ଏବେ ଚାଲିଛି ଖରାଦିନ। ତାତିରୁ ରକ୍ଷା ପାଇଁ କିଏ କେତେ ପ୍ରକାର ପାନୀୟ ଓ ଫଳ ରସ ପିଉଛନ୍ତି। ଏହି ସମୟରେ କାକୁଡ଼ି, ତରଭୁଜ ଏବଂ ପଇଡ଼ ଆଦି ଫଳ ଗୁଡ଼ିକରେ ଡିମାଣ୍ଡ କାହିଁରେ କେତେ। ତେବେ ଏସବୁ ଭିତରେ ଆଖୁରସର ଚାହିଦା ମଧ୍ୟ କିଛି କମ୍ ନାହିଁ। ଆଖୁରସ କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଶରୀର ପାଇଁ ବି ବେଶ୍ ଉପକାରୀ। ଏଥିରେ ଔଷଧୀୟ ଗୁଣ ଭରି ରହିଛି। ତା’ହେଲେ ଆସନ୍ତୁ ଜାଣିବା ଆଖୁରୁ ଆମେ କ’ଣ ସବୁ ଫାଇଦା ପାଇଥାଉ।
୧-ଆଖୁରସରେ ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ ଆଦି ଭରପୂର ମାତ୍ରାରେ ରହିଛି। ଗୋଟିଏ ଲିଟର ଆଖୁ ରସରେ ୧୮୦ ଗ୍ରାମ କ୍ୟାଲୋରି ରହିଛି।
୨-ଆଖୁ ରସ ଥକାପଣକୁ ହ୍ରାସ କରିଥାଏ।
୩-ଆପଣ ଯଦି ଦୈନିକ ଆଖୁ ରସ ପିଅନ୍ତି ତେବେ କୌଣସି ପ୍ରକାର ଚର୍ମ ରୋଗ ହେବ ନାହିଁ। ସେହିପରି ଚର୍ମରେ ମଧ୍ୟ କୌଣସି ସଂକ୍ରାମକ ରୋଗ ସହଜରେ ଆକ୍ରମଣ କରିପାରିବ ନାହିଁ। ଗର୍ଭବତୀ ମହିଳାଙ୍କ ପାଇଁ ଏହା ଅଧିକ ଜରୁରୀ।
୪-ଦାନ୍ତମୂଳରେ କ୍ଷୟ ହେଉଥିଲେ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଆଖୁ ରସ ପିଅନ୍ତୁ। ଏ ସମସ୍ୟା ଦୂର ହୋଇଯିବ।
୫-ଏଥିରେ ପୋଟାସିୟମର ମାତ୍ରା ଅଧିକ ଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ସେହିପରି ହୃଦରୋଗ ବିପଦକୁ କମ୍ କରିଥାଏ ଆଖୁରସ।
୬-ଆଖୁରେ ଭିଟାମିନ୍ ସି ଥିବାରୁ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।
୭- ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ବ୍ରଣ ଦୂର କରିବାରେ ଆଖୁରସ ସହାୟକ ହୋଇଥାଏ।
୮- ଜଣ୍ଡିସ ରୋଗୀଙ୍କ ପାଇଁ ଆଖୁରସ ଅନେକ ଫାଇଦା ଦେଇଥାଏ । ଯଦି ଆପଣ ଜଣ୍ଡିସ ରୋଗରେ ପୀଡ଼ିତ, ତାହାଲେ ଆଖୁ ରସରେ ଲେମ୍ବୁ ଏବଂ ଲୁଣ ମିଶାଇ ପିଅନ୍ତୁ।
୯- ମଧୁମେହ ରୋଗୀଙ୍କ ପାଇଁ ଆଖୁ ରସ ଖୁବ୍ ଉପକାରୀ। ଏହା ରକ୍ତର ଗ୍ଲୁକୋଜ ମାତ୍ରାକୁ ଠିକ୍ ରଖିଥାଏ।
୧୦- ଯଦି ଆପଣଙ୍କର ବାନ୍ତି ହେଉଛି, ତା’ହେଲେ ଗୋଟେ ଗ୍ଲାସ ଆଖୁରସରେ ମହୁ ମିଶାଇ ପିଅନ୍ତୁ। ବାନ୍ତି ବନ୍ଦ ହୋଇଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।