ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବୈତରଣୀ ନଦୀ ଆଡିବନ୍ଧରେ ଓଳଗଠାରେ ୧୫ଫୁଟର ଘାଇ ସୃଷ୍ଟି ହୋଇଛି। ବନ୍ୟାଜଳ ବୈତରଣୀ ନଦୀରେ ବଢିବାପରେ ଏହି ଦୁର୍ବଳ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି। ଫଳରେ ଆରଡି, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ପାଖାପାଖି ୨୦ଟି ଗାଁକୁ ପାଣି ପଶିଛି। ଧାମନଗର ଜଳସମ୍ପଦ ବିଭାଗ ଓ ସ୍ଥାନିୟ ଲୋକଙ୍କ ସହାୟତାରେ ବହ୍ଲା,ବାଲି ବସ୍ତା ଓ ପଥର ପକାଇ ଏହାକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।
[caption id="attachment_19537" align="aligncenter" width="750"] ବୈତରଣୀ ନଦୀ ଓଳଗଠାରେ ସୃଷ୍ଟି କରିଥିବା ଘାଇକୁ ମରାମତି କରୁଛନ୍ତି ସ୍ଥାନୀୟ ଲୋକେ[/caption]
ନଦୀରେ ବନ୍ୟାପାଣି ବଢୁଥିବାରୁ ଏହା ଭାଙ୍ଗିଯିବାର ଆଶଙ୍କା ସୃଷ୍ଟି ହୋଇଛି। ବୈତରଣୀ ନଦୀର ଜଳସ୍ତର ଏବେ ବି ବଢୁଥିବା ବେଳେ ଏହି ନଦୀବନ୍ଧକୁ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଜଗରହିଥିବା ଦେଖିବାକୁ ମିଳିଛି। ତେବେ ଏହା ସମ୍ପୁର୍ଣ୍ଣ ନିୟନ୍ତ୍ରଣାଧୀନ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସୁପରଭାଇଜର। ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରିବାକୁ ଦାବି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।