ସପ୍ତମ ବେତନ କମିଶନ ସୁପାରିଶ ଲାଗୁରେ ହୋଇପାରେ ବିଳମ୍ବ

ଭୁବନେଶ୍ୱର: ରାଜ୍ୟରେ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବାରେ ବିଳମ୍ବ ହୋଇପାରେ। ଫିଟ୍‌ମେଣ୍ଟ କମିଟି ନିର୍ଦ୍ଧାରିତ ସମୟରେ ସରକାରଙ୍କୁ ରିପୋର୍ଟ ଦେଇପାରି ନ ଥିବାରୁ ଏପରି ଆଶଙ୍କା ସୃଷ୍ଟି ହୋଇଛି। ଗତ ଅକ୍ଟୋବର ମାସରେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ପାଇଁ ସରକାର ଘୋଷଣା କରିଥିଲେ। ଏଥିପାଇଁ ସରକାର ଅକ୍ଟୋବର ୨୮ ତାରିଖରେ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଫିଟମେଣ୍ଟ କମିଟି ଗଠନ କରିଥିଲେ। ତେବେ ନିର୍ଦ୍ଧାରିତ ୪ ମାସ ମଧ୍ୟରେ […]

7th

7th

Rakesh Mallick
  • Published: Wednesday, 01 March 2017
  • Updated: 01 March 2017, 07:43 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବାରେ ବିଳମ୍ବ ହୋଇପାରେ। ଫିଟ୍‌ମେଣ୍ଟ କମିଟି ନିର୍ଦ୍ଧାରିତ ସମୟରେ ସରକାରଙ୍କୁ ରିପୋର୍ଟ ଦେଇପାରି ନ ଥିବାରୁ ଏପରି ଆଶଙ୍କା ସୃଷ୍ଟି ହୋଇଛି।

ଗତ ଅକ୍ଟୋବର ମାସରେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ପାଇଁ ସରକାର ଘୋଷଣା କରିଥିଲେ। ଏଥିପାଇଁ ସରକାର ଅକ୍ଟୋବର ୨୮ ତାରିଖରେ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଫିଟମେଣ୍ଟ କମିଟି ଗଠନ କରିଥିଲେ। ତେବେ ନିର୍ଦ୍ଧାରିତ ୪ ମାସ ମଧ୍ୟରେ କମିଟି ତା’ର ରିପୋର୍ଟ ଦେଇ ପାରିଲା ନାହିଁ। କର୍ମଚାରୀଙ୍କ ଦରମା, ସ୍କେଲ ଅଫ୍‌ ପେ, ଡିଏ ଓ ରାଙ୍କ ଅନୁସାରେ କମିଟି ସରକାରଙ୍କୁ ରିପୋର୍ଟ ଦେବ। ଏନେଇ କମିଟି ବିଭିନ୍ନ କର୍ମଚାରୀ ସଂଘ ସହ ଆଲୋଚନା କରିଥିଲେ ମଧ୍ୟ ରିପୋର୍ଟ ଦେଇପାରିନାହିଁ।

ସଚିବାଳୟ ସେବା ସଂଘ ଫିଟମେଣ୍ଟ କମିଟିର ରିପୋର୍ଟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଅର୍ଥ ସଚିବଙ୍କୁ ଚିଠି ଲେଖି ଜଣାଇଛି। କମିଟିର ସୁପାରିଶକୁ ଲାଗୁ କରାଯିବା ପୂର୍ବରୁ ଆଉ ଥରେ ଆଲୋଚନା କରାଯିବାକୁ ସଂଘ ଦାବି କରିଛି।

ଓଡ଼ିଶା ସଚିବାଳୟ ସେବା ସଂଘ ସାଧାରଣ ସମ୍ପାଦକ କୃଷ୍ଣପ୍ରସାଦ ମହାପାତ୍ର କହିଛନ୍ତି,“ଶୀଘ୍ର ନୂଆ ଦରମା କଥା ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିବୁ। ଏପରି ହେଲେ କର୍ମଚାରୀମାନେ ଠିକ୍‌ରେ କାମ କରିବାକୁ ଆଗ୍ରହ ଦେଖାଇବେ।”

ରାଜ୍ୟ ଓଏଏସ୍‌ ସଂଘ ମଧ୍ୟ ସପ୍ତମ ବେତନ କମିଶନଙ୍କ ସୁପାରିଶ ଶୀଘ୍ର ଲାଗୁ କରିବାକୁ ଦାବି କରିଛି। ସଂଘ ସଭାପତି ସରୋଜ ସାମଲ କହିଛନ୍ତି,“ଓଏଏସ୍‌ ଆରମ୍ଭ ବର୍ଗରେ ୫୬୦୦ ଟଙ୍କା ଗ୍ରେଡ ପେ ଦିଆଯାଉଛି। ଆମେ ଆଶା କରୁଛୁ ରାଜ୍ୟ ସରକାର ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବେ।”

ଅନ୍ୟପକ୍ଷରେ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ନେଇ ଚଳିତ ବଜେଟ୍‌ରେ ଅର୍ଥ ବରାଦ ହୋଇଛି କି ନାହିଁ ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ପ୍ରଶାସନିକ ବ୍ୟୟ ବାବଦକୁ ବଜେଟ୍‌ରେ ୪୭,୪୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରୁ ଦରମା ବାବଦକୁ ୨୨,୦୦୦ କୋଟି ଓ ପେନସନ୍‌ ବାବଦକୁ ୧୧,୩୧୩ କୋଟି ଟଙ୍କା ରହିଛି। ଫିଟମେଣ୍ଟ କମିଟି ରିପୋର୍ଟ ମିଳିବା ପରେ ଏହା ଲାଗୁ କରିବା ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଅର୍ଥ ସଚିବ ତୁହିନ କାନ୍ତି ପାଣ୍ଡେ କହିଛନ୍ତି।

ଏବେ ସରକାର କର୍ମଚାରୀଙ୍କ ଦରମା ଓ ପେନ୍‌ସନ୍‌ ବାବଦକୁ ୨୯,୮୩୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେଲେ ବର୍ଷକୁ ପ୍ରାୟ ୫୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ଜଣେ କର୍ମଚାରୀଙ୍କ ମୂଳ ଦରମାର ହାରାହାରି ୨୩ ପ୍ରତିଶତ ବଡିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos