ଜାତୀୟ ଓ ରାଜ୍ୟ ରାଜପଥରେ ପ୍ରତିଦିନ ଯାଞ୍ଚ ହେବ ଡ୍ରାଇଭିଂ ଲାଇସେନ୍ସ

road-safety

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ଦୁର୍ଘଟଣା ରୋକିବାକୁ ଏବେ ରାଜପଥରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ। ବିଶେଷ କରି ଗାଡ଼ି ଚାଳକଙ୍କ ପାଇଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ଲାଗି ଉଭୟ ଜାତୀୟ ଓ ରାଜ୍ୟ ରାଜପଥରେ ନିୟମିତ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ।

ଆଜି ସଚିବାଳୟରେ  ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଦୁର୍ଘଟଣା ପରେ ଆହତଙ୍କୁ  ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ରାଜ୍ୟରେ  ଆଉ ୮ଟି  ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି  ନିଷ୍ପତ୍ତି  ହୋଇଛି। ନିକଟରେ ସରକାରଙ୍କ  ପକ୍ଷରୁ ରାଜ୍ୟର ୨୬ଟି ଜିଲ୍ଲାର  ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଖୁବଶୀଘ୍ର ଆଉ ୪ଟି  ଜିଲ୍ଲାରେ ଏଭଳି ସ୍ଥାନ ଚିହ୍ନଟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଆଜିର ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ପରିବହନ ବିଭାଗର ସଚିବ, କମିଶନର ଏବଂ ଅନ୍ୟଅଧିକାରୀମାନେ ଯୋଗ ଦେଇଥିଲେ।

Previous ArticleNext Article

Send this to a friend