କଟକ: ନ୍ୟାସନାଲ ଲ’ ୟୁନିଭର୍ସିଟିର ସମାବର୍ତ୍ତନ ଉତ୍ସବରେ ୧୩୫ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ

hnjm,

କଟକ: କଟକ ନ୍ୟାସନାଲ ଲ’ ୟୁନିଭର୍ସିଟି ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଟି.ଏସ. ଠାକୁର ଉତ୍ସବରେ ମୁଖ୍ୟଅତିଥି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥତଲେ। ଏହି ଅବସରରେ ୧୩୫ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ ସହ ୧୭ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

ସମାବର୍ତ୍ତନ ଉତ୍ସବ ପୂର୍ବରୁ ଜଷ୍ଟିସ ଠାକୁରଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରଧାନ ବିଚାରପତି ୪୫ ମିଟର ଉଚ୍ଚତାର ୪୮ ଫଉଟ୍‌ର ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

Previous ArticleNext Article

Send this to a friend