ମ୍ୟାଲେରିଆ ଓ ଡାଇବେଟିସ୍ ରୋଗରୁ ଉପଶମ ଦିଏ ଜିରା

ଜିରାକୁ ସାଧାରଣତ ଖାଦ୍ୟ ତିଆରିରେ ମସଲା ରୂପେ ବ୍ୟବହାର କରାଯାଏ। ଏହା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ସ୍ୱାସ୍ଥ ପାଇଁ ମଧ୍ୟ ଭଲ। ଜିରାର ଅନେକ ଗୁଣ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଜିରା ଶରୀରର ସମସ୍ତ ଅଙ୍ଗ ପାଇଁ ଭଲ। ଯଦି ଆପଣ ପ୍ରତିଦିନ ଜିରାର କିଛି ଦାନା ଖାଇବେ ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ। ଆସନ୍ତୁ ଜାଣବା ସେଗୁଡ଼ିକ କ’ଣ। ୧) ଜିରା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଫଳରେ […]

Cumin

Cumin

Rakesh Mallick
  • Published: Sunday, 29 April 2018
  • Updated: 29 April 2018, 08:37 AM IST

Sports

Latest News

ଜିରାକୁ ସାଧାରଣତ ଖାଦ୍ୟ ତିଆରିରେ ମସଲା ରୂପେ ବ୍ୟବହାର କରାଯାଏ। ଏହା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ସ୍ୱାସ୍ଥ ପାଇଁ ମଧ୍ୟ ଭଲ। ଜିରାର ଅନେକ ଗୁଣ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଜିରା ଶରୀରର ସମସ୍ତ ଅଙ୍ଗ ପାଇଁ ଭଲ। ଯଦି ଆପଣ ପ୍ରତିଦିନ ଜିରାର କିଛି ଦାନା ଖାଇବେ ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ। ଆସନ୍ତୁ ଜାଣବା ସେଗୁଡ଼ିକ କ’ଣ।

୧) ଜିରା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଫଳରେ ପେଟର ସମସ୍ତ ସମସ୍ୟା ଠିକ୍‌ ହୋଇଯାଏ।

୨) ଗ୍ୟାସ୍‌ ଓ ବାତ ରୋଗକୁ ମଧ୍ୟ ଏହା ଭଲ କରିଦେଇଥାଏ।

୩) ରକ୍ତ ଅପରିଷ୍କାର ହେବା ଫଳରେ ମୁହଁରେ ଉଠୁଥିବା ବ୍ରଣକୁ ଭଲ କରିଥାଏ।

୪) ଜିରାରେ ଭିଟାମିନ-E ଭରପୂର ମାତ୍ରାରେ ରହିଛି, ଫଳରେ ଏହା ଆମ ତ୍ୱଚାକୁ ସୁସ୍ଥ ରଖିଥାଏ।

୫) ଏହି ଭିଟାମିନ-E ତ୍ୱଚାରେ ବୟସର ପ୍ରଭାବକୁ କମ୍‌ କରିଥାଏ।

୬) ଜିରାର ଲେପ ଲଗାଇବା ଦ୍ୱାରା ଏକ୍‌ଜିମାରୁ ମୁକ୍ତି ମିଳେ।

୭) ୩ ଗ୍ରାମ ଜିରା ଓ ୧୨୫ ମିଲିଗ୍ରାମ ଫିଟକିରିକୁ ଏକ କପଡ଼ାରେ ବାନ୍ଧି ଗୋଲାପ ଜଳରେ ଭିଜାଇଦିଅନ୍ତୁ। ଆଖି ବିନ୍ଧିଲେ ବା ଲାଲ୍‌ ହୋଇଗଲେ ଏହି ରସରୁ ଟୋପାଏ ଆଖିରେ ପକେଇଲେ ଭଲ ହୋଇଯାଏ।

୮) ଦହିରେ ଭଜା ଜିରା ଗୁଣ୍ଡ ମିଶାଇ ଖାଇଲେ ଡାଇରିଆ ଭଲ ହୋଇଯାଏ।

୯) ଜିରାରେ ଅଳ୍ପ ଭିନେଗାର ପକାଇ ଖାଇଲେ ହେକୁଟି ମାରିବା ବନ୍ଦ ହୋଇଯାଏ।

୧୦) ଜିରାକୁ ଗୁଡ଼ରେ ମିଶାଇ  ଛୋଟ ଛୋଟ ଗୁଳା କରି ଖାଇବା ଦ୍ୱାରା ମ୍ୟାଲେରିଆ ଭଲ ହୋଇଯାଏ।

୧୧) ଆସିଡିଟି ହୋଇଗଲେ ଅଳ୍ପ ଟିକେ ଜିରାକୁ ଚୋବେଇ ଖାଇଦିଅନ୍ତୁ। ଆସିଡିଟି ତୁରନ୍ତ ଭଲ ହେଇଯିବ।

୧୨) ଦିନରେ ଦୁଇଥର ଏକ ଚାମଚ ଲେଖାଁଏ ଜିରା ପେଷ୍ଟକୁ ଖାଆନ୍ତୁ ଓ ପାଣି ପିଅନ୍ତୁ। ଡାଇବେଟିସ୍‌ ନିୟନ୍ତ୍ରଣରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos