୭ ନଭେମ୍ବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ତରତର ହୋଇ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ

ମେଷ– ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକି ପଡ଼ିବେ। କୌଣସି ସ୍ଥାନକୁ ଯିବାର କାର୍ଯ୍ୟକ୍ରମ ଥିଲେ ବାତିଲ କରି ଦିଅନ୍ତୁ। ବୃଷ– ଅପ୍ରତ୍ୟାଶିତ ଭାବେ ଲାଭ ପାଇବେ। ଯାତ୍ରା, ନିବେଶ ଓ ଚାକିରି କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଦୁଃଖ କରନ୍ତୁ ନାହିଁ। ନୂଆ କାର୍ଯ୍ୟ କରିବାର ସୁଯୋଗ ମିଳିବ। ମିଥୁନ– ଦାମୀ ଜିନିଷ ଦାୟିତ୍ୱର ସହିତ ରଖନ୍ତୁ। ବ୍ୟବସାୟ ବଢ଼ିବ। କୁସଙ୍ଗରୁ ଦୂରେଇ ରୁହନ୍ତୁ। ତରତର ହୋଇ କୌଣସି କାର୍ଯ୍ୟ […]

zodaic

zodaic

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 06:23 AM IST

Sports

Latest News

ମେଷ- ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଥକି ପଡ଼ିବେ। କୌଣସି ସ୍ଥାନକୁ ଯିବାର କାର୍ଯ୍ୟକ୍ରମ ଥିଲେ ବାତିଲ କରି ଦିଅନ୍ତୁ।

ବୃଷ- ଅପ୍ରତ୍ୟାଶିତ ଭାବେ ଲାଭ ପାଇବେ। ଯାତ୍ରା, ନିବେଶ ଓ ଚାକିରି କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଦୁଃଖ କରନ୍ତୁ ନାହିଁ। ନୂଆ କାର୍ଯ୍ୟ କରିବାର ସୁଯୋଗ ମିଳିବ।

ମିଥୁନ- ଦାମୀ ଜିନିଷ ଦାୟିତ୍ୱର ସହିତ ରଖନ୍ତୁ। ବ୍ୟବସାୟ ବଢ଼ିବ। କୁସଙ୍ଗରୁ ଦୂରେଇ ରୁହନ୍ତୁ। ତରତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ।

କର୍କଟ- ବୁଡ଼ି ଯାଇଥିବା ଅର୍ଥ ଫେରିପାଇବେ। ବ୍ୟବସାୟିକ ଯାତ୍ରାରେ ସଫଳ ହେବେ। ବିବାଦରୁ ଦୂରେଇ ରୁହନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ସିଂହ- ଆର୍ଥିକ ନୀତି ବଦଳାଇବେ। ବ୍ୟବସାୟ ଠିକ୍ ବାଟରେ ଚାଲିବ। ଦେହ ଖରାପ ହୋଇପାରେ। ଲାଭ ମିଳିବ। ସନ୍ତାନଙ୍କ ବ୍ୟବହାରରେ ସମ୍ମାନ ବଢ଼ିବ।

କନ୍ୟା- ପୂଜାପାଠରେ ମନ ଦେବେ। ଧର୍ମ ପ୍ରତି ବିଶେଷ ରୁଚି ବଢ଼ିବ। ଧନପ୍ରାପ୍ତିର ଯୋଗ ରହିଛି। କାହାରିକୁ ମୁହେଁ ମୁହେଁ ଓଲଟାସିଧା କଥା ଶୁଣାନ୍ତୁ ନାହିଁ। ଅନ୍ୟ କାହାରି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ।

ତୁଳା- ଆଘାତ ଲାଗିପାରେ। ଅପ୍ରତ୍ୟାଶିତ ଭାବେ କିଛି ଘଟଣା ଘଟିପାରେ। ଅନ୍ୟମାନଙ୍କଠାରୁ କିଛି ଆଶା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ। ତରତର ହେଲେ କାର୍ଯ୍ୟ ବିଗିଡ଼ିପାରେ।

ବିଛା- ବିବାହ ପାଇଁ ପ୍ରସ୍ତାବ ଆସିପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମୀ ବସ୍ତୁ କିଣି ପାରନ୍ତି।

ଧନୁ- ଭାଗ୍ୟରେ ଉନ୍ନତି ଯୋଗ ରହିଛି। ଯାତ୍ରା ସଫଳ ହେବ। କାର୍ଯ୍ୟ ଓ ଦାୟିତ୍ୱ ବଢ଼ିବ। ପରିବାରରେ ହସଖୁସିର ବାତାବରଣ ରହିବ।

ମକର- ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ଅଛି। ସୁସ୍ୱାଦୁ ଭୋଜନ ଖାଇବେ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ।

କୁମ୍ଭ- ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଥକି ଯିବେ। କିଛି ଅଶୁଭ ଖବର ମିଳିପାରେ।

ମୀନ- ପ୍ରୟାସ ସଫଳ ହେବ। କାର୍ଯ୍ୟସିଦ୍ଧି ହେବ। ଧନଲାଭ ହେବ। ବ୍ୟବସାୟରେ ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହଯୋଗ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos