ଏସବୁ ପ୍ରାଣୀଙ୍କୁ ଖାଇବାକୁ ଦିଅନ୍ତୁ: ଦୂର ହୋଇଯିବ ଦାରିଦ୍ର୍ୟ

ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ପ୍ରକୃତି, ଗଛ ଲତା ଓ ପଶୁ ପକ୍ଷୀଙ୍କୁ ମନୁଷ୍ୟ ଜୀବନର ଏକ  ପ୍ରମୁଖ ଅଂଶ ବୋଲି କୁହାଯାଇଛି। ପଶୁ ପକ୍ଷୀଙ୍କ ମାଧ୍ୟମରେ ମନୁଷ୍ୟର ସମସ୍ତ ସମସ୍ୟାର ସମାଧାନର ଉପାୟ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପରିଶ୍ରମ ସତ୍ତ୍ୱେ ଧନର ଅଭାବ ଦେଖାଯାଉଥିଲେ, ଜନ୍ମ କୁଣ୍ଡଳୀରେ ଗ୍ରହର ସ୍ଥିତି ଖରାପରେ ଥିଲେ, ମାନସିକ ଅଶାନ୍ତି ଲାଗି ରହୁଥିଲେ ଏହାର ନିବାରଣ ଲାଗି ପଶୁପକ୍ଷୀଙ୍କୁ  ଖାଦ୍ୟ ଖୁଆଇବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।

bastuଗାଈକୁ ରୁଟି : ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ଦେବୀ ଓ ମାଆର ଆଖ୍ୟା ଦିଆଯାଇଛି। ଗୋମାତାକୁ ଆମେ ପୂଜା କରିଥାଉ। ନିୟମିତ ଗାଈକୁ ରୁଟି ଖୁଆଇବା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ଗ୍ରହଦୋଷ ଦୂର ହୋଇଯାଏ। ନିୟମିତ ଭାବେ ଗାଈର ସେବା କଲେ ଜୀବନରେ ସୁଖ ଶାନ୍ତି ବଢିଥାଏ।

bastuମାଛକୁ ଦାନା: ପୈତୃକ ସମ୍ପତ୍ତି ହାତଛଡା ହୋଇଯାଇଥିଲେ, କୌଣସି ମୂଲ୍ୟବାନ ଜିନିଷ ହଜି ଯାଇଥିଲେ , ପ୍ରତିଦିନ ମାଛକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା କୁଣ୍ଡଳୀରେ ଥିବା  ସମସ୍ତ ଗ୍ରହଦୋଷ ଦୂର ହୋଇଯାଇଥାଏ ବୋଲି ଜ୍ୟତିଷ ଶାସ୍ତ୍ରରେ କୁହାଯାଇଛି।

bastuକୁକୁରକୁ ରୁଟି: ଶତ୍ରୁ ପିଛା ଛାଡୁ ନଥିଲେ, ସମ୍ପତ୍ତିକୁ ନେଇ ବାଦ-ବିବାଦ ଲାଗି ରହୁଥିଲେ, ପ୍ରତିଦିନ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା କିଛିଦିନ ଭିତରେ ଶତ୍ରୁ ଭୟ ଦୂର ହୋଇଯିବ। ସମ୍ପତ୍ତିକୁ ନେଇ ଲାଗି ରହିଥିବା ବାଦ-ବିବାଦ ମଧ୍ୟ ଦୂର ହୋଇଯିବ।

bastuପକ୍ଷୀକୁ ଦାନା: ଅର୍ଥଅଭାବ ଦୂର କରିବା ଲାଗି ପକ୍ଷୀକୁ ନିୟମିତ ଭାବେ ଦାନା ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା  ବ୍ୟବସାୟରେ ଅଧିକ ଲାଭ ମିଳିଥାଏ। ବ୍ୟବସାୟରେ ଉନ୍ନତି ଚାହୁଁଥିଲେ ପକ୍ଷୀକୁ ଚାଉଳ, ଗହମ ଓ ଦାନା ଖାଇବାକୁ ଦିଅନ୍ତୁ।

bastuପିମ୍ପୁଡିକୁ ଚିନି: କରଜରେ ବୁଡି ହୋଇ ରହିଛନ୍ତି, ଅନେକ ଚେଷ୍ଟା ସତ୍ତ୍ୱେ ଋଣ ସମସ୍ୟାରୁ ବାହାରି ପାରୁନାହାନ୍ତି । ତେବେ ନିୟମିତ ଭାବେ ପିମ୍ପୁଡି, ଜନ୍ଦା ଥିବା ସ୍ଥାନରେ ଅଳ୍ପ ଚିନି ପକାଇ ଦିଅନ୍ତୁ। କରଜ ସମସ୍ୟାରୁ ମୁକ୍ତି ପାଇବାର ବାଟ ଖୋଲିଯିବ।

Previous ArticleNext Article

Send this to a friend