ଛାଡନ୍ତୁ ଏହି ବଦଅଭ୍ୟାସ: ନହେଲେ ଯୁବା ଅବସ୍ଥାରେ ହୋଇଯିବ ହାଡ଼ ଦୁର୍ବଳ

ହାଡ ମଜଭୁତ ରହିଲେ ଜଣେ ସୁସ୍ଥସବଳ ରହିଥା,। ହାଡ ମଜଭୁତ ରହିବାକୁ ହେଲେ ଶରୀରରେ କ୍ୟାଲସିୟମର ମାତ୍ରା ଠିକ୍‌ ରହିବା ଦରକାର। ସମସ୍ତଙ୍କର ଧାରଣା ରହିଛି ବୃଦ୍ଧା ଅବସ୍ଥାରେ ହାଡ ଦୁର୍ବଳ ହୋଇଯାଇଥାଏ। ହେଲେ ଏମିତି କିଛି ବଦଅଭ୍ୟାସ ଅଛି ଯାହାର ପ୍ରଭାବ କ୍ୟାଲସିୟମ ସ୍ତର ଉପରେ ପଡିବା ସହ ଆପଣଙ୍କ ହାଡ ଯୁବାବସ୍ଥାରେ ଦୁର୍ବଳ ହୋଇଯିବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ଏହି ବଦଅଭ୍ୟାସ୍‌ କ’ଣ ଓ ଏହାକୁ କେମିତି ଛାଡିବେ। ସ୍ଲାଇଡ ଫୁଡ: ନମକିନ, […]

wine

wine

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 01:10 PM IST

ହାଡ ମଜଭୁତ ରହିଲେ ଜଣେ ସୁସ୍ଥସବଳ ରହିଥା,। ହାଡ ମଜଭୁତ ରହିବାକୁ ହେଲେ ଶରୀରରେ କ୍ୟାଲସିୟମର ମାତ୍ରା ଠିକ୍‌ ରହିବା ଦରକାର। ସମସ୍ତଙ୍କର ଧାରଣା ରହିଛି ବୃଦ୍ଧା ଅବସ୍ଥାରେ ହାଡ ଦୁର୍ବଳ ହୋଇଯାଇଥାଏ। ହେଲେ ଏମିତି କିଛି ବଦଅଭ୍ୟାସ ଅଛି ଯାହାର ପ୍ରଭାବ କ୍ୟାଲସିୟମ ସ୍ତର ଉପରେ ପଡିବା ସହ ଆପଣଙ୍କ ହାଡ ଯୁବାବସ୍ଥାରେ ଦୁର୍ବଳ ହୋଇଯିବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ଏହି ବଦଅଭ୍ୟାସ୍‌ କ’ଣ ଓ ଏହାକୁ କେମିତି ଛାଡିବେ।

real-cause-of-7-common-food-cravings-6-722x406ସ୍ଲାଇଡ ଫୁଡ: ନମକିନ, ଚିପ୍ସ ପରି ସ୍ନାକ୍ସରେ ସୋଡିୟମ ବହୁଳ ମାତ୍ରାରେ ରହିଥାଏ। ଏହାକୁ ଅଧିକ ମାତ୍ରାରେ ଖାଇଲେ ଶରୀରରୁ କ୍ୟାଲସିୟମ, ପରିସ୍ରାରେ ବାହାରକୁ ଚାଲିଯାଇଥାଏ। ଫଳରେ ହାଡ ଦୁର୍ବଳ ହେବାକୁ ଲାଗିଥାଏ।

160615110927_1_900x600ମିଠା: ଅଧିକ ମିଠାଯୁକ୍ତ ଖାଦ୍ୟରେ ଫସ୍‌ଫୋରିକ୍‌ ଏସିଡ ପରି କେମିକାଲର ଅଧିକ ମାତ୍ରାରେ ରହିଥାଏ। ଏହାକୁ ପ୍ରତିଦିନ ଖାଇବା କିମ୍ବା ପିଇବା ଦ୍ୱାରା ହାଡ ଦୁର୍ବଳ ହୋଇଯାଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି।

coffee_handକଫି: କଫିରେ ଥିବା କୋଫେନ ବୋନ୍‌ ଡେନସିଟିକୁ କମ କରିଦେଇଥାଏ। ଏହାକୁ ଅଧିକ ପିଇଲେ ହାଡ ଦୁର୍ବଳ ହୋଇଯାଇଥାଏ। ଅଧିକ କଫି ପିଇବା ଯୋଗୁଁ ଆଷ୍ଟ୍ରିୟୋପୋରୋସିସ୍‌ ହେବାର ଆଶଙ୍କା ବଢ଼ି ଯାଇଥାଏ।

hp-discover2ମଦ: ଅଧିକ ମଦ ପିଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଓ ଭିଟାମିନ ‘ଡି’ କମ ହୋଇଯାଇଥାଏ। ଯାହା ହାଡ ଦୁର୍ବଳ ହୋଇଯିବାର କାରଣ ପାଲଟି ଥାଏ।

chocolateଚକୋଲେଟ: ଅଧିକ ଚକୋଲେଟ ଖାଇବା ଦ୍ୱାରା ଶରୀରରେ ସୁଗାର ଓ ଅକ୍ସେଲେଟ୍‌ର ସ୍ତର ବଢିଯାଇଥାଏ। ଫଳରେ କ୍ୟାଲସିୟମ ଠିକ୍‌ ଭାବେ ଉପଯୋଗ ହୋଇପାରି ନଥାଏ। ଯାହା ହାଡ ଦୁର୍ବଳ ହେବାର ଅନ୍ୟ ଏକ କାରଣ।

pritesh-foodସପ୍ଲିମେଣ୍ଟ ନେବା: ପ୍ରାକୃତିକ ଖାଦ୍ୟରୁ ଭିଟାମିନ ‘ଏ’ ମିଳୁଥିଲେ କୌଣସି ସମସ୍ୟା ନାହିଁ। ହେଲେ ଏହି ଭିଟାମିନ ପାଇଁ ଅଧିକ ମାତ୍ରାରେ ସପ୍ଲିମେଣ୍ଟ (ଔଷଧ) ନେବା ହାଡ ଉପରେ ପ୍ରଭାବ ପକାଇଥାଏ ଓ ଏହାକୁ ଦୁର୍ବଳ କରିଦେଇଥାଏ।

junkଜଙ୍କ ଫୁଡ୍‌: ବର୍ଗର, ପିଜ୍ଜା ଓ ପାସ୍ତା ପରି ଜଙ୍କ ଫୁଡ୍‌ରେ ଅଧିକ ମାତ୍ରାରେ ସୋଡିୟମ ରହିଥାଏ। ଏହା ଶରୀରରେ କ୍ୟାଲସିୟମର ମାତ୍ରାକୁ କମାଇ ଦେଇଥାଏ। ଫଳରେ ହାଡ ଦୁର୍ବଳ ହୋଇଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos