ମୋଇନ୍‌ଙ୍କ ମହାନତା: ମୁସଲମାନ ହୋଇ ହିନ୍ଦୁ ମନ୍ଦିରର କରୁଛନ୍ତି ପୁନରୁଦ୍ଧାର

ଭିନ୍ନତା ଭିତରେ ଏକତା ଭାରତର ସବୁଠାରୁ ବଡ଼ ପରିଚୟ। ଭିନ୍ନ ସମ୍ପ୍ରଦାୟର ଲୋକେ ଏଠାରେ ଏକାଠି ରୁହନ୍ତି, ମିଳିମିଶି ପର୍ବ ପାଳନ କରନ୍ତି। ସୁଖଦୁଃଖରେ ଛିଡା ହୋଇଥାନ୍ତି। ହେଲେ ଦେଶରେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ରାଜନୈତିକ ଫାଇଦା ପାଇଁ ଏହି ଭାଇଚାରାକୁ ଭଙ୍ଗ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଆମେ ଏକ, ଆମ ଦେଶ ଏକ। ଏଠାରେ କେହି କାହାକୁ ସମ୍ପ୍ରଦାୟରେ ବାଣ୍ଟିପାରିବେ ନାହିଁ ଭଳି ଉଦାହରଣ ବହୁ ଲୋକ ଦେଇଯାଇଛନ୍ତି। ଏପରି […]

temple-1

temple-1

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 03:29 PM IST

Sports

Latest News

ଭିନ୍ନତା ଭିତରେ ଏକତା ଭାରତର ସବୁଠାରୁ ବଡ଼ ପରିଚୟ। ଭିନ୍ନ ସମ୍ପ୍ରଦାୟର ଲୋକେ ଏଠାରେ ଏକାଠି ରୁହନ୍ତି, ମିଳିମିଶି ପର୍ବ ପାଳନ କରନ୍ତି। ସୁଖଦୁଃଖରେ ଛିଡା ହୋଇଥାନ୍ତି। ହେଲେ ଦେଶରେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ରାଜନୈତିକ ଫାଇଦା ପାଇଁ ଏହି ଭାଇଚାରାକୁ ଭଙ୍ଗ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଆମେ ଏକ, ଆମ ଦେଶ ଏକ। ଏଠାରେ କେହି କାହାକୁ ସମ୍ପ୍ରଦାୟରେ ବାଣ୍ଟିପାରିବେ ନାହିଁ ଭଳି ଉଦାହରଣ ବହୁ ଲୋକ ଦେଇଯାଇଛନ୍ତି। ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମୁସଲିମ ଭାଇ।

ଘଟଣାଟି ହେଉଛି ଗୁଜରାଟର ଅହମ୍ମଦାବାଦର। ଏଠାରେ ଜଣେ ଭାରତୀୟ ମୁସଲିମ୍ ‘ମୋଇନ୍ ମେମନ୍’ ୫୦୦ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିରର ପୁନଃରୁଦ୍ଧାର କରିବା ପାଇଁ ପ୍ରୟାୟ ଆରମ୍ଭ କରିଛନ୍ତି।  ମିର୍ଜାପୁରରେ ରହିଛି ଏହି ପୁରୁଣା ମନ୍ଦିର। ମୋଇନ୍‌ଙ୍କ ଏହି ମହାନତା ସୋସିଆଲ ମିଡିଆକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ବହୁ ଲୋକ ଭିନ୍ନ ଭିନ୍ନ ଢଙ୍ଗରେ ମୋଇନ୍‌ଙ୍କ କାମର ପ୍ରଶଂସା କରିଛନ୍ତି। ମୋଇନ୍‌ ନିଜେ ଉପସ୍ଥିତ ରହି କାମ ତଦାରଖ କରୁଛନ୍ତି।

ଏହି ଅବସରରେ ଭାଇଚାରା ଭଙ୍ଗ କରୁଥିବା ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୋଇନ୍‌। ସେ କହିଛନ୍ତି,“ରାଜନେତାମାନେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦୂରତା ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏପରି ନକଲେ ସେମାନଙ୍କ ଭାତ ହଜମ ହେଉନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos