ପ୍ରଦୀପ ପାଣ୍ଡେ ଓ ଇତିଶ ପ୍ରଧାନଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ କଲେ ଭୁବନେଶ୍ୱର ମେୟର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମେୟର ତଥା ବିଜେଡି ନେତା ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଗତକାଲି ଯୌନ କେଳେଙ୍କାରୀ ଅଭିଯୋଗ ଆସିଥିବା ବେଳେ ଆଜି ଏନେଇ ସେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ସେ ଭୁବନେଶ୍ୱର ସ୍ଥିତ ଏସ୍‌ଡିଜେଏମ୍ କୋର୍ଟରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଣ୍ଟା ଡଟ୍‌ କମ୍‌ ପ୍ରୋପାଇଟର ପ୍ରଦୀପ ପାଣ୍ଡେଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି। ସେ ଫୌଜଦାରୀ ମାମଲା ମଧ୍ୟ ରୁଜୁ […]

anant

anant

Rakesh Mallick
  • Published: Friday, 16 December 2016
  • Updated: 16 December 2016, 07:50 PM IST

Sports

Latest News

anantଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମେୟର ତଥା ବିଜେଡି ନେତା ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଗତକାଲି ଯୌନ କେଳେଙ୍କାରୀ ଅଭିଯୋଗ ଆସିଥିବା ବେଳେ ଆଜି ଏନେଇ ସେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ସେ ଭୁବନେଶ୍ୱର ସ୍ଥିତ ଏସ୍‌ଡିଜେଏମ୍ କୋର୍ଟରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଣ୍ଟା ଡଟ୍‌ କମ୍‌ ପ୍ରୋପାଇଟର ପ୍ରଦୀପ ପାଣ୍ଡେଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି। ସେ ଫୌଜଦାରୀ ମାମଲା ମଧ୍ୟ ରୁଜୁ କରିଛନ୍ତି।  ଏହା ସହିତ ଉକ୍ତ ଭିଡିଓକୁ ବ୍ୟାନ୍ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି।

ସେ କହିଛନ୍ତି,“ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ ମିଥ୍ୟା। ପ୍ରଦୀପ ପାଣ୍ଡେ ବାହାର ରାଜ୍ୟର ଲୋକ। ସେ ଏଠାରେ ଦଲାଲି କରୁଛନ୍ତି। ପ୍ରଦୀପ ଓ ଇତିଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ପ୍ରଦୀପ କହିଛନ୍ତି,“ମୁଁ କେବେ ବି କହିନାହିଁ ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମେୟର। ଆମେ କହିଛି ଏ କଣ୍ଠସ୍ୱର କାହାର ଆପଣ ଅନୁମାନ ରନ୍ତୁ ଓ କିଏ ଚିହ୍ନନ୍ତୁ। ଘଟଣା ଏତେ ରହସ୍ୟମୟ ଯେ ଏହାର ତଦନ୍ତ ନିହାତି ଆବଶ୍ୟକ।”

ସୋସିଆଲ ମିଡିଆରେ  ଭାଇରାଲ୍‌ ହୋଇଥିବା ନିଆଁଖୁଣ୍ଟା ଡଟ୍‌ କମ୍‌ର ଏକ ଭିଡିଓକୁ ଆଧାର କରି ଛାତ୍ର କଂଗ୍ରେସ ପକ୍ଷରୁ ମେୟରଙ୍କ ବିରୋଧରେ ଏହି ଅଭିଯୋଗ ଅଣାଯାଇଥିଲା। ଭାଇରାଲ୍‌ ହୋଇଥିବା ଭିଡିଓରୁ ପ୍ରାୟ ସାଢ଼େ ୩ ମିନିଟର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ରହିଛି। ଏଥିରେ ଦୁଇଜଣ ପୁରୁଷଙ୍କ ସହ ଜଣେ ମହିଳା ଅଛନ୍ତି। ମୋବାଇଲ୍‌ରେ ସେମାନଙ୍କ ଭିଡିଓ ରେକର୍ଡିଂ କରାଯାଇଥିବା ଅନୁମାନ କରାଯାଉଛି।

ଭିଡିଓ ଛାଡ଼ିଥିବା ନିଆଁଖୁଣ୍ଟା ଡଟ୍‌ କମ୍‌ ପ୍ରୋପାଇଟର ପ୍ରଦୀପ ପାଣ୍ଡେ ଏବଂ ଛାତ୍ର କଂଗ୍ରେସ ସଭାପତି ଇତିଶଙ୍କ ବିରୋଧରେ ଗତକାଲି ମେୟର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ଓ ସେମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ବିଧିବଦ୍ଧ ମାମଲା ରୁଜୁ କଲା ପୋଲିସ

ମେୟରଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗରେ କମିଶନରେଟ୍‌ ପୋଲିସ ବିଧିବଦ୍ଧ ମାମଲା ରୁଜୁ କରିଛି। ମେୟରଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ମାମଲା ରୁଜୁ କରିଛି। ଏ ନେଇ ପୋଲିସ କମିଶନର ସୂଚନା ଦେବା ସହ ଭାଇରାଲ ହୋଇଥିବା ଭିଡିଓକୁ ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଯିବ ବୋଲି କହିଛନ୍ତି।

ପ୍ରଦୀପ ଓ ଇତିଶଙ୍କୁ ନୋଟିସ୍ ପଠାଇଲା ପୋଲିସ୍

ମେୟରଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୋଲିସ ମାମଲା ରୁଜୁ କରିବା ପରେ ଇତିଶ ପ୍ରଧାନ ଏବଂ ପ୍ରଦୀପ ପାଣ୍ଡେଙ୍କ ନିକଟକୁ ନୋଟିସ୍‌ ପଠାଇଛି। ଏହାସହ କମିଶନରେଟ୍ ପୋଲିସ୍ ପକ୍ଷରୁ ଏ ନେଇ ତନାଘନା ଆରମ୍ଭ ହୋଇଛି। ଯାଞ୍ଚ ପାଇଁ ଗଣମାଧ୍ୟମକୁ ଭିଡିଓ ମଗାଯିବ ବୋଲି ଏକ ପ୍ରେସ୍‌ମିଟ୍‌ରେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଅପ୍‌ଲୋଡ୍ ହୋଇଥିବା ଭିଡିଓକୁ ବନ୍ଦ କରିବା ପାଇଁ ପୋଲିସ୍ ୟୁଟ୍ୟୁବ୍‌କୁ ଚିଠି ଲେଖିଛି।

ମୁହଁ ଖୋଲିଲେ ରିଷିଙ୍କ ମାଆ

ବିବାଦୀୟ ଭିଡିଓ ସହ ଇଂଜିନିୟରିଂ ଛାତ୍ର ରିଷି ମହାନ୍ତିଙ୍କ ମୃତ୍ୟୁର ସମ୍ପର୍କ ଥିବା ପୂର୍ବରୁ ଛାତ୍ର କଂଗ୍ରେସ ଅଭିଯୋଗ କରିଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରିଷିଙ୍କ ମାଆ। ସେ କହିଛନ୍ତି,“ମେୟରଙ୍କ ସହ ଆମର ପାରିବାରିକ ସମ୍ପର୍କ ଥିଲା। ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଥିଲୁ। ମେୟର ମାରିଛନ୍ତି କି ନାହିଁ କହି ପାରିବି ନାହିଁ। ପୁଅ ସହ ମେସ୍‌ରେ ରହୁଥିବା ପିଲାଙ୍କୁ ପଚାରିଲେ ପ୍ରକୃତ କଥା ଜଣାପଡିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos