ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନେଶ୍ୱର ବନ୍ଦ, ୫୦ ବିଜେପି କର୍ମୀ ଅଟକ

ଭୁବନେଶ୍ୱର: ବିବାଦୀୟ ସିଡି ଓ ରିଷି ମୃତ୍ୟୁ ଘଟଣାରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଦଳୀୟ ନେତା ଓ କର୍ମୀମାନେ ବିଜେପି ମୁଖ୍ୟାଳୟ ସମ୍ମୁଖ, ମାଷ୍ଟରକ୍ୟାଣ୍ଟିନ, ଫାୟାର ଷ୍ଟେସନ ଓ ଖଣ୍ଡଗିରି ଛକ ଆଦି ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ କର୍ମୀମାନେ […]

bjp

bjp

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 10:56 PM IST

bjp-protestଭୁବନେଶ୍ୱର: ବିବାଦୀୟ ସିଡି ଓ ରିଷି ମୃତ୍ୟୁ ଘଟଣାରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଦଳୀୟ ନେତା ଓ କର୍ମୀମାନେ ବିଜେପି ମୁଖ୍ୟାଳୟ ସମ୍ମୁଖ, ମାଷ୍ଟରକ୍ୟାଣ୍ଟିନ, ଫାୟାର ଷ୍ଟେସନ ଓ ଖଣ୍ଡଗିରି ଛକ ଆଦି ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ କର୍ମୀମାନେ ସିଟି ବସ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ପୋଲିସ୍‌ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ବେଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିପରି ଫାୟାର ଷ୍ଟେସନ ଛକରେ ଗାଡି ମଟର ଅଟକାଉଥିବା ପ୍ରାୟ ୨୦ ଜଣ କର୍ମୀଙ୍କୁ ପୋଲିସ୍‌ ଅଟକ ରଖିଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନ ବେଳେ ପୋଲିସ ୫୦ରୁ ଊର୍ଦ୍ଧ୍ୱ ବିଜେପୀ ନେତା ଓ କର୍ମୀଙ୍କୁ ଅଟକ ରଖିଛି।

ଜରୁରୀକାଳୀନ ସେବା ଓ ଟ୍ରେନ୍‌ ଚଳାଚଳକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ସେହିପରି ମେଡିକାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଏବଂ ପରୀକ୍ଷାର୍ଥୀଙ୍କୁ ଏହି ବନ୍ଦ ଡାକାରାରୁ ବାଦ ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏଁ ଚକାଜାମ ସହ ଦଳ ପକ୍ଷରୁ ମଶାଲ ଶୋଭାଯାତ୍ରା ଏବଂ ବାଇକ ରାଲି କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସଚିବାଳୟ ଫାଟକ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ସମୀର ଦେ ଓ ସମୀର ମହାନ୍ତିଙ୍କ ସହ ବହୁ କର୍ମୀଙ୍କୁ ପୋଲିସ ଅଟକ ରଖିଛି।

ଅନ୍ୟପକ୍ଷରେ ବିଜେପିର ଭୁବନେଶ୍ୱର ବନ୍ଦ ଡାକରା ପରିପେକ୍ଷୀରେ ସଚିବାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳ ସାଢ଼େ ୯ଟା ସୁଦ୍ଧା ସଚିବାଳୟରେ କର୍ମଚାରୀ ପହଞ୍ଚିବେ। କର୍ମଚାରୀ ଏଣେତେଣେ ନ ବୁଲି ନିଜ ସିଟ୍‌ରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଚିବାଳୟ ସାମ୍ନା ଗେଟ୍‌ ଦିନ ୧୦ଟା ୧୫ ମିନିଟ୍‌ରୁ ବନ୍ଦ କରିଦିଆଯାଇଥିଲା। ଏନେଇ ସବୁ ବିଭାଗକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଚିଠି ଲେଖି ଜଣାଇଥିଲେ।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୁଇଁ କହିଛନ୍ତି,“ଭୁବନେଶ୍ୱରରେ ବନ୍ଦ ପାଳନ ନେଇ ବିଭିନ୍ନ ସ୍ଥାନରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୫୦ ଜଣ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି। ଭଙ୍ଗାରୁଜାର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ସଂପୃକ୍ତ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

କଡ଼ା ସୁରକ୍ଷା ମଧ୍ୟରେ ସଚିବାଳୟ ଆସିଲେ ମୁଖ୍ୟମନ୍ତ୍ରୀ

ବିଜେପିର ଭୁବନେଶ୍ୱର ବନ୍ଦ ଡାକରା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସଚିବାଳୟ ଆସିଥିଲେ। କୃଷୀମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ କାରରେ ଆସିଥିବା ବେଳେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ବାଇକ୍‌ରେ ଆସିଥିଲେ। ପରେ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ସଚିବାଳୟ ଆସିଥିଲେ।

ଏହି ୩ ମନ୍ତ୍ରୀଙ୍କୁ ଛାଡି ଅନ୍ୟ କୌଣସି ମନ୍ତ୍ରୀ ସଚିବାଳୟକୁ ଆସି ନ ଥିଲେ।

ମୁଖ୍ୟ ଶାସନ ସଚିବ ପୋଲିସ ପାଇଲଟିଂ ମଧ୍ୟରେ ସଚିବାଳୟରେ ପହଞ୍ଚି ଥିବା ବେଳେ କିଛି ସଚିବ ଚାଲିଚାଲି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story