଖାନ।

ଶିଶୁଟିକୁ କେହି ହତ୍ୟା କରି ମୃତଦେହକୁ ବସ୍ତାରେ ଭର୍ତ୍ତି କରି କେହି ଡ୍ରେନ୍‌ରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।

ଡ୍ରେନ୍‌ରୁ ନିଖୋଜ ଶିଶୁର ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଚର୍ଚ୍ଚ ଛକରେ ରାସ୍ତାରୋକ କରିଛନ୍ତି।

Previous ArticleNext Article

Send this to a friend