ବଢୁଛି ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ: କେନ୍ଦୁଝର, ବାଲେଶ୍ୱର, ଯାଜପୁର, ମୟୂରଭଂଜରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ କେନ୍ଦୁଝରର ଆନନ୍ଦପୁର, ବାଲେଶ୍ୱର, ଯାଜପୁର, ମୟୂରଭଂଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସୁବର୍ଣାରେଖା, ବୈତରଣୀ ନଦୀର କେତେକ ସ୍ଥାନରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ଏଥିପାଇଁ ବାରିପଦା ସହରର ୪ଟି ୱାର୍ଡର ପ୍ରଭାବିତ ୨୦୦ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଯାଜପୁର ଓ ଆନନ୍ଦପୁରକୁ ଦୁଇଟି ଓଡ୍ରାଫ ୟୁନିଟ ପଠାଯାଇଛି। ଏଥିସହ ଯାଜପୁରରେ ୧୦ଟି, ଆନନ୍ଦପୁରରେ ୭ଟି, ଭଦ୍ରକରେ ୯ଟି, ବାଲେଶ୍ୱରରେ ୯ଟି ଓ ମୟୁରଭଞ୍ଜରେ ୭ଟି କରି ମୋଟ ୪୨ଟି ଡଙ୍ଗ। […]

banya

banya

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 04:54 AM IST

Sports

Latest News

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ କେନ୍ଦୁଝରର ଆନନ୍ଦପୁର, ବାଲେଶ୍ୱର, ଯାଜପୁର, ମୟୂରଭଂଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସୁବର୍ଣାରେଖା, ବୈତରଣୀ ନଦୀର କେତେକ ସ୍ଥାନରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ଏଥିପାଇଁ ବାରିପଦା ସହରର ୪ଟି ୱାର୍ଡର ପ୍ରଭାବିତ ୨୦୦ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଯାଜପୁର ଓ ଆନନ୍ଦପୁରକୁ ଦୁଇଟି ଓଡ୍ରାଫ ୟୁନିଟ ପଠାଯାଇଛି। ଏଥିସହ ଯାଜପୁରରେ ୧୦ଟି, ଆନନ୍ଦପୁରରେ ୭ଟି, ଭଦ୍ରକରେ ୯ଟି, ବାଲେଶ୍ୱରରେ ୯ଟି ଓ ମୟୁରଭଞ୍ଜରେ ୭ଟି କରି ମୋଟ ୪୨ଟି ଡଙ୍ଗ। ଅଗ୍ନିଶମ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି। ତେବେ ପରିସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବୁଢ଼ାବଳଙ୍ଗ ନଦୀରେ ହଠାତ୍ ବନ୍ୟା ଆସିବା ଫଳରେ ବାରିପଦା ସହରତଳି ଅଞ୍ଚଳରେ ପାଣି ପଶିଛି। ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏମାନଙ୍କୁ ସ୍କୁଲ ଓ ଅନ୍ୟାନ୍ୟ ସ୍ଥାନରେ ରଖାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ସ୍ଥିତିର ସମୀକ୍ଷା କରିଛନ୍ତି। ସେହିପରି ସାରସ୍କଣା ବ୍ଲକର କିଛି ଗାଁରେ ମଧ୍ୟ ପାଣି ପଶିଥିଲା। ତେବେ ବର୍ଷା ବନ୍ଦ ହୋଇଯାଇଥିବାରୁ ପାଣି କମିଥିବା ସୂଚନା ମିଳିଛି। ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବୁଢାବଳଙ୍ଗର ଜଳପତ୍ତନ ବୃଦ୍ଧି ପାଇଛି।

[caption id="attachment_19320" align="alignleft" width="800"]mayurbhanja ମୟୂରଭଞ୍ଜରେ ବନ୍ୟା[/caption]

ସେହିପରି ଭଦ୍ରକରେ ମଧ୍ୟ ବନ୍ୟା ପରିସ୍ଥିତି। ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀର ଆଖୁଆପଦାଠାରେ ବନ୍ୟାଜଳ ଏବେ ବିପଦ ସଙ୍କେତ ଉପରେ ରହିଛି। ଫଳରେ ଭଣ୍ଡାରୀପୋଖରି ବ୍ଲକର କୁରିଗାଁ, ରହଣିଆ, ଷୋଳମପୁର, ବାଲିପୋଖରୀ ଆଦି ପଞ୍ଚାୟତ ଜଳମଗ୍ନ ହୋଇଛି। ଭଣ୍ଡାରୀପୋଖରୀ ବ୍ଲକ ମାଳଦା ଯାଜପୁର ରାସ୍ତା ବୁଡ଼ି ଯାଇଥିବାରୁ ଏହି ରାସ୍ତାରେ ଯାତାୟାତ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ଧାମନଗର ବ୍ଲକର ଆନନ୍ଦପୁର, ଖଡ଼ିପଦା, ଷୋହଡ଼ା, ପଧାନୀ, କରଦା ଆଦି ପଞ୍ଚାୟତରେ ପାଣି ପଶିଥିବା ସୂଚନା ମିଳିଛି। ବୈତରଣୀର ଶାଖା ନଦୀ କୋଚିଳାର ରାମରାକୂଳ ନିକଟ ନଦୀବନ୍ଧ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।

ବୈତରଣୀରେ ଜଳସ୍ତର ବଢୁଥିବାରୁ ଏବଂ କିଛି ସ୍ଥାନରେ ନଦୀବନ୍ଧ ଦୂର୍ବଳ ଥିବାରୁ ଚାନ୍ଦବାଲି ବ୍ଲକର ପ୍ରାୟ ୩ଟି ପଞ୍ଚାୟତ ଏବଂ ୧୨ଟି ଗାଁ ଲୋକେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି। ସେପଟେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା କହିଛନ୍ତି ବୈତରଣୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ।

ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାଜପୁର ଜିଲ୍ଲାର କିଛି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ବିଶେଷ କରି ଜିଲ୍ଲାର କୋରେଇ, ଯାଜପୁର ଏବଂ ଦଶରଥପୁର ବ୍ଲକର ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି।

କେନ୍ଦୁଝର ଜିଲ୍ଲାରେ ବି ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହି ଜିଲ୍ଲା ଦେଇ ଯାଇଥିବା ୨୧୫ ନମ୍ୱର ଜାତୀୟ ରାଜପଥର କଟ୍ରାବେଡ଼ାରେ ବନ୍ୟାଜଳରେ ବାଇପାସ୍ ଧୋଇଯିବାରୁ ଘଟଗାଁ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ସୁଆଁପଦା, ବାଲିବରେଇଁ ରାସ୍ତାର ଶଙ୍କରପୁର ଠାରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଶାଳଦେଇ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ହାଟଡିହି ବ୍ଲକର କଳିଗାଁରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି।

ଅନ୍ୟପକ୍ଷରେ ଆଜି ରେଙ୍ଗାଲି ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ। ଏହାଦ୍ୱାରା ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ତେବେ ସ୍ଥିତି ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ ରହିଥିବା ଜଳସଂପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story