ବାଜିଲା ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ପରିଷଦ ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ଥିବା ଦର୍ଶାଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି  ପ୍ରକାଶ ପାଇଛି। ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ବିଭାଗ ଦର୍ଶାଇଥିଲା। ଆସନ୍ତା ୨୩ ତାରିଖରେ ସରକାରଙ୍କ ପକ୍ଷରୁ ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପାଇବ। ୨୪ ତାରିଖ ପରେ ଯେ […]

dharana

dharana

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 08:27 PM IST

Sports

Latest News

dharanaଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ପରିଷଦ ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ଥିବା ଦର୍ଶାଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି  ପ୍ରକାଶ ପାଇଛି। ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ବିଭାଗ ଦର୍ଶାଇଥିଲା।

ଆସନ୍ତା ୨୩ ତାରିଖରେ ସରକାରଙ୍କ ପକ୍ଷରୁ ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପାଇବ। ୨୪ ତାରିଖ ପରେ ଯେ କୌଣସି ସମୟରେ ରାଜ୍ୟ ନିର୍ବାଚନ କମିଶନ୍‌ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି।

ରାଜ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକ ବାତିଲ

ନିର୍ବାଚନ ପରିଚାଳନା ନେଇ ରାଜ୍ୟ ନିର୍ବାଚନ କମିଶନ ଆଜି ଡାକିଥିବା ସର୍ବଦଳୀୟ ବୈଠକ ବାତିଲ ହୋଇଯାଇଛି। ବୈଠକ ପୂର୍ବରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି, କଂଗ୍ରେସ ଓ ବାମଦଳ ପକ୍ଷରୁ ବୈଠକକୁ ବର୍ଜନ କରାଯାଇଥିଲା। ବିଜେପି ନେତା ଓ କର୍ମୀମାନେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଦଳ ପକ୍ଷରୁ ଆଜି ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିବାରୁ ବୈଠକ ବାତିଲ କରିବାକୁ ଦାବି କରିଥିଲେ। କଂଗ୍ରେସ, ବିଜେପି ଓ ବାମ ଦଳମାନେ ବୈଠକକୁ ନ ଯିବାରୁ ଶେଷରେ କମିଶନ ବୈଠକ ବାତିଲ କରି ଦେଇଥିଲେ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବଢ଼ିଲା

ନିର୍ବାଚନକୁ ନେଇ ହେବାକୁ ଥିବା ସର୍ବଦଳୀୟ ବୈଠକ ବାତିଲ ହୋଇଥିଲେ ମଧ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରିଛନ୍ତି। ଏଣିକି ଜଣେ ଜିଲ୍ଲା ପରିଷଦ ସଭ୍ୟ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହା ୧,୫୦,୦୦୦ ଟଙ୍କା ଥିଲା। ସେହିଭଳି ସମିତି ସଭ୍ୟ ଏବଂ ସରପଞ୍ଚ ୮୦,୦୦୦ ଲେଖାଏଁ ଟଙ୍କା ଖର୍ଚ୍ଚ କରିପାରିବେ।

ଏଥର ରାଜ୍ୟରେ ୬,୮୦୫ଟି ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୮୫୩ଟି ଜିଲ୍ଲା ପରିଷଦରେ ନିର୍ବାଚନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos