ଅଧ୍ୟାପକଙ୍କ ଆନ୍ଦୋଳନ ସ୍ଥଗିତ: ଆସନ୍ତାକାଲିଠାରୁ ଦେଖିବେ ଯୁକ୍ତଦୁଇ ଖାତା

ଭୁବନେଶ୍ୱର: ଯୁକ୍ତଦୁଇ ଖାତା ଦେଖା ବର୍ଜନ କରି ଆନ୍ଦୋଳନ ଚଳାଇଥିବା ଅଧ୍ୟାପକଙ୍କୁ ମନାଇବାରେ ଶେଷରେ ସରକାର ସଫଳ ହୋଇଛନ୍ତି। ଅଧ୍ୟାପକଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ୪୮୮ ଓ ୬୬୨ ବର୍ଗ ଅଧ୍ୟାପକମାନେ ଚଳାଇଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଆସନ୍ତାକାଲିଠାରୁ ଖାତା ଦେଖାରେ ସହଯୋଗ କରିବାକୁ ସଂଘ ପକ୍ଷରୁ କୁହାଯାଇଛି। ଫଳରେ ୫ ଦିନ ହେବା ଖାତା ମୂଲ୍ୟାୟନରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ସହଯୋଗରେ […]

lectura

lectura

Rakesh Mallick
  • Published: Saturday, 09 April 2016
  • Updated: 10 April 2016, 02:30 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତଦୁଇ ଖାତା ଦେଖା ବର୍ଜନ କରି ଆନ୍ଦୋଳନ ଚଳାଇଥିବା ଅଧ୍ୟାପକଙ୍କୁ ମନାଇବାରେ ଶେଷରେ ସରକାର ସଫଳ ହୋଇଛନ୍ତି। ଅଧ୍ୟାପକଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ୪୮୮ ଓ ୬୬୨ ବର୍ଗ ଅଧ୍ୟାପକମାନେ ଚଳାଇଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଆସନ୍ତାକାଲିଠାରୁ ଖାତା ଦେଖାରେ ସହଯୋଗ କରିବାକୁ ସଂଘ ପକ୍ଷରୁ କୁହାଯାଇଛି। ଫଳରେ ୫ ଦିନ ହେବା ଖାତା ମୂଲ୍ୟାୟନରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ସହଯୋଗରେ ଆଜିଠାରୁ ବିକଳ୍ପ ଉପାୟରେ ଖାତା ଦେଖା ଆରମ୍ଭ ହୋଇଛି।

ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦାବିରେ ଅଧ୍ୟାପକମାନେ ଚଳାଇଥିବା ଆନ୍ଦୋଳନ ଯୋଗୁଁ ଯୁକ୍ତଦୁଇ ଖାତା ଦେଖା ଗଭୀର ଭାବେ ପ୍ରଭାବିତ ହୋଇଥିଲା। ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ ଏହାର କିଛି ପ୍ରଭାବ ଅଧ୍ୟାପକଙ୍କ ଉପରେ ପଡି ନ ଥିଲା। ଶେଷରେ ବିକଳ୍ପ ବ୍ୟବସ୍ଥାରେ ଖାତା ଦେଖାର ବ୍ୟବସ୍ଥା କରିଥିଲେ ସରକାର।

ଅନ୍ୟପକ୍ଷରେ ଖାତା ଦେଖା ପ୍ରକ୍ରିୟାରେ ଆନ୍ଦୋଳନରତ ଅଧ୍ୟାପକମାନଙ୍କୁ ସାମିଲ କରାଇବା ଆଶା ସରକାର ଛାଡି ନ ଥିଲେ। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସଂଘ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବୈଠକରେ ଅଧ୍ୟାପକଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ଦୁଇମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ସଂଘ ମାନି ନେବା ସହ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଘୋଷଣା କରିଛି। ଏହାସହ ଖାତା ମୂଲ୍ୟାୟନରେ ସହଯୋଗ କରିବାକୁ ସଂଘ ପ୍ରତିଶ୍ରୁତି ଦେଇଛି।

୬୬୨ ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, “ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସରକାରଙ୍କ ଅନୁରୋଧକୁ ରକ୍ଷା କରି ଆମେ ମୂଲ୍ୟାୟନରେ ସାମିଲ ହେବୁ। ରାଜ୍ୟ ସରକାର ଯେଉଁ ବିକଳ୍ପ ବ୍ୟବସ୍ଥା କରିଛନ୍ତି, ତାକୁ ଉଠାଇବେ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ। ତେବେ ଆମ ବର୍ଗରେ ଯେଉଁ ଅଧ୍ୟାପକମାନଙ୍କୁ ଖାତା ଦେଖାରେ ନିୟୋଜିତ କରାଯାଇଛି, ସେମାନେ ଆନ୍ତାକାଲିଠାରୁ ଯୋଗଦେବେ।”

୪୮୮ ବର୍ଗ ଅଧ୍ୟାପକ ସଂଘ ସଭାପତି ପବିତ୍ର ମହଲା କହିଛନ୍ତି, “ଆଲୋଚନା ସକରାତ୍ମକ ହେବାରୁ ଆମେ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବାକୁ ସ୍ଥିର କରିଛୁ। ଯେଉଁ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ମୂଲ୍ୟାୟନ ପାଇଁ ପତ୍ର ଦିଆଯାଇଛି, ସେମାନେ ଆସନ୍ତାକାଲିଠାରୁ ଖାତା ଦେଖାରେ ସାମିଲ ହେବେ।”

ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “ଅଧ୍ୟାପକ ସଂଘ ସହ ଆଲୋଚନା ସଫଳ ହୋଇଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖରେ ବୈଠକ ବସିବ। ଏଥିରେ ଅଧ୍ୟାପକମାନଙ୍କ ସମସ୍ୟାର ସମାଧାନ ଲାଗି ଆଲୋଚନା କରାଯିବ।”

୫ଦିନ ଅବ୍ୟବସ୍ଥା ପରେ ଆଜିଠାରୁ ସରକାର ବିକଳ୍ପ ବ୍ୟବସ୍ଥାରେ ଖାତା ଦେଖା ଆରମ୍ଭ କରିଛନ୍ତି। କେନ୍ଦ୍ରଗୁଡିକରେ ଜିଲ୍ଲା ପ୍ରଶାସନ ସହାୟତାରେ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଓ ବିଭିନ୍ନ ଇଂଜିନିୟରିଂ କଲେଜର ଅଧ୍ୟାପିକା ଓ ଅଧ୍ୟାପକମାନେ ମୂଲ୍ୟାୟନରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story