ଅଣ୍ଟାରେ ବେଲ୍ଟ ପିନ୍ଧିବାକୁ ବହୁତ ଲୋକ ପସନ୍ଦ କରନ୍ତି। ଏହା ସେମାନଙ୍କର ଅଭ୍ୟାସ ମଧ୍ୟ। କିନ୍ତୁ ଆପଣ ଜାଣନ୍ତି କି ଏହି ଅଭ୍ୟାସ ଶରୀର ପାଇଁ କେତେ କ୍ଷତିକାରକ ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ, ଯାହାକୁ ଜାଣିଲେ ଆପଣ ହୁଏତ ଏ ଅଭ୍ୟାସରୁ ଦୂରେଇ ରହିପାରନ୍ତି।
ଦିନସାରା ଅଣ୍ଟାରେ ବେଲ୍ଟ ଭିଡ଼ି ହୋଇ ରହୁଥିବାରୁ ପେଟର ଶିରାପ୍ରଶିରା ଚାପି ହୋଇ ରହେ। ପେଲ୍ଭିକ(ତଳିପେଟର ଆଧାର ଭାବରେ ଥିବା ଅବତଳ ଆକୃତିର ହାଡ଼ର ଢାଞ୍ଚା) ସ୍ଥାନରୁ ବାହାରିଥିବା ଧମନୀ, ଶିରାପ୍ରଶିରା, ମାଂସପେଷି, ଓ ଅନ୍ତନାଡ଼ି ଉପରେ ଏହା ଚାପ ପକାଇଥାଏ। ଏଥିଯୋଗୁଁ ପୁରୁଷମାନଙ୍କର ଶୁକ୍ରାଣୁ ସଂଖ୍ୟା କମିଯିବାର ଆଶଙ୍କା ଥାଏ। ଏବଂ ପୁରୁଷଙ୍କମାନଙ୍କର ପ୍ରଜନନ କ୍ଷମତା ହ୍ରାସ ହେବା ଆଶଙ୍କା ଥାଏ। ଏକ ସର୍ଭେରୁ ଜଣାପଡ଼ିଛି ଯେ ଟାଇଟ୍ ବେଲ୍ଟ କରି ପିନ୍ଧିଲେ ତଳିପେଟର କାର୍ଯ୍ୟ କରିବା ଶୈଳୀ ବଦଳି ଯାଇଥାଏ। ଆଣ୍ଟା ହାଡ଼ ଉପରେ ଏହାର କୁପ୍ରଭାବ ମଧ୍ୟ ପଡ଼ିଥାଏ।
ଟାଇଟ୍ ବେଲ୍ଟ ବାନ୍ଧିବା ଦ୍ୱାରା ବଦହଜମି ଭଳି ସମସ୍ୟା ଦେଖା ଦେଇଥାଏ। ଫଳରେ କୋଷ୍ଟକାଠିନ୍ୟ ରୋଗ ହେବାର ଆଶଙ୍କା ରହିଥାଏ। ଶିରାପ୍ରଶିରା ଚାପି ହୋଇ ରହିବାରୁ ପାଦର ଅସ୍ଥି ଦୁର୍ବଳ ହେବା ସହ ପାଦ ଫୁଲିବା ଭଳି ସମସ୍ୟା ଦେଖାଯାଏ। ଟାଇଟ୍ ବେଲ୍ଟ ପିନ୍ଧୁଥିବା ଲୋକଙ୍କର ଅଣ୍ଟାବ୍ୟଥା ଭଳି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଆବଶ୍ୟକ ନହେଲେ ବେଲ୍ଟ ନବାନ୍ଧିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଯଦି ଆବଶ୍ୟକ ପଡ଼େ ତାହେଲେ ବେଲ୍ଟ ଢିଲାକରି ବାନ୍ଧନ୍ତୁ ବୋଲି ଡାକ୍ତର କହିଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।