ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

plus-two

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି।  ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ସାଢ଼େ ୯ଟାରୁ ଛାତ୍ରଛାତ୍ରୀ ପରୀକ୍ଷା ହଲ ଭିତରକୁ ପ୍ରବେଶ କରିଥିଲେ।

ରାଜ୍ୟର ୧୧୦୬ଟି କେନ୍ଦ୍ରରେ ୩, ୮୦ ୭୦୭ ଛାତ୍ରଛାତ୍ରୀ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି।   କଳାରେ ସର୍ବାଧିକ ୨,୪୩ ୧୦୬ ଜଣ, ବିଜ୍ଞାନରେ  ୯୦,୯୯୦ ଏବଂ ବାଣିଜ୍ୟରେ ୨୮,୪୮୧ ଜଣ ପରୀକ୍ଷାର୍ଥୀ ଅଛନ୍ତି।

ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ପରୀକ୍ଷା ପରିଚାଳନା ଓ ପ୍ରଶ୍ନପତ୍ରର ସୁରକ୍ଷା କପି ରୋକିବା ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।  ପ୍ରଶ୍ନପତ୍ର ରଖିବା ଲାଗି ୨୦୨ଟି ଏକଜାମିନେଶନ ମ୍ୟାନେଜମେଣ୍ଟ୍ ହବ୍‌ ପ୍ରତିଷ୍ଠା କରାଯାଇଛି। ୨ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସିସି ଟିଭି କ୍ୟାମରା ଲଗାଯାଇଛି। ଦିନ ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରଶ୍ନ ପତ୍ର କେନ୍ଦ୍ରକୁ ପଠାଯିବ।

ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବଦଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପରୀକ୍ଷା ପରିଚାଳନା କରୁଛି।

Previous ArticleNext Article

Send this to a friend